ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଧା ସେନାପତିଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା, ଶବ ଶୋଭାଯାତ୍ରାରେ ସାମିଲ ହେଲେ ଅନେକ ସରପଞ୍ଚ ଓ ମାନ୍ୟଗଣ୍ୟ ବ୍ୟକ୍ତି  

ରାଧା ସେନାପତିଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା, ଶବ ଶୋଭାଯାତ୍ରାରେ ସାମିଲ ହେଲେ ଅନେକ ସରପଞ୍ଚ ଓ ମାନ୍ୟଗଣ୍ୟ ବ୍ୟକ୍ତି  

ରୁପ୍ରା, 28/8 (ଅଜୟ ସେନାପତି) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ ଅନ୍ତର୍ଗତ ରୁପ୍ରା ଗ୍ରାମ ପଞ୍ଚାୟତର ସରପଞ୍ଚ ଡଲି ବେହେରାଙ୍କ ଶାଶୁ ତଥା ଦୁଇ ବ୍ୟବସାୟୀ ଭାଇ ପ୍ରଶାନ୍ତ ସେନାପତି ଓ ସୁଶାନ୍ତ ସେନାପତିଙ୍କ ମାଆ ରାଧା ସେନାପତିଙ୍କ (73ବର୍ଷ) କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ସଂଧ୍ୟାରେ ପରଲୋକ ହୋଇଥିଲା । ରୁପ୍ରା ଗ୍ରାମ ବରମପୁରିଆ ସେନାପତି ପରିବାରର ବରିଷ୍ଠ ସଦସ୍ୟ ଦାମୋଦର ସେନାପତିଙ୍କ ପତ୍ନୀ ରାଧା ସେନାପତିଙ୍କ ଜୁଲାଇ 23 ତାରିଖରେ ଭୁବନେଶ୍ୱର ଠାରେ ହୃଦୟ (Heart) ର ଅସ୍ପୋପଚାର କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ନହେବାରୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ପରଲୋକ ହୋଇଥିଲା । କଟକରୁ ମୃତ ଶରୀର ଆମ୍ୱୁଲେନ୍ସ୍ ଯୋଗେ ଶୁକ୍ରବାର ସକାଳେ ଗାଁ ରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କ ପଛରେ ସ୍ୱାମୀ ଦାମୋଦର, ଦୁଇ ପୁଅ ପ୍ରଶାନ୍ତ ଓ ସୁଶାନ୍ତ, ଦୁଇ ପୁତ୍ର ବଧୁ ବବିତା ଓ ରୁପ୍ରା ସରପଞ୍ଚ ଡଲି ବେହେରା, ଦୁଇ ଝିଅ ମଞ୍ଜୁରୀ ଓ ମାଧୁରୀ ତଥା ଦୁଇ ଜ୍ୱାଇଁ ସୁରଥ ଓ ଚୁଡାମଣି, ନାତି ନାତୁଣୀ ଓ ଆତ୍ମୀୟ ସ୍ୱଜନଙ୍କୁ ଛାଡି ପରଲୋକ ଗମନ କରିଛନ୍ତି। ଉକ୍ତ ଖବର ଶୁଣିବା ପରେ ତାଙ୍କ ବାସଭବନକୁ ନର୍ଲା ସରପଞ୍ଚ ସଂଘର ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ବାଗପୁର ସରପଞ୍ଚ ଗୋପାଳ ହାତୀ, ପଲମ ସରପଞ୍ଚ ହେମକିଶୋର ନାଗ, ଘଣ୍ଟମାଲ ସରପଞ୍ଚ ଦେବେନ୍ଦ୍ର ସା, ପୂର୍ବ ସରପଞ୍ଚ ଶ୍ୟାମ ସୁନ୍ଦର ସେନାପତି ଓ ଅକୃର ସାହୁ, ମୃତ ରାଧାଙ୍କ ଦିଅର ଅବସରପ୍ରାପ୍ତ ଜୁନାଗଡ ବ୍ଲକ୍ ବିଇଓ ବିଜୟ ସେନାପତି, ଅବସରପ୍ରାପ୍ତ ଶିକ୍ଷକ ବିଷ୍ଣୁ ସେନାପତି, ପୁତୁରା ପୁଲିସ୍ ଏଏସଆଇ ଦିଲୀପ ସେନାପତି ଓ ସାମ୍ବାଦିକ ଅଜୟ ସେନାପତିଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହିତ ଶୋକାକୂଳ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ସେହିପରି ତାଙ୍କ ପରଲୋକ ଖବର ଶୁଣିବା ପରେ ନର୍ଲା ବିଧାୟିକା ମନୋରମା ମହାନ୍ତି ଓ ନର୍ଲା ବ୍ଲକର ଭାରପ୍ରାପ୍ତ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ପ୍ରମୁଖ ଶୋକ ପ୍ରକାଶ କରିଥିଲେ। ଶୁକ୍ରବାର ସକାଳେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା, ଦୁଇ ପୁଅ ପ୍ରଶାନ୍ତ ଓ ସୁଶାନ୍ତ ମୁଖାଗ୍ନି ଦେଇଥିଲେ।

Related posts

ସୋଲାର ଯୋଗେ ପାଇପ୍ ପାଣି ଯୋଗାଣର ଶୁଭ ଉଦଘାଟନ

Sunil Chandra Nayak

ଜୁନାଗଡ଼ ମହୋତ୍ସବ ଫେବୃଆରୀ ୧୪ ରୁ ୧୬ ପର୍ଯନ୍ତ ହେବା ପାଇଁ ଦିନ ଧାର୍ଯ୍ୟ 

masiha

ଦୋଳ ପୂର୍ଣ୍ଣିମା ଅବସର ରେ କୃପାସିନ୍ଧୁ ସାଂସ୍କୃତିକ ପରିଷଦ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସମ୍ମାନିତ ହେଲେ ସାମ୍ବାଦିକ ଓ କଳାକାର

Sunil Chandra Nayak

Leave a Comment

error: Content is protected !!