ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ରୀଡା ଦିବସ ଉଦଘାଟିତ( ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଛାତ୍ର ଛାତ୍ରୀଙ୍କ ପାଇଁ ଜରୁରୀ)

କ୍ରୀଡା ଦିବସ ଉଦଘାଟିତ( ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଛାତ୍ର ଛାତ୍ରୀଙ୍କ ପାଇଁ ଜରୁରୀ)

ନବରଙ୍ଗପୁର:(୨୮|୮)(ରବି ନାରାୟଣ ମହାନ୍ତି)ସ୍ଥାନୀୟ ନବରଙ୍ଗପୁର ଷ୍ଟାଡିୟମ୍ ର ଇଣ୍ଡର କକ୍ଷ ରେ ଜିଲ୍ଲା ସ୍ତରୀୟ କ୍ରୀଡା ଦିବସ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଗୌରୀ ଶଙ୍କର ମାଝୀ ଏବଂ ଜିଲ୍ଲାପାଳ ଡ଼କ୍ଟର ମହେଶ୍ୱର ସ୍ୱାଇଁ ଦୀପ ପ୍ରଜ୍ବଳନ ପୂର୍ବକ ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଆନୁଷ୍ଠାନିକ ଭାବରେ କ୍ରୀଡା ଦିବସ ଉଦଘାଟିତ କରିଥିଲେ। ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ପ୍ରକଳ୍ପ ନିର୍ଦ୍ଦେଶକ ବିରଞ୍ଚି ନାରାୟଣ ଦରୱାନ, ଜିଲ୍ଲା କ୍ରୀଡା ସଂଘର ଉପ ସଭାପତି ଏମ ବାଲା କ୍ରିଷ୍ଣା ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କ୍ରିକେଟ ସମ୍ପାଦକ ଅଶୋକ ନାୟକ ପ୍ରମୁଖ ଯୋଗ ଦେଇ ହକି ଯାଦୁଗର ଧ୍ୟାନଚାନ୍ଦ ଙ୍କ ସ୍ମୃତି ଚାରଣ କରିଥିଲେ । ପାଠ ପଢ଼ିବା ସହ କ୍ରୀଡା ଏବଂ ଯୋଗ କଲେ ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ ସାଥେ ସାଥେ ନିଜ ପଢ଼ା ପ୍ରତି ଅଧିକ ଆଗ୍ରହ ସୃଷ୍ଟି ହେବ ବୋଲି ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ମାଝୀ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କ ଉଦ୍ଦେଶ୍ୟରେ କହିଥିଲେ। ଶେଷରେ ସମସ୍ତ ଛାତ୍ର ଛାତ୍ରୀଙ୍କ ସମେତ ଉପସ୍ଥିତ ଅତିଥି ମାନେ ନିଶା ମୁକ୍ତ ଭାରତ ଅଭିଯାନ ଉଦ୍ୟେଶ ରେ ଏକ ଶପଥ ପାଠ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଭାରପ୍ରାପ୍ତ କ୍ରୀଡା ଅଧିକାରୀ ଶଭାନ ଶ୍ରୀତମ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ। କ୍ରୀଡା ଶିକ୍ଷକ ଭିଭାଷିସ ଦେ ମଞ୍ଚ ସଂଯୋଜନା କରିଥିବା ବେଳେ ଅନ୍ୟତମ କ୍ରୀଡା ଶିକ୍ଷକ ଅଜିତ୍ ପରିଜା ଏବଂ କ୍ରୀଡା ବିଭାଗ ପକ୍ଷରୁ ନିରଞ୍ଜନ ନାୟକ ସହଯୋଗ କରିଥିଲେ। ସୂଚନା ଯୋଗ୍ୟ ଯେ କ୍ରୀଡା ଦିବସ ନିମନ୍ତେ ପ୍ରଥମ ଥର ପାଇଁ ତିନି ଦିବସୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଦିବସରେ କ୍ରୀଡା ଦିବସ ସମ୍ବନ୍ଧିତ ବିଭିନ୍ନ ପ୍ରତିଯୋଗିତା ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହେବ ଏବଂ ଶେଷ ଦିବସରେ ସ୍ଥାନୀୟ ସଦାଶିବ ତ୍ରିପାଠୀ ପାର୍କ ଠାରୁ ଏକ ସାଇକେଲ ରେଲି ବାହାରି ରାଜା ଚୈତନ୍ୟ ଦେବ ନୋଡାଲ ବିଦ୍ୟାଳୟ ପଡିଆରେ ଶେଷ ହେବ ଏବଂ ସେଠାରେ ଉପସ୍ଥିତ ଅତିଥିଙ୍କ ଦ୍ୱାରା ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ସ୍ମୃତିଚାରଣ ଅନୁଷ୍ଟିତ ହେବା ସହ ଦ୍ୱିତୀୟ ଦିବସରେ ଅନୁଷ୍ଟିତ ବିଭିନ୍ନ ପ୍ରତିଯୋଗିତା ରେ ସଫଳ ହୋଇଥିବା କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯିବ।

Related posts

ସରିଆଁରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଆୟୋଜିତ

masiha

ପାନାବେଡା କଲେଜରେ ଯୁବ ଦିବସ ପାଳିତ

Sunil Chandra Nayak

ବଜାରରେ ବଡ଼ା ଛତୁର ଚାହିଦା ଥିବା ବେଳେ,କିଲୋ ହଜାରେ,ପରିବା ମୂଲ୍ୟ ଅମୁଲ ମୂଲ, ଖାଉଟି ଚିନ୍ତାରେ

Sunil Chandra Nayak

Leave a Comment

error: Content is protected !!