ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୁଳ ରାମପୁର; ବିକାଶ ନାଁରେ ମାଳମାଳ ଯୋଜନା ବିକାଶ ବାଟବଣା, ସମସ୍ୟା ଅନେକ ଏହାର ସମାଧାନ ଶୂନ ଅଞ୍ଚଳବାସୀ ହନ୍ତସନ୍ତ

ଥୁଆମୁଳ ରାମପୁର; ବିକାଶ ନାଁରେ ମାଳମାଳ ଯୋଜନା ବିକାଶ ବାଟବଣା, ସମସ୍ୟା ଅନେକ ଏହାର ସମାଧାନ ଶୂନ ଅଞ୍ଚଳବାସୀ ହନ୍ତସନ୍ତ

ଥୁଆମୁଳ ରାମପୁର;୨୯/୦୮ – (ମନିସ) ଦେଶ ସ୍ବାଧୀନତା ପାଇ ୮୦ ବର୍ଷରେ ପଦାର୍ପଣ କଲା ସତ, ହେଲେ ଆଜିବି ଦୁର୍ଗମ ଅଞ୍ଚଳର ବସବାସ କରୁଥିବା ଜନସାଧାରଣ ସ୍ବାଧୀନତାର ସ୍ବାଦ ଚାଖିପାରିଲେ ନାହିଁ। ବଣ ଜଙ୍ଗଲ ଘେରା ପାହାଡ ପର୍ବତ ଶିଖର ଘଞ୍ଚ ଜଙ୍ଗଲ ମଧ୍ୟରେ ଦହନୀୟ ଅବସ୍ଥାରେ ଜୀବନ ଯାପନ କରିଆସୁଛନ୍ତି ଏମାନଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ଅପହଞ୍ଚ, ଗମନାଗମନ କ୍ଷେତ୍ରରେ ବହୁ ପଛରେ, ବିଷୁଦ୍ଧ ପାନୀୟ ଜଳ କହିଲେ ଝରଣାର ଦୁଷୀତ ଜଳ ପାନୀୟ ଭାବରେ ବ୍ଯବହାର କରି ଅଜଣା ରୋଗର ଶୀକାର ହେଉଥିବା ନଜର ରହିଛି। ଗମନାଗମନ ସୁବିଧା ସୁଯୋଗ ନାହିଁ ବୋଲି ଦୁର୍ଗମ ଅଞ୍ଚଳର ଲୋକେ ରୋଗୀ ହେଉଅବା ଗର୍ଭବତୀ ମହିଳାମାନଙ୍କୁ ଖଟିଆରେ ବୋହିବା ଓ ଏହି କିଛି ଦିନ ତଳେ ଜଣେ ଦାଦନ ଶ୍ରମିକଙ୍କୁ ୮ କିଲୋମିଟର ଖଟିଆରେ ବୋହା ହେବା ଭଳି ଘଟଣା ଜିଲ୍ଲାରେ ଚହଳ ସୃଷ୍ଟି କରିଥିଲା। ଜରୁରୀକାଳୀନ ପରିସ୍ଥିତିରେ ସ୍ବାସ୍ଥ୍ୟ ସେବା ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ସାତସପନ, ଗରିବ ଲୋକେ ରୋଗୀ କିମ୍ବା ଗର୍ଭବତୀ ମହିଳାମାନଙ୍କୁ ସହରରକୁ ଚିକିତ୍ସା ପାଇଁ ନେବାକୁ ପଡେ ତେବେ ଗରିବ ଲୋକଙ୍କୁ ରୋଗର ଚିକିତ୍ସା ପାଇଁ ଅର୍ଥ ସାଜେ ବାଧକ, ଏପରିକି କିଛି ଦୁର୍ଘଟଣା ଘଟେ ତେବେ ଉନ୍ନତ ମାନର ଚିକିତ୍ସା ପାଇବାରେ ଏମାନେ ବଞ୍ଚିତ। ସାମାନ୍ୟ ମୃତ୍ୟୁବରଣ କରିଥିବା ମରଶରୀରକୁ ମଧ୍ୟ ବ୍ଯବଛେଦ କରିବାକୁ ହେଲେ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନାକୁ ପରିବାରର ଲୋକେ ଘୁରିବୁଲିବା ଭଳି ଅଞ୍ଚଳରେ ନୂଆ ନୁହଁ। ଅପରପକ୍ଷରେ ସରକାର ଡିଣ୍ତିମପିଟି କହୁଛନ୍ତି ଯେ ବିକଶିତ ଗାଁ ବିକଶିତ ଓଡିଶା ଏହାର ବିକଳ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୁଳ ରାମପୁର ବ୍ଳକରେ। ଏହି ବ୍ଳକ ଏକ ଆଦିବାସୀ ବହୁଳ ଅଞ୍ଚଳ ୨୪ ଗୋଟି ଗ୍ରାମପଞ୍ଚାୟତ ନେଇ ଏହି ବ୍ଳକ ଗଠିତ। ଅଧିକାଂଶ ଅଞ୍ଚଳକୁ ଗମନାଗମନ ସୁବିଧା ନାହିଁ ଯାହାଫଳରେ ସାମାନ୍ୟ ଆମ୍ବୁଲାନ୍ସ ଗାଡି ଟିଏ ମଧ୍ୟ ଗାଁରେ ପହଞ୍ଚିବା ମୁସ୍କିଲ ହୋଇପଡେ ତେଣୁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହିବା ପାଇଁ ବାଧ୍ୟ ହୁଅନ୍ତି। ଏହାଛଡା ଏମାନଙ୍କ ପାଇଁ ବିଷୁଦ୍ଧ ପାନୀୟ ଜଳ ସମସ୍ୟା ଲାଗିରହିଛି, ଲୋକେ ଝରଣା ଜଳକୁ ପାନୀୟ ଭାବରେ ବ୍ଯବହାର କରୁଥିବା ନଜିର ରହିଛି, ସ୍ବାସ୍ଥ୍ୟ ସେବାରେ ମଧ୍ୟ ସେହି ଅବସ୍ଥା ଶବ ବ୍ଯବଛେଦ ପାଇଁ କୌଣସି ସୁବ୍ଯବସ୍ଥା ଏପର୍ଯ୍ୟନ୍ତ କରାଯାଇନାହିଁ। ଏମିତିକି ଶବ ବ୍ଯବଛେଦ ପାଇଁ ଏ ଡାକ୍ତରଖାନରୁ ସେ ଡାକ୍ତରଖାନାକୁ ଶବ ଧରି ଘୁରିବୁଲିବାକୁ ପଡିଥାଏ। ସେହିଭଳି ଅନେକ ଗାଁରେ ବିଦ୍ଯୁତ ଆଲୋକ ପହଞ୍ଚି ପାରିନାହିଁ, ଡିଜିଟାଲ ଯୁଗରେ ମଧ୍ୟ ଲୋକମାନେ ନେଟୱର୍କ ଭଳି ସମସ୍ୟା ଭୋଗିବାକୁ ପଡୁଛି। କୌଣସି ଜରୁରୀକାଳୀନ କାମରେ ଲୋକମାନେ ପାହାଡ ପର୍ବତ ଶିଖର କିମ୍ବା ଗଛ ଉପରେ ଚଢି ନେଟୱର୍କ ଅନ୍ବେଷଣ କରି ଫୋନ ଯୋଗେ ଯୋଗାଯୋଗ କରିବା ଭଳି ଘଟଣା ବ୍ଳକ ଅଧିନ ଥିବା ଅଞ୍ଚଳରେ ରହିଛି। ଶିକ୍ଷା ବ୍ଯବସ୍ଥା ରେ ତଦନୁରୂପ କେଉଁ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି ତୋ କେଉଁଠି ଛାତ୍ରଛାତ୍ରୀ ଅଭାବ, ବିଦ୍ୟାଳୟ ରହିଛି ହେଲେ ଭିର୍ତ୍ତିଭୂମିର ଘୋର ଅଭାବ, ବିଦ୍ୟାଳୟ ମାନଙ୍କରେ ସୁରକ୍ଷା ବାଡ, ପାନୀୟ ଜଳ ସମସ୍ୟା, କିନ୍ତୁ ସରକାର ନିଜର ପଡିଆରୀ ବଞ୍ଚାଇବା ପାଇଁ ଲୋକଙ୍କୁ ବିଭିନ୍ନ ସମୟରେ ମିଥ୍ୟା ପ୍ରତିଶ୍ରୁତି ଦେଇ ଆଶ୍ବାସନ ଦେବା ବିଷୟ ଠିକ କିନ୍ତୁ ତାହାକୁ କାର୍ଯ୍ୟକାରୀ କରିବା ଶୂନ ରହିଥିବା ସମୀକ୍ଷାରୁ ଜଣାପଡେ। ଏପରିପ୍ରେକ୍ଷିରେ ସ୍ଥାନୀୟ ଜନପ୍ରତିନିଧିଙ୍କର କର୍ତ୍ତବ୍ୟ ଏହି ଗରିବ ଲୋକଙ୍କୁ ସହାୟକ ହେବା ବଦଳରେ ସେମାନଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ଅଞ୍ଚଳର ବିକାଶ ସମ୍ଭବ ହୋଇପାରୁନାହିଁ ବୋଲି ଲୋକଙ୍କ ମଧ୍ୟରେ ମତ ପ୍ରକାଶ ପାଇଥିବା ଜଣାପଡିଛି। ଏହି ଅଞ୍ଚଳର ଗରିବଙ୍କ ପାଇଁ ମାଳ ମାଳ ଯୋଜନା ହେଲେ ଯୋଜନା ବାଟବଣା ଗରିବ ଯୋଜନା ଧନୀଙ୍କୁ ଲାଭ ବୋଲି ଚର୍ଚ୍ଚା ହେଉଛି। ଆଗକୁ ଥୁଆମୁଳ ରାମପୁର ବ୍ଳକର ବିକାଶ କରିବାକୁ ଆଉ କେତେ ବର୍ଷ ଲାଗିବ ସେନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛ। ତେବେ ଡବଲ ସରକାରଙ୍କ ଥୁଆମୁଳ ରାମପୁର ବ୍ଳକର ଉନ୍ନତି ପାଇଁ କେତେ ତତ୍ପରତା ଦେଖାଉଛନ୍ତି ତାହା ଆଗକୁ ଦେଖିବାକୁ ବାକି ରହିଲା।

ଥୁଆମୁଳ ରାମପୁର ବ୍ଲକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଗୋଲାମୁଣ୍ଡାରେ ବ୍ଲକ ସ୍ତରୀୟ ଆସ୍ପିରେସନାଲ ଚୌପାଲ କାର୍ଯ୍ୟକ୍ରମ ଅନୁଷ୍ଠିତ: ୧୭୪ କାରିଗର ସାମିଲ

Sunil Chandra Nayak

ସମୂହ ରକ୍ତଦାନ ର ପ୍ରତିଜ୍ଞା ନେଇ ଭାରତୀୟ ଔଷଧ ବ୍ୟବସାୟୀ ସଂଘ୍ (AIOCD) ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ରେ ନାମ ଦର୍ଜ୍ କଲା

masiha

ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଆମ୍ବୁଲାନ୍ସ ସେବା ଶୁଭାରମ୍ଭ 

masiha

Leave a Comment

error: Content is protected !!