ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍ପାତ ନଗରୀରେ ଧୁମଧାମରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ 

ଇସ୍ପାତ ନଗରୀରେ ଧୁମଧାମରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ 

ରାଉରକେଲା: ଇସ୍ପାତ ନଗରୀ ରାଉରକେଲା ଠାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ୮୦ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିପାଇଁ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ତଥା ସାମ୍ବାଦିକ ସଂଘ ପ୍ରମୁଖ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ ସହ ବନ୍ଦେ ମାତରଂ ଓ ଜାତୀୟ ସଂଗୀତ ଗାନ କରାଯିବା ସହ ସାମାଜିକ କାର୍ଯ୍ୟକ୍ରମ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ତ୍ରିରଙ୍ଗା ଏକତାର ପ୍ରତୀକ, ଯୁବଶକ୍ତି ହିଁ ସମାଜରେ ପରିବର୍ତ୍ତନ ଆଣିବା, ସମସ୍ତଙ୍କ ମଧ୍ୟରେ ଭାଇଚାରା, ସୈ।ହାର୍ଦ୍ଦପୂର୍ଣ୍ଣ ବାତାବରଣ, ଐକ୍ୟବଦ୍ଧତା, ଏକତା ଓ ଅଖଣ୍ଡତା ଉପରେ ଗୁରୁତ୍ୱାରୋପ କରିଥିଲେ।

ସଚେତନ ନାଗରିକ ମଞ୍ଚ

ମଞ୍ଚର ସାଧାରଣ ସମ୍ପାଦକ ପି ପି ରାୟ ଓ ବରିଷ୍ଠ ସଦସ୍ୟ ଚନ୍ଦ୍ରଶେଖର ଶତପଥୀ ଶତପଥୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସର୍ବଶ୍ରୀ ଜଗବନ୍ଧୁ ଜେନା, ଅରବିନ୍ଦ ଦାସ, ଚିତ୍ତରଞ୍ଜନ ଦାସ,ରମେଶ ଚନ୍ଦ୍ର ସେଠୀ, ସଂଗ୍ରାମ କେଶରୀ ଭୁୟାଁ, ଶ୍ରୀମନ୍ତ ବର୍ମା,ଡା ବସନ୍ତ କୁମାର ଦାସ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ସସ୍ମିତା ପ୍ରଧାନ, ଅଟମ ରଥ, ଅକ୍ଷୟ କୁମାର ଜେନା, ସରୋଜ ଦାସ, ବିମଳ ଚନ୍ଦ୍ର ମହାନ୍ତି, କୁଞ୍ଜବିହାରୀ ରାଉତ, ଗଙ୍ଗାଧର ଦାଶ, ଚନ୍ଦ୍ରଭାନୁ ରାଉତ, ଆରତୀ କର , ଜଗନ୍ନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ହମିରପୁର ଉନ୍ନୟନ ପରିଷଦ

ପରିଷଦର ବରିଷ୍ଠ ସଦସ୍ୟ ଭୁବନେଶ୍ୱର ପ୍ରସାଦ ଆଚାର୍ଯ୍ୟ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସର୍ବଶ୍ରୀ ଉପେନ୍ଦ୍ର କୁମାର ନାୟକ, ମହେଶ୍ୱର ସାହୁ, ସନ୍ତୋଷ ରାୟଗୁରୁ, ଅମୂଲ୍ୟ ପୁହାଣ, ଲୋକନାଥ ମିଶ୍ର, ମହେନ୍ଦ୍ର ପଣ୍ଡିତ, ପ୍ରଭାତ ମିଶ୍ର, ସରୋଜ ନାୟକ,କୈ।ସ୍ତୁଭ କଲ୍ୟାଣ ସାହୁ,ବିନିତ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଜଗଦା

ବିଦ୍ୟାଳୟର ସଭାପତି ଡ଼କ୍ଟର ସାମନ୍ତ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲାବେଳେ ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ କୁମାର ବାରିକ, ସଂକୁଳ ପ୍ରମୁଖ ଗୋଦାବରୀଶ ଶତପଥୀ, ସମ୍ପାଦକ ବୈଷ୍ଣବ ଚରଣ ମହାପାତ୍ର, କୃପାସିନ୍ଧୁ ବେହୁରିଆ, ଚନ୍ଦ୍ରଶେଖର ପତି, ପ୍ରଦୀପ କୁମାର ପାଲଟା ସିଂ, କଲ୍ୟାଣୀ ରଥ ତଥା ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା, ପରିଚାଳନା କମିଟି ସଦସ୍ୟ, ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।

