ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଳା ସ୍ତରୀୟ ସ୍ୱାସ୍ଥ୍ୟ ସେବା ସମ୍ମାନରେ ସମ୍ମାନୀତ ହେଲେ ଡାବୁଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ 

ଜିଲ୍ଳା ସ୍ତରୀୟ ସ୍ୱାସ୍ଥ୍ୟ ସେବା ସମ୍ମାନରେ ସମ୍ମାନୀତ ହେଲେ ଡାବୁଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ 

ନବରଙ୍ଗପୁର:(୧୫|୮)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡ଼ାକ୍ତର ସୁବାଶିଷ ସାହୁ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗଦାନ କରିବା ଠାରୁ ଏଠାରେ ସ୍ୱାସ୍ଥ୍ୟ ସେବା ସୁରୁଖୁରୁରେ ଚାଲିଛି l ରୋଗୀମାନଙ୍କ ସହ କଥାବାର୍ତ୍ତା ବହୁତ୍ ସୁନ୍ଦର ହୋଇଥିବା ଓ ରୋଗର ନିଦାନ ବେଶ ସୁନ୍ଦର ଭାବେ କରୁଥିବାରୁ ଜନସାଧାରଣରେ ସବୁରି ମୁହଁରୁ ପ୍ରଶଂସନୀୟ ହୋଇ ଉଠିଛନ୍ତି l ନବରଙ୍ଗପୁର ଜିଲ୍ଲାରେ ୮୦ ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ଡାବୁଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର, ଅଧିକ୍ଷକ ଡ଼ାକ୍ତର ସୁବାଶିଷ ସାହୁଙ୍କୁ ଜିଲ୍ଳା ସ୍ୱାସ୍ଥ୍ୟ ସମିତି, ନବରଙ୍ଗପୁର ଙ୍କ ଆନୁକୁଲ୍ୟରେ ମୁଖ୍ୟ ଅତିଥି ମୁକେଶ ମହାଲିଙ୍କ,ଜିଲ୍ଲାପାଳ, ନବରଙ୍ଗପୁର ଡାଃ ମହେଶ୍ଵର ସ୍ୱାଇଁ, ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ନବରଙ୍ଗପୁର ପ୍ରଫୁଲ୍ଲ କୁମାର ପାଢ଼ୀଙ୍କ ସ୍ଵାକ୍ଷର ଥିବା ମାନପତ୍ର,ଉତ୍ତରୀୟ ଦେଇ ଜିଲ୍ଳା ସ୍ତରୀୟ ସ୍ୱାସ୍ଥ୍ୟ ସେବା ସମ୍ମାନରେ ସମ୍ମାନୀତ କରିଥିବାରୁ ଡାବୁଗାଁର ଗର୍ବ ଓ ଗୌରବ ଆଣିପାରିଛନ୍ତି l ସେଥିପାଇଁ ଡାବୁଗାଁ ବାସୀ ସମ୍ପୃକ୍ତ ଅଧିକ୍ଷକଙ୍କୁ ସାଧୁବାଦ ଦେବା ସହ ପ୍ରଶଂସା କରିଛନ୍ତି l ଏପରି ସେବା କ୍ଷେତ୍ରରେ ଆହୁରି ଉତ୍ତରୋତ୍ତର ଉନ୍ନତି ପାଇଁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରତି ପ୍ରତ୍ୟେକ କାମନା କରିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ରେଡ଼କ୍ରସ ପାଣ୍ଠିକୁ ଦାନ 

masiha

ଫୁଲବାଣୀ ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ 

Sunil Chandra Nayak

ବରିଷ୍ଠ ଶିକ୍ଷକ ଦୟାନିଧି ପଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!