ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରମିକଙ୍କ ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ BMSର ସ୍ମାରକପତ୍ର

ଶ୍ରମିକଙ୍କ ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ BMSର ସ୍ମାରକପତ୍ର

ଭବାନୀପାଟଣା: ଶ୍ରମିକ ଓ କର୍ମଚାରୀମାନଙ୍କ ଦୀର୍ଘଦିନର ବିଭିନ୍ନ ଦାବିର ତୁରନ୍ତ ସମାଧାନ ଦାବି କରି ଭାରତୀୟ ମଜଦୁର ସଂଘ (BMS) ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଅଛି।

ଗତ ଜୁଲାଇ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଞ୍ଚିଠାରେ ଅନୁଷ୍ଠିତ BMSର ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତି ବୈଠକରେ ଦେଶର ସଂଗଠିତ ଓ ଅସଂଗଠିତ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା। ଏହାର ଆଧାରରେ ଅଗଷ୍ଟ ୧୭ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ସହ ସ୍ମାରକପତ୍ର ପ୍ରଦାନ ପାଇଁ ଆହ୍ୱାନ ଦିଆଯାଇଥିଲା।

ସ୍ମାରକପତ୍ରରେ ଅଙ୍ଗନୱାଡି ଓ ଆଶା କର୍ମୀଙ୍କୁ କର୍ମଚାରୀ ମାନ୍ୟତା ସହ ସମ୍ମାନଜନକ ବେତନ ପ୍ରଦାନ, ଆଶା କର୍ମୀଙ୍କୁ ପ୍ରସୂତିକାଳୀନ ଛୁଟି ସହ ପୂର୍ଣ୍ଣ ମାନଦେୟ ପ୍ରଦାନ ଏବଂ ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ମାନଦେୟ ବୃଦ୍ଧି ଦାବି କରାଯାଇଛି।

ଏଥିସହ ଚୁକ୍ତିଭିତ୍ତିକ ଓ ଠିକା କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ‘ସମାନ କାମ ପାଇଁ ସମାନ ଦରମା’ ଲାଗୁ କରିବା, ସର୍ବନିମ୍ନ ମଜୁରୀକୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରିବା, EPS-95 ଅଧୀନରେ ନ୍ୟୁନତମ ପେନସନ ୧୧ ହଜାରରୁ ୧୭ ହଜାର ୫୦୦ ଟଙ୍କାକୁ ବୃଦ୍ଧି ସହ ମହଙ୍ଗା ଭତ୍ତା ଯୋଡ଼ିବା ଏବଂ ଏହାକୁ ଆୟୁଷ୍ମାନ ଭାରତ ଯୋଜନା ସହ ସଂଯୋଗ କରିବାକୁ ଦାବି ହୋଇଛି।

EPF, ESIC ଓ ବୋନସ ଗଣନା ଅଧୀନରେ ଥିବା ସମସ୍ତ ସୀମାକୁ ଦ୍ୱିଗୁଣିତ କରିବା, ପୁରୁଣା ପେନସନ ଯୋଜନା (OPS) ପୁନଃ ପ୍ରଚଳନ, ଗ୍ରାଚୁଇଟି ଗଣନାକୁ ୧୫ ଦିନର ମଜୁରୀ ବଦଳରେ ୩୦ ଦିନର ମଜୁରୀ ଆଧାରରେ କରିବା ଏବଂ ଶ୍ରମ ସଂହିତାରେ ଥିବା ଶ୍ରମିକବିରୋଧୀ ବ୍ୟବସ୍ଥାଗୁଡ଼ିକରେ ଆବଶ୍ୟକ ସଂଶୋଧନ କରିବାକୁ ମଧ୍ୟ ଦାବି କରାଯାଇଛି। ଓଡ଼ିଶାର ବିଭିନ୍ନ ଉଦ୍ୟୋଗରେ ହୋଇଥିବା ବେଆଇନ ଛଟେଇକୁ ପ୍ରତ୍ୟାହାର କରି ସମ୍ପୃକ୍ତ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ BMS ଦାବି ଉପସ୍ଥାପନ କରିଛି।

