ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାୟତ୍ତ ଶାସନ ଦିବସରେ ନୂଆପଡ଼ା ଏନ୍‌ଏସିକୁ ମିଳିଲା ‘ବେଷ୍ଟ ପରଫର୍ମିଂ ୟୁଏଲ୍‌ବି’ ପୁରସ୍କାର ମୁଖ୍ୟମନ୍ତ୍ରୀଙ୍କଠାରୁ ମିଳିଲା ୨ କୋଟି ଟଙ୍କାର ପୁରସ୍କାର, ଜ଼ିଲ୍ଲା ପାଇଁ ଆଉ ଏକ ମାଇଲ୍‌ଖୁଣ୍ଟ

ସ୍ୱାୟତ୍ତ ଶାସନ ଦିବସରେ ନୂଆପଡ଼ା ଏନ୍‌ଏସିକୁ ମିଳିଲା ‘ବେଷ୍ଟ ପରଫର୍ମିଂ ୟୁଏଲ୍‌ବି’ ପୁରସ୍କାର

ମୁଖ୍ୟମନ୍ତ୍ରୀଙ୍କଠାରୁ ମିଳିଲା ୨ କୋଟି ଟଙ୍କାର ପୁରସ୍କାର, ଜ଼ିଲ୍ଲା ପାଇଁ ଆଉ ଏକ ମାଇଲ୍‌ଖୁଣ୍ଟ

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲାର ସଫଳତାର ତାଲିକାରେ ଯୋଡ଼ି ହୋଇଛି ଆଉ ଏକ ଗୌରବମୟ ଅଧ୍ୟାୟ। ନିଜସ୍ୱ ରାଜସ୍ୱ ସଂଗ୍ରହରେ ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ ନୂଆପଡ଼ା ଏନ୍‌ଏସିକୁ ‘ବେଷ୍ଟ ପରଫର୍ମିଂ ଅର୍ବାନ୍ ଲୋକାଲ୍ ବଡି (ULB)’ ଭାବେ ସମ୍ମାନିତ କରାଯାଇ ୨ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି।ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (OUAT)ର କୃଷି ଶିକ୍ଷା ସଦନଠାରେ ସୋମବାର ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଏନ୍‌ଏସି ପକ୍ଷରୁ ଅଧକ୍ଷ ମହମ୍ମଦ ଆଦମ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରାକରଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ।

‘ଗ୍ରୋଥ୍‌ ଇନ୍‌ କଲେକ୍ସନ୍‌ ଅଫ୍‌ ଓଏସ୍‌ଆର୍‌’ ବର୍ଗରେ ରାଜ୍ୟର ୧୫ଟି ସହରାଞ୍ଚଳ ସଂସ୍ଥାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ୟୁଏଲ୍‌ବି ଭାବେ ଚୟନ କରାଯାଇଥିବା ବେଳେ ନୂଆପଡ଼ା ଏନ୍‌ଏସି ଏଥିରେ ସ୍ଥାନ ପାଇଛି।ନିଜସ୍ୱ ରାଜସ୍ୱ ସଂଗ୍ରହ ବୃଦ୍ଧି ଦିଗରେ ବକେୟା ହୋଲ୍ଡିଂ ଟ୍ୟାକ୍ସ ଆଦାୟକୁ ଏନ୍‌ଏସି ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା। ଏନ୍‌ଏସିର ଅଧିକାରୀ ଓ କର୍ମଚାରୀଙ୍କ ନିଷ୍ଠାପୂର୍ଣ୍ଣ ଓ ସମନ୍ୱିତ ପ୍ରୟାସ ଯୋଗୁଁ ରାଜସ୍ୱ ସଂଗ୍ରହରେ ଅଭିବୃଦ୍ଧି ଘଟିଥିଲା। ଏହି ସାମୂହିକ ପ୍ରୟାସର ସ୍ୱୀକୃତି ସ୍ୱରୂପ ନୂଆପଡ଼ା ଏନ୍‌ଏସି ଏହି ସମ୍ମାନ ହାସଲ କରିଛି।

Related posts

ଉତ୍କଳ ଆଲୁମିନା ପକ୍ଷରୁ ରୋଷ୍ଟେଡ ମାଣ୍ଡିଆ ୟୁନିଟ୍ ଉଦଘାଟିତ . ମାଣ୍ଡିଆ ପ୍ରକ୍ରିାକରଣ ଜରିଆରେ ମହିଳା ହେବେ ସ୍ବାବଲମ୍ବୀ 

Sunil Chandra Nayak

ଯୁବ ଜ୍ୟୋତି କ୍ଲବ ର ବାର୍ଷିକ ବୈଠକ ତଥା କର୍ମକର୍ତା ନିର୍ବାଚନ

Sunil Chandra Nayak

ରାଜ୍ୟସ୍ତରୀୟ ବାବା ଗୋରେଖନାଥ ଆଧ୍ୟାତ୍ମିକ ସାହିତ୍ୟ ସମ୍ମିଳନୀ 

masiha

Leave a Comment

error: Content is protected !!