ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ ରାଉରକେଲା ପକ୍ଷରୁ ୮୦ତମ ସ୍ଵାଧୀନତା ଦିବସ ପାଳିତ

ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ ରାଉରକେଲା ପକ୍ଷରୁ ୮୦ତମ ସ୍ଵାଧୀନତା ଦିବସ ପାଳିତ

ରାଉରକେଲା : ସମଗ୍ର ଦେଶ ପାଳନ କରୁଛି ୮୦ତମ ସ୍ଵାଧୀନତା ଦିବସ। ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ, ରାଉରକେଲା ପକ୍ଷରୁ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ଉପସଭାପତି କୁଞ୍ଜବିହାରୀ ରାଉତ ଙ୍କ ସଂଯୋଜନା, ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ଆବାହକତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ଆସୋସିଏସନର ସଭାପତି ତାପସ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ପି ପି ରାୟ, ଇଂ ବିମଳ କୁମାର ବିଶି, ଆଇନଜୀବୀ ଆରତୀ ଚୈ।ଧୁରୀ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, ରଞ୍ଜିତ ପ୍ରଧାନ,ରାମ ପାଣିଗ୍ରାହୀ, ସରୋଜ କୁମାର ନାୟକ ପ୍ରମୁଖ ଯୋଗଦେଇ ସ୍ବାଧୀନତା ଦିବସ ପାଳନ ର ଆବଶ୍ୟକତା ଓ ଆଭିମୁଖ୍ୟ ତଥା ଆଗାମୀ ଭବିଷ୍ୟତ ସଂକଳ୍ପ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ଯ ଅତିଥି ଶ୍ରୀ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଦେଶ ଆଜି ୮୦ତମ ସ୍ବାଧିନତା ଦିବସ ପାଳନ କରୁଛି। କିନ୍ତୁ ଏ ଦେଶ ପାଇଁ ପ୍ରାଣବଳି ଦେଇଥିବା ଦେଶଭକ୍ତ ତଥା ସଂଗ୍ରାମୀମାନଙ୍କୁ ଆମେ ଭୁଲି ଯାଉଛନ୍ତି ସେମାନଙ୍କୁ ଆଜିର ଦିନରେ ମନେପକାଇବା ସହିତ ସ୍ଵଚ୍ଛ ଭାରତ ପାଇଁ ସ୍ବଚ୍ଛ ଶାସନର ଆବଶ୍ୟକତା ରହିଛି। ସାମ୍ବାଦିକମାନେ ହେଉଛନ୍ତି ସ୍ଵଚ୍ଛ ଶାସନର ମୂଳ ପିଣ୍ଡ, ତାଙ୍କ କଲମ ମୁନରେ ସ୍ବଚ୍ଛ ଶାସନ ହିଁ ସମ୍ଭବ ହୋଇପାରିବ ବୋଲି ମତ ରଖିଥିଲେ।

    ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ସଭାପତି ବିରଞ୍ଚିନାରାୟଣ ପଟ୍ଟନାୟକ ସ୍ବାଗତ ଭାଷଣ ଓ ଆଭିମୁଖ୍ୟ, ସାଧାରଣ ସମ୍ପାଦକ ଅରୁଣ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଉପସଭାପତି କୁଞ୍ଜବିହାରୀ ରାଉତ, ସହସମ୍ପାଦକ ଗନ୍ଦୁର ଓରାମ, କୋଷାଧ୍ୟକ୍ଷ ସୁମନ୍ତ ଜେନା, କାର୍ଯ୍ୟକାରୀ ସଦସ୍ୟ ଶୈଳେନ୍ଦ୍ର କୁମାର ସାହୁ, ସୁଦୀପ ଦେ, ଅଶୋକ କୁମାର ଦାଶ, ରଞ୍ଜିତ କୁମାର ପ୍ରଧାନ, ବସନ୍ତ ମିଶ୍ର, ଅନୀଲ ମହାନ୍ତି, ସସ୍ମିତା ପ୍ରଧାନ, କମଳାକାନ୍ତ ରାଉତ, ବିପ୍ଳବ ରଂଜନ ଦାଶ, ସରୋଜ ଜେନା, ସଂଗ୍ରାମ ଭୂୟାଁ, ସରୋଜ କୁମାର ବେହେରା, ସନ୍ତୋଷ କୁମାର ସ୍ବାଇଁ, ସତ୍ଯାନନ୍ଦ ବେହେରା, ରାଜେନ୍ଦ୍ର ପଣ୍ଡା, ସୌମ୍ୟରଞ୍ଜନ ରାଉତ, ରାଜଦୀପ ମହାନ୍ତି, ବସନ୍ତ ଦାସ, ରାନୁ ମହାପାତ୍ର, ନବୀନ ପ୍ରଧାନ, ପ୍ରମୋଦ ଜଗଦେବ, ଓ ପି ସିଂହ, ଇନ୍ଦ୍ରାବଳୀ ମିସ୍ତ୍ରୀ, ଦିଲିପ ଶର୍ମା, ସୁନ୍ଦୁର ବଡାଇକ ପ୍ରମୁଖ ୮୦ତମ ସ୍ଵାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସ୍କୁଲ ସମସ୍ୟାକୁ ନେଇ ସରପଞ୍ଚ ଙ୍କ ତଦାରଖ

Sunil Chandra Nayak

ବାର୍ଷିକ ଉତ୍ସବର ସଫଳ କାମନା ନିମନ୍ତେ ମା’ ଙ୍କ ନିକଟରେ ଶରଣ

masiha

ଦୁଇ ଦିନିଆ ରାଜ୍ୟ ସ୍ତରୀୟ ମାନବାଧିକାର କର୍ମୀ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!