ଏହି କାର୍ଯ୍ୟକ୍ରମ ରେ ଭାରତୀୟ ମଜଦୁର ସଂଘ ଦେଶ ବ୍ୟାପି ଶ୍ରମିକ ଆନ୍ଦୋଳନ କଳାହାଣ୍ଡି ଅଙ୍ଗନୱାଡି ୱାର୍କସ, ରାଇସ୍ମିଲ ଏବଂ ମୁଣ୍ଡି ହେମାଳ ୟୁନିଅନ, ପାଚିକା ସହୟିକା ସ୍କୁଲ, ଇ ସି ସଂଘ ମିଶନ ଶକ୍ତି, କଳାହାଣ୍ଡି ଦାୟିତ୍ବକୁ ତୁଲାଉଥିବା କାର୍ଯ୍ୟକର୍ତା ନାମ ହେଲା ଝୁନୁ ପମା ଶତପତି ଅଙ୍ଗନୱାଡି ପ୍ରଭାରୀ କଳାହାଣ୍ଡି, ପ୍ରେମାଲତା ସାମନ୍ତରାୟ, ସୁରେଦ୍ର ମୋହନ କର ମୁଣ୍ଡି ହେମାଳ ସଂଘ ସଭାପତି, ଜିଲ୍ଲା ସମ୍ପାଦକ ଭାରତୀୟ ମଜଦୁର ସଂଘ ଲୋଚନ ସାହୁ, ଜିଲ୍ଲା ସଭାପତି ଭାରତୀୟ ମଜଦୁର ସଂଘ ଡୋଳାମାଣି ସାହୁ, ଭବାନୀଶଙ୍କର ରାଉତ, ନବୀନ ଛତ୍ରିଆ, ପଙ୍କଜ ମଙ୍ଗରାଜ, ବଳରାମ କର ନଲିନୀ ମଞ୍ଜରୀ ବାଗ  ଉପସ୍ଥିତ ଥିଲେ ଓ ସହଯୋଗ ର ହାଥ ବଢ଼େଇ ଥିଲେ।

ଶ୍ରମିକଙ୍କ ଜୀବନଧାରଣ, ସାମାଜିକ ସୁରକ୍ଷା, ଶ୍ରମର ମର୍ଯ୍ୟାଦା, ଉଚିତ ପାରିଶ୍ରମିକ ଓ ନିରାପଦ କାର୍ଯ୍ୟ ପରିବେଶ ସୁନିଶ୍ଚିତ କରିବା ସହ ଶ୍ରମିକ, ମାଲିକ ଓ ସରକାରଙ୍କ ମଧ୍ୟରେ ଶିଳ୍ପ ସୌହାର୍ଦ୍ଦ ଓ ଉତ୍ପାଦନଶୀଳତା ବୃଦ୍ଧି ପାଇଁ ସରକାର ଦାବିଗୁଡ଼ିକୁ ପ୍ରାଥମିକତା ଦେଇ ତୁରନ୍ତ ପଦକ୍ଷେପ ନେବାକୁ BMS ପକ୍ଷରୁ ଅନୁରୋଧ କରାଯାଇଛି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

୩୨ତମ କୁମାରସ୍ବାମୀ ମହୋତ୍ସବ ଉଦଘାଟିତ 

masiha

ଶ୍ରୀ ଶ୍ରୀ ଆଚାର୍ଯ୍ୟଦବଙ୍କ ଜନ୍ମ ଦିବସ ପାଳିତ 

Sunil Chandra Nayak

ଖଡିଆଳ ରେ ରାଷ୍ଟ୍ରୀୟ ଲୋକଅଦାଳତ

Sunil Chandra Nayak

Leave a Comment

error: Content is protected !!