ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ 

ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ 

ରାଉରକେଲା : ସ୍ୱଭାବକବି ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟର ରିତିଯୁଗୀୟ କଳାପାଟବ ଓ ଆଧୁନିକ ଯୁଗଚେତନାର ଏକ ଅନନ୍ୟ ସେତୁବନ୍ଧ। ପାରମ୍ପରିକ ପୌରାଣିକ ଆଖ୍ୟାନକୁ ଆଧାର କରି ମଧ୍ୟ ସେଥିରେ ନୂତନ ଜୀବନଦୃଷ୍ଟି, ନୈତିକତା ଓ ସୌନ୍ଦର୍ଯ୍ୟବୋଧ ଭରିଦେବା ତାଙ୍କ ସାହିତ୍ୟର ମୁଖ୍ୟ ସ୍ୱତନ୍ତ୍ରତା। ସମାଜକୁ ଶୃଙ୍ଖଳିତ ତଥା ଆଦର୍ଶମୟ ଜୀବନଯାପନ ପାଇଁ ପ୍ରେରଣା ଯୋଗାଇବା ତାଙ୍କ ସାହିତ୍ୟର ଅନ୍ୟତମ ପ୍ରମୁଖ ବୈଶିଷ୍ଟ୍ୟ।

ରାଉରକେଲାର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ୍ ସର୍କଲ ଆନୁକୂଲ୍ୟରେ ଅନୁଷ୍ଠାନର ମେହେର ମଣ୍ଡପ ରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ଅବସରରେ ବକ୍ତାମାନେ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଇଂ ଅଭୟ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ରେଢ଼ାଖୋଲ କଳିଙ୍ଗ ମହାବିଦ୍ୟାଳୟର ଅଧ୍ୟାପକ ବିପିନ ମହାନନ୍ଦ ଯୋଗଦେଇ ‘କବି ଗଙ୍ଗାଧରଙ୍କ କବିତାରେ ସ୍ୱତନ୍ତ୍ରତା’ ଶୀର୍ଷକରେ ଆଲୋଚନା କରି କହିଲେ ଯେ, ଗଙ୍ଗାଧରଙ୍କ କବିତା ସମାଜରେ ଶାନ୍ତି, ମୈତ୍ରୀର ବାର୍ତ୍ତା ଦେବାସହ ମଣିଷକୁ ସ୍ନେହ, ଶ୍ରଦ୍ଧା ଓ ପ୍ରେମର ନୈସର୍ଗିକ ବାର୍ତ୍ତା ପ୍ରଦାନ କରି ପାଠକକୁ ଆତ୍ମସମୀକ୍ଷା କରିବା ପାଇଁ ପ୍ରେରିତ କରିଥାଏ। ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ ଓଡ଼ିଆ କାବ୍ୟ ଏବଂ କବିତା ମଧ୍ୟରେ ଥିବା ପ୍ରଭେଦ ସମ୍ପର୍କରେ ତାତ୍ବିକ ସୂଚନା ପ୍ରଦାନ କରିବା ସହ କହିଲେ ଯେ, ଗଙ୍ଗାଧର କେବଳ ଜଣେ ସ୍ବଭାବ କବି ନଥିଲେ, ସେଥିଲେ ଋଷି କବି। ତାଙ୍କ କବିତାରେ ସେ ସମଗ୍ର ବିଶ୍ବକୁ ମଧୁମୟ କରିବାର କଳ୍ପନା କରିବା ସହ ପ୍ରାଚୀନତାରେ ନୂତନତ୍ବ ଭରିଦେଇଛନ୍ତି। ପ୍ରାରମ୍ଭରେ ଅତିଥି ମାନେ କବିଙ୍କ ତୈଳ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ, ଅନୁଷ୍ଠାନର କଳାକାର – ଅଙ୍କିତା ବେହେରା, ସଙ୍ଗୀତା ପଣ୍ଡା, ସରସ୍ୱତୀ ନାଗ, ବାପିନା ନାୟକ, ଦୀପକ ରାଉତ ଏବଂ ଦେବରଞ୍ଜନ ସାମଲ ପ୍ରମୁଖ ଗଙ୍ଗାଧରଙ୍କ ରଚିତ ‘ମଙ୍ଗଳେ ଅଇଲା ଉଷା..’ ଏବଂ ବିଶ୍ଵ ଦେଖ ମଧୁମୟ ରେ ଜୀବନ..’ ସୁଲଳିତ କଣ୍ଠରେ ଗାନ କରିଥିଲେ। ବାଦ୍ୟଯନ୍ତ୍ରରେ ଗୁରୁ ବାବାଜୀ ଚରଣ ବିଶ୍ବାଳ ଏବଂ ବିବେକାନନ୍ଦ ପଣ୍ଡା ସହାୟତା କରିଥିଲେ। ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଉପଦେଷ୍ଟା ଲକ୍ଷ୍ମଣ ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅବସରପ୍ରାପ୍ତ ଅଧ୍ୟକ୍ଷ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏବଂ କବି ତ୍ରିଲୋଚନ ସ୍ବାଇଁ ଓ କବୀ ରଶ୍ମିବାଳା ରାଉତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ସର୍ବଶ୍ରୀ ଆଲୋକ ବୋଷ, କିଶୋରୀ ମୋହନ କର, ଗୀତାଞ୍ଜଳି ପତ୍ରୀ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଅଶୋକ କୁମାର ପଟ୍ଟନାୟକ, ସଂଗ୍ରାମ ସିଂ ସାମଲ, ମଞ୍ଜୁଳା କୁମାରୀ ରଥ, ଏସ ନାୟକ, ସତ୍ୟବ୍ରତ ଦାଶ, ତ୍ରିଲୋଚନ ସ୍ବାଇଁ ଏବଂ ରଶ୍ମିବାଳା ରାଉତରାୟ ପ୍ରମୁଖ ସ୍ବରଚିତ କବିତାମାନ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ନେହଲତା ନାୟକ, ସନ୍ତୋଷ କୁମାର ମଲ୍ଲିକ, ନିଖିଳେଶ୍ବର ଦାଶ, ଅଜିତ ବାରଓ୍ବା ଏବଂ ଅନିନ୍ଦିତା ମାଇତିଙ୍କ ସହ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏବଂ ଅନୁଷ୍ଠାନ ଦ୍ବାରା ପରିଚାଳିତ ସ୍ପ୍ରିଂ ଭେଲି ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନେ ସକ୍ରିୟ ସହଯୋଗ କରିଥିବାବେଳେ ରାଜୀବ ପାଣି, ବଳରାମ ଦାଶ, ଡ.ଅଶ୍ବିନୀ କୁମାର ରାୟ, ଡ. ନଗେନ କୁମାର ଦାସ, ଜୟଶ୍ରୀ ଦାସ, ବିଶ୍ବନାଥ ଜେନା, ବିକ୍ରମ ଆଚାର୍ଯ୍ୟ, ରବିନାରାୟଣ ସିଂହ, ରମେଶ ଚନ୍ଦ୍ର ସିଂହ, କମଳ ଆଚାର୍ଯ୍ୟ, ଶରତ କୁମାର ଦାସ, ଅକ୍ଷୟ କୁମାର ଧଳ, ସୁକାନ୍ତ ଖୁଣ୍ଟିଆ, ଡ.ସୁମନ ଦତ୍ତ, ନାରାୟଣ ଚନ୍ଦ୍ର ମହନ୍ତ ପ୍ରମୁଖ ଶତାଧିକ ସାହିତ୍ୟ -ସଂସ୍କୃତି ପ୍ରେମୀ ଯୋଗ ଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଜେଡି ଶାସନରେ ମହିଳା ନିରାପଦ ଥିଲେ,ଜଡାମୁଣ୍ଡା ଓ ଭେଲା ଗ୍ରାମରେ ମହିଳା, କୃଷକ, ଆଦିବାସୀ ଓ ଅନୁସୂଚିତ ଜାତି ସମୁଦାୟଙ୍କ ଭରସା ବିଜେଡି 

Sunil Chandra Nayak

ଧର୍ମଗଡ ରେ ପ୍ରବଳ ବର୍ଷା…. ଏସ ଟି ସ୍କୁଲ ଛକ ର ହାଲ ବେହାଲ ଅବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ

masiha

ବିନା ଟେଣ୍ଡର ଓ ନୋଟିସରେ ଚନ୍ଦ୍ରପୁରୁ ବ୍ଲକରେ ସ୍କୁଲକୁ ବିତରଣ ପୋଷାକରେ ମହା ଘୋଟାଲା

masiha

Leave a Comment

error: Content is protected !!