ଇସ୍ପାତ ଫିଟନେସ ପାଥ୍

ବରିଷ୍ଠ ସଦସ୍ୟ ଅକ୍ଷୟ କୁମାର ରାଉତ ଜାତୀୟ ପତାକା ଉତ୍ତୋଳନ କରିଥିଲାବେଳେ କାର୍ଯ୍ୟକ୍ରମକୁ ସନ୍ତୋଷ କୁମାର ମହାପାତ୍ର ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆରଏସପି ଅଫିସର ସଂଘର ସଭାପତି ଅବକାଶ ବେହେରା, ଚିତ୍ତରଞ୍ଜନ ମିଶ୍ର, ବିଦ୍ୟାଧର ଜେନା, କୁଞ୍ଜବିହାରୀ ରାଉତ, ସୋନାଲୀ ସରକାର,ଅଜୟ ପୁଜାରୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସର୍ବଶ୍ରୀ ବି ସି ରାଉତରାୟ, ବିଷ୍ଣୁ ବେହେରା ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ଏକତା କ୍ଲଷ୍ଟର, ନେହେରୁପାଲୀ

ସେକ୍ଟର ୨୦ ନେହେରୁପାଲୀ ସ୍ଥିତ ଏକତା କ୍ଲଷ୍ଟର,ଅଟଳ ସ୍ବଚ୍ଛତା ଅଭିଯାନ, ମହିଳା ଆରୋଗ୍ୟ ସମିତି ର ମିଳିତ ଆନୁକୂଲ୍ୟରେ କଳିକା କେନ୍ଦ୍ର ଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। କ୍ଲଷ୍ଟରର ସଭାପତି ଲିଲିମା ଜୟସିଂହ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ହାଁସଦା, ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ, ଶ୍ରମିକନେତା ନିରଞ୍ଜନ ପଟେଲ, ସମାଜସେବୀ ଗଣେଶ ଜୟସିଂହ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ବକ୍ତବ୍ୟ ରଖିଥିଲେ। ରୀତା ମହାପାତ୍ର, ନାରାୟଣ ସିଂ, ଧିରେନ୍ଦ୍ର ଓଝା, ରମେଶ ଯାଦବ, ଜାନକୀ ଦେବୀଙ୍କ ସମେତ କୋଏଲ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା, ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ

ସେକ୍ଟର ୨୦ ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ର ଆବାହିକା ଭଗବତୀ ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍ଆଇଟି ର ପ୍ରାକ୍ତନ ପ୍ରଫେସର ଡ ରଘୁନାଥ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସଂଗ୍ରାମ କେଶରୀ ଭୁୟାଁ, ସମାଜସେବୀ ପି ପି ରାୟ, ଜଗବନ୍ଧୁ ଜେନା, ପ୍ରମୋଦ କୁମାର କର, କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ,ଶ୍ରୀମନ୍ତ ବର୍ମା, ରମେଶ ଚନ୍ଦ୍ର ସେଠୀ, କୋଏଲ ବିଦ୍ୟାପୀଠର ଅରୁଣ ସ୍ବାଇଁ, ସରୋଜ କୁମାର ସାହୁ, ପଦ୍ମଲୋଚନ ଦାଶ ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ।

ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା

ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଇସ୍ପାତ ନଗର କମିଟି ତରଫରୁ ସେକ୍ଟର ୩ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଖଡ୍ଗ ଭବନ ଠାରେ ଉପଦେଷ୍ଟା ହରିହର ରାଉତରାୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସର୍ବଶ୍ରୀ ଉପେନ୍ଦ୍ର କୁମାର ନାୟକ, ଶଶଧର ପାତ୍ର, ରବୀନ୍ଦ୍ର ପରିଡ଼ା,ଚାନ୍ଦମଣୀ ବେହୁରିଆ, ନାରାୟଣ ସାମଲ,ସୁବ୍ରତ ମଲ୍ଲିକ, ଶମ୍ଭୁନାଥ ପରିଡା,ରଥିନ୍ଦ୍ର ପ୍ରଧାନ, ଗଙ୍ଗାଧର ନାୟକ, ଜଗନ୍ନାଥ ରାଉତ, ମହେନ୍ଦ୍ର ମଲ୍ଲିକ, କୁଞ୍ଜବିହାରୀ ରାଉତ,ରାଣୀ ଶୁକଦେଇ ମହିଳା ଗୋଷ୍ଠୀର ସ୍ବପ୍ନାରାଣୀ ଭଞ୍ଜଦେଓ,ତନୁ ପ୍ରଧାନ, ପ୍ରଭାତୀ ଧଳ, ସସ୍ମିତା ପ୍ରଧାନ, ଶାନ୍ତିଲତା, ସରସ୍ଵତୀ, ବାସନ୍ତୀ, ଆରତୀ ଚୈ।ଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

