ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତରେ ପ୍ରଥମ; ବ୍ରହ୍ମପୁତ୍ର ନଦୀ ତଳେ ତିଆରି ହେବ ରାସ୍ତା ଓ ରେଳ ଲାଇନ୍

୭ହଜାର କୋଟି ବ୍ୟୟ ଅଟକଳ

ବିଶ୍ୱର ସବୁଠାରୁ ବଡ଼ ଟନେଲ୍‌ ଅଟଳ ଟନେଲ୍‌ ନିର୍ମାଣ କରିବା ପରେ ଏବେ ପ୍ରଥମଥର ପାଇଁ ପାଣି ଭିତରେ ରେଳ ଟନେଲ୍ ନିର୍ମାଣ କରିବାକୁ ଯୋଜନା କରୁଛି ଭାରତ। ଆସାମର ବ୍ରହ୍ମପୁତ୍ର ନଦୀରେ ଏହି ଟନେଲ୍ ନିର୍ମାଣ କରାଯିବ। ଏଥିପାଇଁ ୭ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। 

ଏନେଇ କେନ୍ଦ୍ର ରେଳମନ୍ତ୍ରାଳୟ ଓ ସଡ଼କ ପରିବହନ ମନ୍ତ୍ରାଳୟ ସୂଚନା ଦେଇଛି। ବର୍ଡର ରୋଡ ଅର୍ଗାନାଇଜେସନ(BRO) ସହିତ ମିଶି ଏହି ଯୋଜନା କରାଯାଇଛି ବୋଲି ମନ୍ତ୍ରାଳୟ ସୂଚନା ଦେଇଛି। ସୂଚନା ଅନୁସାରେ ଏହି ପ୍ରୋଜେକ୍ଟରେ ତିନୋଟି ଟନେଲ୍ ତିଆରି କରାଯିବ। ସେଥିମଧ୍ୟରୁ ଗୋଟିଏ ସଡ଼କପଥ, ଗୋଟିଏ ରେଳପଥ ଓ ଅନ୍ୟଟି ଜରୁରୀକାଳୀନ ସେବ ପାଇଁ ରହିବ। ଏହି ତିନୋଟିଯାକ ପଥ କ୍ରସ୍‌ ପେସେଜ୍‌ ଦ୍ୱାରା ସଂଯୋଗ ହୋଇ ରହିବ ବୋଲି ମନ୍ତ୍ରାଳୟ କହିଛି।

ଏହି ଟନେଲ୍ ସମ୍ପର୍କରେ ସୂଚନା ଦେଇ ସରକାର କହିଛନ୍ତି ଯେ ପ୍ରତ୍ୟେକ ଟନେଲ୍ ଲମ୍ବ ୯.୮କିମି ରିହିବ ସହିତ ଅସାମ ଓ ଅରୁଣାଚଳ ପ୍ରଦେଶ ଆଡ଼କୁ ଜମୁରିହାଟ-ସିଲଘାଟ ରେଳପଥ ଓ ସଡ଼କ ପଥ ସହିତ ଜଡ଼ିତ ରହିବ। ଯାତାୟାତ ଓ କାର୍ଯ୍ୟ ଉଭୟ ଉଦ୍ଦେଶ୍ୟରେ ତିଆରି ହେବାକୁ ଥିବା ଏହି ୯ କିମି ବିଶିଷ୍ଟ ଟନେଲ୍‌ ତେଜ୍‌ପୁର ରୋଡ୍‌ ବ୍ରିଜ୍‌ କାଳିଆଭମରା ସହିତ ଲାଗିବ। ଏହି ଟନେଲ୍‌ଗୁଡ଼ିକ ବ୍ରହ୍ମପୁତ୍ରର ଉତ୍ତରଭାଗରେ ଥିବା ଧାଲିଆବିଲ ରେଳଷ୍ଟେସନ୍ ଓ ଦକ୍ଷିଣଭାଗରେ ଥିବା ଜଖଲାବନ୍ଧ ରେଳଷ୍ଟସନ୍‌କୁ ସଂଯୋଗ କରିବ।

ଏହି ଟନେଲ୍ ଉଭୟ ସେନା ଓ ପରିବହନ ପାଇଁ ଆବଶ୍ୟକ ବୋଲି ରେଳମନ୍ତ୍ରାଳୟ କହିଛି। ତେବେ ଏଥିପାଇଁ ଆବଶ୍ୟକଥିବା ପୁଞ୍ଜିକୁ ପୁନଃ ସମୀକ୍ଷା କରାଯିବ । ବିଆର୍‌ଓ ଏହାକୁ ସାବଧାନତାର ସହ ସମୀକ୍ଷା କରିବା ଆବଶ୍ୟକତା ରହିଛି ବୋଲି ମନ୍ତ୍ରାଳୟ କହିଛି।

ସୂଚନା ଥାଉକି ପୂର୍ବରୁ ଏହି ପ୍ରୋଜେକ୍ଟ ପାଇଁ ୧୨,୮୦୦ କୋଟି ଅଟକଳ କରାଯାଇଥିଲା। ଜାତୀୟ ରାଜପଥ ଭିତ୍ତିପ୍ରସ୍ତର ବିକାଶ ନିଗମ ଲିମିଟେଡ୍‌(NHIDCL) ପକ୍ଷରୁ କେବଳେ ପରିବହନ ପାଇଁ ଦୁଇଟି ଟନେଲ୍ ନିର୍ମାଣ କରିବାକୁ ଏତିକି ଅର୍ଥରାଶି ଲାଗିବ ବୋଲି କୁହାଯାଇଥିଲା।

ଵିଦ୍ୟାଧର ସାହୁଙ୍କ(ସଂଗୃହୀତ)ରିପୋର୍ଟ….

Related posts

ଆସନ୍ତା ୭ତାରିଖ କୋଶଳ ମହାବନ୍ଦ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଶିଶୁ ବିଦ୍ୟାମନ୍ଦିର ର ତ୍ରିରଙ୍ଗା ଯାତ୍ରା

Sunil Chandra Nayak

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ମାତୃପିତୃ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!