ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରିଂ ବ୍ଳକ ବିଜେପି ତରଫରୁ ସନ୍ଥ ଶିରୋମଣି ରବିଦାସଙ୍କ ଜୟନ୍ତୀ ଓ ସମରସିତା ସଙ୍କଳ୍ପ ଅଭିଯାନ

ତିରିଂ ବ୍ଳକ ବିଜେପି ତରଫରୁ ସନ୍ଥ ଶିରୋମଣି ରବିଦାସଙ୍କ ଜୟନ୍ତୀ ଓ ସମରସିତା ସଙ୍କଳ୍ପ ଅଭିଯାନ

ରାଇରଙ୍ଗପୁର – ୩୦/୦୮ ସନ୍ଥ ଶିରୋମଣୀ ଶ୍ରୀ ଗୁରୁ ରବି ଦାସଙ୍କ ୬୫୦ ତମ ଜୟନ୍ତୀ ଅବସରରେ ତିରିଂ ବ୍ଳକର ବଡଡାଳିମାରେ ‘ ସମରସତା ସଙ୍କଳ୍ପ ଅଭିଯାନ” ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ମୟୂରଭଂଜ ସାଂସଦ ନବ ଚରଣ ମାଝୀ,ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ମୁଖ୍ୟ ବକ୍ତା କବି ବିଷ୍ଣୁ ଶତପଥି, ସ୍ବାମି ଶିବାନନ୍ଦଜୀ, ଵିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନବିନ ରାମ, ବିଜେପି ଜିଲ୍ଲା ସଭାପତି ଜୁରିଲାଲ ମହାନ୍ତ, ସାଂସଦ ପ୍ରତିନିଧି ସୁନିଲ ସାଇଁଆ,ବରିଷ୍ଠ ବିଜେପି ନେତା ଫାଗୁରାମ ମାର୍ଣ୍ଡୀ,ଏସି ସେଲ ଜିଲ୍ଲା ସଭାପତି ସୁବାସ ଵେହେରା , ଆଶିଷ ସାହୁ,ସନାତନ ସାହୁ,ଅଞ୍ଜନ ଗିରି,ବିଶ୍ବ ରଞ୍ଜନ ସାହୁ,ସଞ୍ଜିବ ମହାପାତ୍ର,ଶିବାଜୀ ପାତ୍ର, ଜୋତ୍ସ୍ନାରାଣୀ ସାହୁ,ସିତା କାଲୁଣ୍ଡିଆ, ମିଥିଳା ଟୁଡ,ରାଣି ମଣ୍ଡଳ,ଯଜ୍ଞସିନୀ ବେହେରା, ରାଣି ମଣ୍ଡଳ,ରଞ୍ଜିତା ମହାନ୍ତ,ମଂଜୁଲତା ଗିରି,ନିରୁପମା ଟୁଡୁ, ସମେତ ବହୁ ଦଳୀୟ ନେତୃବୃନ୍ଦ ଓ କର୍ମୀ ସାମିଲ ହୋଇଥିଲେ ।ଏହି ଅବସରରେ କାଶୀରୁ ଅଣାଯାଇଥିବା ପବିତ୍ର ମାଟିକୁ କଳଶରେ ଧାରଣ କରି ଭଜନ ଓ ସଙ୍କୀର୍ତ୍ତନ ସହ ଏକ ସୁସଜ୍ଜିତ ରଥରେ ସନ୍ଥ ଶିରୋମଣି ରବି ଦାସଙ୍କ ଫଟୋକୁ ରଖାଯାଇ ସାଧାରଣଙ୍କ ଦର୍ଶାନାର୍ଥେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା ‌ । ରାଧାକୃଷ୍ଣ୍ନ ମନ୍ଦିରରୁ ସ୍ଥାନୀୟ ଶିବ ମନ୍ଦିର ପର୍ଯ୍ୟନ୍ତ ସଂକୀର୍ତ୍ତନ ଓ ଭଜନ କରି ସେଠାକୁ ଯାଇଥିଲେ । ପରେ ଶିବ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସଭାରେ ସନ୍ଥ ଶିରୋମଣି ରଵିଦାସଙ୍କ ଜୀବନୀ, ଆଦର୍ଶ ଓ ମାନବ ସମାଜ କଲ୍ୟାଣ ପାଇଁ ତାଙ୍କର ଅବଦାନ ଉପରେ ଆଲୋକପାତ କରାଯାଇଥିଲା ।ସମାଜରେ ସମାନତା,, ଭାଇଚାରା, ସାମାଜିକ ସମରସତା ଓ ମାନବୀୟ ମୂଲ୍ୟବୋଧ ପ୍ରତିଷ୍ଠା କରିବା ଦିଗରେ ଗୁରୁ ରବି ଦାସଙ୍କଦର୍ଶନ ଆଜି ପାଇଁ ପ୍ରେରଣା ଦାୟୀ ବୋଲି ମତ ପ୍ରକାଶ ପାଇଥିଲା ।କାର୍ଯ୍ୟକ୍ରମରେ ସମସ୍ତ ଅଞ୍ଚଳରୁ ଆସିଥିବା ସାଧୁ, ସନ୍ଥ,, ଧାର୍ମିକ, ଓ ସାମାଜିକ କାର୍ଯ୍ଯକର୍ତାଙ୍କ ସମେତ ବହୁ ସଂଖ୍ୟକ ଲୋକେ ଯୋଗ ଦେଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ଉତ୍କଳଦିବସ ପାଳନ

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଓଡିଆ ପକ୍ଷ ପାଳନ ଅବସରରେ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନମାନଙ୍କରେ ଓଡିଆ ନାମଫଳକ ପ୍ରଦର୍ଶନ

masiha

ଜହ୍ନ ରାଇଜରେ ପହଁଚିଲା ଭାରତ  ଏବେ ବି ମୟୁରଭଞ୍ଜ ର ଦୁର୍ଗମ ଅଂଚଳରେ ମୋବାଇଲ ନେଟୱର୍କ ଅପହଞ୍ଚ ନେଇ ଅଂଚଳ ବାସୀଙ୍କ ଅସନ୍ତୋଷ ;ଜନପ୍ରତିନିଧି କୁନି ସର୍ଦାର ଙ୍କ ଷଷ୍ଠ ଥର ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ

masiha

Leave a Comment

error: Content is protected !!