ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ରାସ୍ତାର ୨୦ ଫୁଟ ତଳକୁ ଖସି ରେଳ ଧାରଣା ଉପରେ ଟ୍ରକ/ ଡ୍ରାଇଭର ଗୁରୁତର

 କାମାକ୍ଷାନଗର (ମ ନି ସ)୦୪/୦୫_ଭାରସାମ୍ୟ ହରାଇ ରାସ୍ତାରୁ ୨୦ ଫୁଟ ତଳକୁ ଖସି ରେଳ ଲାଇନ ଉପରେ ପଡିଛି ହାଇଓ୍ବା। ଗାଡି ନମ୍ବର OD04N 1096। ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ଛକ ନିକଟ ଓଭରବ୍ରିଜରେ। ହାଇଓ୍ବାଟି ଡୁବୁରିରୁ ବାହାରି ବାଲିବୋଝେଇ କରିବାକୁ ଯମୁନାକୋଟ ଓଢଣା ବାଲିଘାଟ ଯାଉଥିଲା। ତେବେ ଡ୍ରାଇଭର ପ୍ରଶାନ୍ତ ପାତ୍ରକୁ ୧୦୮ ସହାୟତାରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିବା ବେଳେ ତାର ଅଣ୍ଟାରେ ଅଧିକ ଯନ୍ତ୍ରଣା ହେଉଥିବା ଜଣାଯାଇଛି। ଅପରପକ୍ଷେ ମାଲବୋଝେଇ ରେଳ ଏହି ରେଳ ଧାରଣା ଦେଇ ଯାତୟାତ କରୁଥିବାରୁ ବିପଦ ଥିବା ଅଞ୍ଚଳବାସୀ ଜଣାଇଛନ୍ତି।ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

୭୭ତମ ସ୍ୱାଧୀନତା ଦିବସରେ ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

masiha

ମଣିଷ ବଦଳରେ ମେସିନ କରୁଛି କାମ

Sunil Chandra Nayak

ସମାଜ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଅମୁଲ୍ୟ ମହାନ୍ତି ଙ୍କୁ ଅଵସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!