ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ଶିଶୁ ମନ୍ଦିର ଠାରେ ବିଜେପି ର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

କୋକସରା,୧୮/୫-( ମ ନି ସ )କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ବୁଧବାର କୋକସରା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ସମ୍ବର୍ଦ୍ଧନା ସଭା ଓ ନୂତନ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମ୍ପାଦକ ଗୋଦାବରୀଶ ପାତ୍ର ଙ୍କ ପରିଚାଳନା ରେ କଳାହାଣ୍ଡି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ଜିଲ୍ଲା କାର୍ଯ୍ୟକାରିଣୀ ବରିଷ୍ଠ ସଦସ୍ୟ ଜନାର୍ଦ୍ଦନ ପଣ୍ଡା, ଉପ ସଭାପତି ଲକ୍ଷ୍ମୀକାନ୍ତ ବାଗ, ଜିଲ୍ଲା ଉପ ସଭାପତି ପ୍ରଶାନ୍ତ ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଜୟଦେବ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଜିଲ୍ଲା ସାଂସଦ ପ୍ରତିନିଧି ସୁଧୀର ରଞ୍ଜନ ପାଟ୍ଟଯୋଷୀ, କୋକସରା ବ୍ଲକ ସାଂସଦ ପ୍ରତିନିଧି ସୁଧୀର କୁମାର ପାତ୍ର ଓ ଘନଶ୍ୟାମ ନାଏକ ଙ୍କୁ ସମ୍ବର୍ଦ୍ଧନା ଦେବାସହ କିପରି ସାଂସଦ ଙ୍କ ସମସ୍ତ କାର୍ଯ୍ୟ କୁ ଜିଲ୍ଲା ର ସମସ୍ତ ବ୍ଲକରେ ସଫଳ ରୂପାୟନ କରିବା ଓ ଲୋକଙ୍କ ମୌଳିକ ସମସ୍ୟା ପ୍ରତି ସଜାଗ ରହିବା ନେଇ ଆଲୋଚନା ହୋଇଥିଲା। ଏହା ବ୍ୟତୀତ କୋକସରା ମଣ୍ଡଳ ର ନୂତନ ସଭାପତି ଭାବେ ସର୍ବ ସମ୍ମତି କ୍ରମେ ଦୁର୍ଗା ପ୍ରସାଦ ପ୍ରଧାନୀ ଙ୍କୁ ମନୋନୀତ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଛି। କୋକସରା ମଣ୍ଡଳ ସମ୍ପାଦକ ତ୍ରିନାଥ ଶବର, ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଗଣେଶ ନନ୍ଦ, ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି, ସମ୍ପାଦକ ମଧୁବନ ପାତ୍ର ପ୍ରମୋଦ କୁମାର ପଣ୍ଡା ସମେତ ବିଜେପି ର ଦଳୀୟ କର୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Related posts

ଶ୍ରଦ୍ଧା ରେ ଦୀପାବଳୀ ଉତ୍ସବ ପାଳିତ

Sunil Chandra Nayak

ଜନରଞ୍ଜନପ୍ରଧାନ ଙ୍କ କବିତା ଗୁରୁ ହିଁ ସାକ୍ଷାତ ଇଶ୍ଵର

Sunil Chandra Nayak

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ଆଈଙ୍କ ସ୍ମୃତିରେ

Leave a Comment

error: Content is protected !!