ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଆଦର୍ଶ ଥାନା ପକ୍ଷରୁ ୮୦ ତମ ସ୍ବାଧୀନତା ଦିବସ ପାଳିତ

ରାଇରଙ୍ଗପୁର ଆଦର୍ଶ ଥାନା ପକ୍ଷରୁ ୮୦ ତମ ସ୍ବାଧୀନତା ଦିବସ ପାଳିତ

ରାଇରଙ୍ଗପୁର – ୧୬/୦୮ ରାଇରଙ୍ଗପୁର ଆଦର୍ଶ ଥାନାରେ ୮୦ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ବୀରେନ୍ଦ୍ର ସେନାପତି ପତକା ଉତ୍ତୋଳନ କରିଵା ସହ ଅଭିବାଦନ ଗ୍ରହଣ କରିଥିଲେ ।ବନ୍ଦେ ମାତରଂ ଏବଂ ଜନଗଣ ମନ ଗାନ କରାଯାଇଥିଲା । ମୁଖ୍ୟ ଅତିଥି ଏସଡିପିଓ ବୀରେନ୍ଦ୍ର ସେନାପତି କହିଥିଲେ ସମାଜରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା, ଜାତି, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ନ୍ୟାୟ ଦେବା, ବୟସ୍କ, ଅସହାୟ,ଦିବ୍ଯାଙ୍ଗ, ମହିଳା, ଶିଶୁଙ୍କ ସମେତ ସମସ୍ତଙ୍କ ଧନ, ଜୀବନ ସୁରକ୍ଷା ରଖିବା , ଦଙ୍ଗାକୁ ଶାନ୍ତ କରିବା ପୋଲିସର ଭୂମିକା ଅବର୍ଣ୍ଣନୀୟ ।ଦଙ୍ଗା,ଭିଡ଼,ଅପରାଧୀ ମୁକାବିଲାରେ ଶହୀଦ ହୋଇଥିବା ପୋଲିସ କର୍ମଚାରୀଙ୍କ ସାହାସ, ବଳିଦାନ ,ତ୍ୟାଗ ଅବର୍ଣନୀୟ ବୋଲି ମୁଖ୍ୟ ଅତିଥି କହିଥିଲେ ।ସେମାନେ ଚିର ସ୍ମରଣୀୟ ଓ ବନ୍ଦନୀୟ ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଟାଉନ ଥାନାଧିକାରୀ ରଞ୍ଜନ ସେଠୀଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

 

Related posts

ଶ୍ରମଶକ୍ତି କଲେଜରେ ‘ନୂଆ ଓ’ ଆନୁକୂଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା

masiha

ଯୁବ ପତ୍ରକାର ସଂଘ ପକ୍ଷରୁ ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳିତ

masiha

ଓଡିଶା ଡିପ୍ଲୋମା ଇଂଞ୍ଜିନିୟରର୍ସ ସେବା ସଂଘ ଜିଲା ଶାଖା ବୈଠକ

masiha

Leave a Comment

error: Content is protected !!