ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଉ ନାହାନ୍ତି ନିଷ୍ଠାପର ଅଙ୍ଗନବାଡି କର୍ମୀ ମଲ୍ଲୀତା ଜଗତ

ଆଉ ନାହାନ୍ତି ନିଷ୍ଠାପର ଅଙ୍ଗନବାଡି କର୍ମୀ ମଲ୍ଲୀତା ଜଗତ

ସିନାପାଲି, ୨୮/୮: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ସିନାପାଲି ବ୍ଲକ ଅନ୍ତର୍ଗତ ଶରଧାପୁର ଗ୍ରାମର ନିଷ୍ଠାପର ଅଙ୍ଗନବାଡି କର୍ମୀ ମଲ୍ଲୀତା ଜଗତଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କର ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ଶରଧାପୁର ଗ୍ରାମ ସମେତ ସମଗ୍ର ସିନାପାଲି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, କିଛି ଦିନ ଧରି ମଲ୍ଲୀତା ଜଗତ ଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିଲା। ପ୍ରଥମେ ତାଙ୍କୁ ଚିକିତ୍ସା ପାଇଁ ଖଡ଼ିଆଳସ୍ଥିତ ମିଶନ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ। ତେବେ ଉନ୍ନତ ମାନର ଚିକିତ୍ସାର ଆବଶ୍ୟକତା ଥିବାରୁ ଡାକ୍ତରମାନେ ତାଙ୍କୁ ରାୟପୁରସ୍ଥିତ ଏକ ଉନ୍ନତ ଚିକିତ୍ସାଳୟକୁ ରେଫର କରିଥିଲେ।

ପରେ ପରିବାର ଲୋକେ ତାଙ୍କୁ ରାୟପୁରସ୍ଥିତ ନାରାୟଣ ମେଡିକାଲକୁ ନେଇଥିଲେ। ସେଠାରେ ସେ ଚିକିତ୍ସାଧୀନ ଥିବାବେଳେ ଆଜି ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କ ଦେହାନ୍ତ ଖବର ଶୁଣିବା ପରେ ପରିବାରବର୍ଗ, ସମ୍ପର୍କୀୟ ଓ ଶୁଭେଚ୍ଛୁମାନେ ଗଭୀର ମର୍ମାହତ ହୋଇପଡ଼ିଛନ୍ତି।

ମଲ୍ଲୀତା ଜଗତ ଜଣେ ନିଷ୍ଠାପର ଓ କର୍ତ୍ତବ୍ୟନିଷ୍ଠ ଅଙ୍ଗନବାଡି କର୍ମୀ ଭାବେ ନିଜ ଅଞ୍ଚଳରେ ପରିଚିତ ଥିଲେ। ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ମହିଳା ଓ ଶିଶୁମାନଙ୍କ ସେବା ତଥା ସରକାରୀ ଯୋଜନାର ସୁବିଧା ପହଞ୍ଚାଇବା କ୍ଷେତ୍ରରେ ସେ ନିଜ ଦାୟିତ୍ୱ ନିଷ୍ଠାର ସହ ପାଳନ କରୁଥିଲେ। ତାଙ୍କର ସରଳ ବ୍ୟବହାର ଓ କର୍ମନିଷ୍ଠା ପାଇଁ ସେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପରିଚିତ ଥିଲେ।

ତାଙ୍କର ଦେହାନ୍ତ ଅଙ୍ଗନବାଡି ବିଭାଗ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସ୍ଥାନୀୟ ଲୋକମାନେ ମତ ପ୍ରକାଶ କରିଛନ୍ତି। ତାଙ୍କ ଅକାଳ ବିୟୋଗରେ ଶରଧାପୁର ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ବହୁ ସ୍ଥାନୀୟ ଲୋକ ଓ ଶୁଭେଚ୍ଛୁ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ଜଣେ ନିଷ୍ଠାପର ଅଙ୍ଗନବାଡି କର୍ମୀଙ୍କ ଅଚାନକ ବିୟୋଗରେ ସମଗ୍ର ଅଞ୍ଚଳରେ ଏକ ଶୂନ୍ୟତା ସୃଷ୍ଟି ହୋଇଛି। ମଲ୍ଲୀ ଜଗତଙ୍କ ସେବା ଓ କର୍ମନିଷ୍ଠାକୁ ଅଞ୍ଚଳବାସୀ ଦୀର୍ଘଦିନ ଧରି ସ୍ମରଣ କରିବେ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।

Related posts

କର୍ମକ୍ଷେତ୍ରରୁ ଅବସର ଗ୍ରହଣ କଲେ ରାଉରକେଲା ସିଡିପିଓ ଶ୍ରୀମତୀ ଦର୍ଶନୀ ଏକ୍କା

Sunil Chandra Nayak

ନାକେ ଦମ କରିସାରିଲେଣି ୩୫ଟିକିଆ ହାତୀ ପଲ

masiha

କ୍ଷତି ପୂରଣ ଦାବିରେ କୁମ୍ଭାରୀପୁଟ ଗ୍ରାମ ନିକଟରେ ରାସ୍ତା ଅବରୋଧ, ଅଟକିଛି ବହୁ ଯାନ

masiha

Leave a Comment

error: Content is protected !!