ଛେଣ୍ଡ ଉପ ଡାକଘର

ଛେଣ୍ଡ ଉପ ଡ଼ାକପାଳ ରାଉରକେଲା ମୃତ୍ୟୁଞ୍ଜୟ ବାରିକଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ଭାବେ ରୋଟାରୀ କ୍ଲବ ଭାଇବ୍ରାଣ୍ଟ ର ସଭାପତି ଡ଼ ସଂଯୁକ୍ତା ପତି ଜାତୀୟ ପତାକା ଉତ୍ତୋଳନ କରି ଭାରତର ସ୍ୱାଧୀନତା ହାସଲରେ ମହାପୁରୁଷ ମାନଙ୍କ ବଳିଦାନ ତଥା ଭାରତର ସ୍ୱାଧୀନତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ରୋଟାରି ସେକ୍ରେଟାରୀ ବିଜୟଲକ୍ଷ୍ମୀ ତ୍ରିପାଠୀ,ପ୍ରଶାନ୍ତ କୁମାର ପତି, ପ୍ରମୋଦ କୁମାର ମିଶ୍ର. ସନ୍ନି ଆଦଭେଣ୍ଟ କିସପଟ୍ଟା, ସୁକାନ୍ତି ନାୟକ, ପ୍ରତିମା ଭଞ୍ଜ,ଶକୁନ୍ତଳା ମହାନ୍ତି, କଳ୍ପନା ପଶାୟତ, ବିକ୍ରମ ମହାକୁଡ଼, ମୃତ୍ୟୁଞ୍ଜୟ ଜ୍ୟୋତିଷ , ଶୁଭମ ଦାସ ଉପସ୍ଥିତ ଥିଲେ । ରାଉରକେଲା ମୁନିସିପାଲ କର୍ପୋରେସନ ବିଜୟ କୁମାର ଦାସଙ୍କ ତତ୍ୱାବଧାନରେ କିଛି ସଫେଇ କର୍ମଚାରୀ ଙ୍କୁ ରୋଟାରୀ କ୍ଲବ ଭାଇବ୍ରାଣ୍ଟ ତରଫରୁ ଛତା ସଭାପତି ଡ଼ ପତିଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ରୋଟାରୀଆନ ଅନିତା ନାୟକ, ଅଞ୍ଜଳି ହୋତା, ସବିତା ମହାନ୍ତି, ସୈଦାମିନୀ ଶତପଥୀ,ସୋମା ମହାପାତ୍ର, ନିବେଦିତା ପଟ୍ଟନାୟକ ରାୟ, ବସନ୍ତ କୁମାର ତନ୍ତୀ, ଶ୍ରୀଧର ମଲ୍ଲିକ,ସଞ୍ଜିତ ଛୋଟରାୟ ପ୍ରମୁଖ ଉପସ୍ଥିତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ଆରଏସପି ଅବସରପ୍ରାପ୍ତ କର୍ମଚାରୀ ସଂଘ

ଆରଏସପି ଅବସରପ୍ରାପ୍ତ କର୍ମଚାରୀ ସଂଘ ର ସଭାପତି ଇଂ ଅଭୟ କୁମାର ଦାସଙ୍କ ସଭାପତିତ୍ବ ଓ ରାଧାମୋହନ ନାୟକଙ୍କ ସଂଯୋଜନାରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଓ ସାହିତ୍ୟିକ ନୃସିଂହ ଚରଣ ବିଶ୍ବାଳ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହ ବକ୍ତବ୍ୟ ରଖିଥିଲେ। ଶେଷରେ ଉପସଭାପତି ଅରବିନ୍ଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ପ୍ରେମାନନ୍ଦ ସାମଲ,ଏସ ଏନ୍ ମିଶ୍ର, ଜଗନ୍ନାଥ ମାହତୋ, ଧନଞ୍ଜୟ ଦାସ,ରଥିନ୍ଦ୍ର ପ୍ରଧାନ, ଧରଣୀଧର ସାମଲ, ଅକ୍ଷୟ ନାୟକ, ନାରାୟଣ ସାମଲ, ବସନ୍ତ କୁମାର ଜେନା,କେ ସି ମହାନ୍ତି ପ୍ରମୁଖ ତଥା ଯୋଗ ସେଣ୍ଟର୍ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରତିମା ନାୟକ ଓ ଚମ୍ପା ମାଡାମ ଙ୍କୁ ସମ୍ମାନିତ କରାଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କବି ରାଧାଶ୍ୟାମ ପଣ୍ଡାଙ୍କ ୨ୟ ଶ୍ରାଦ୍ଧ ବାର୍ଷିକ ପାଳିତ

masiha

ରାଉରକେଲା ଗୁରୁଦ୍ୱାର ରୋଡ୍ ୱାର୍ଡ ନମ୍ବର ୨୫ରେ ପ୍ରାୟ ୫୦ ଘରେ ପାଣି ଜମିଛି

Sunil Chandra Nayak

ରାୟଗଡ ମୁଖ୍ୟ ଡାକ୍ତରଖାନାରେ ସିଟି ସ୍କାନ ବ୍ୟବସ୍ଥାକୁ ଉଦଘାଟନ କଲେ ଜିଲ୍ଲାପାଳ 

masiha

Leave a Comment

error: Content is protected !!