ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଶକ୍ତିଶ୍ରୀ ଆଇନ ସଚେତନତା କାର୍ଯ୍ୟକ୍ରମ , ୨- ପୁଅ ସାମ୍ନାରେ ମାଆଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ , – ୩- କାମାକ୍ଷାନଗର ଠାରେ ଵସିଲା ଫେତ୍ ଫାଉଣ୍ଡେସନ ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ, ୪- କୂଅରୁ ମହିଳାଙ୍କର ମୃତଦେହ ଉଦ୍ଧାର ,୫- ହିନ୍ଦୋଳ ଉପଖଣ୍ଡର ସରକାରୀ ସଭାଗୃହ ପାଲଟିଛି କବାଡି ଖାନା ଓ ଅସାମାଜିକଙ୍କ ଆଡ୍ଡା  , ୬- ଆପ୍ ର ବ୍ଲକ ସ୍ତରୀୟ ବୈଠକ, କେନ୍ଦ୍ର ଖଣି ଆଇନକୁ ଆମ୍ ଆଦମୀ ପାର୍ଟିର ବିରୋଧ 

ଶକ୍ତିଶ୍ରୀ ଆଇନ ସଚେତନତା କାର୍ଯ୍ୟକ୍ରମ 

କାମାକ୍ଷାନଗର- କାମାକ୍ଷାନଗର ଡିଗ୍ରୀ ମହିଳା ମହାବିଦ୍ୟାଳୟ ପରିସରରେ ଉଚ୍ଚ ଶିକ୍ଷା ବିଭାଗ ଶକ୍ତିଶ୍ରୀ ସଶକ୍ତିକରଣ ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷା ଡକ୍ଟର ରେଣୁକା ପଣ୍ଡା ସଭାପତିତ୍ୱ କରି ଛାତ୍ରୀମାନେ ଶକ୍ତିଶ୍ରୀ ମାଧମରେ କିପରି ନିଜର ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇପାରିବେ ସେ ସଂପର୍କରେ ନିଜର ମତ ରଖିଥିଲେ l ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ସୁରମା ପ୍ରଧାନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ l ପ୍ରାରମ୍ଭରେ ଅଧ୍ୟାପକ ଦୀପକ କୁମାର ବିଶ୍ୱାଳ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l କାମାକ୍ଷାନଗର ଆଇନଜୀବୀ ସୁଶ୍ରୀ ରୁବିନା ପ୍ରିୟଦର୍ଶନୀ ଯୋଗଦେଇ ନ୍ୟାୟିକ ବ୍ୟବସ୍ଥାରେ ତତ୍କାଳୀନ ଆଇନ ସଂପର୍କରେ ଆଲୋକପାତ କରିଥିଲେ l ଅଧ୍ୟାପିକା ସେଶାଞ୍ଜଳି ପଣ୍ଡା ଛାତ୍ରୀମାନଙ୍କ ସକାଶେ ରହିଥିବା ଆଇନ ସଂପର୍କରେ ସୂଚନା ପ୍ରଦାନ କରିଥିଲେ l ଅଧ୍ୟାପକ ଆଶିଷ କୁମାର ମହାନ୍ତି ଛାତ୍ରୀମାନେ କିପରି ଆଇନ ର ଆଶ୍ରୟ ନେଇ ପାରିବେ ସେ ଉପରେ ମାତବ୍ୟକ୍ତ କରିଥିଲେ l ସଂଯୋଜିକା ଅଧ୍ୟାପିକା ସୁରମା ପ୍ରଧାନ ଧନ୍ୟବାଦ ଦେଇଥିଲେ l

ପୁଅ ସାମ୍ନାରେ ମାଆଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

କାମାକ୍ଷାନଗର -ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ବାରୁଆଁ ପଞ୍ଚାୟତ ଅନ୍ତର୍ଗତ ଜବରଦସ୍ତପୁର ଗାଁରେ ଅଭାବନୀୟ ଘଟଣା। ପୁଅ ସାମ୍ନାରେ ମାଆଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛିl ମୃତ ମହିଳା ଜଣକ ହେଲେ ଜବରଦସ୍ତପୁର ଗାଁର ଶାନ୍ତି ପଧାନ। ଗାଁରେ ଏକ ଶୁଦ୍ଧିକ୍ରିୟା ଭୋଜିକୁ କେନ୍ଦ୍ର କରି ଝଗଡ଼ା ଚାଲିଥିବା ବେଳେ ପୁଅକୁ ରକ୍ଷା କରିବାକୁ ଯାଇ ଶାନ୍ତି ପଧାନ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।ଘଟଣା ପରେ ତୁମୁସିଙ୍ଗା ପୋଲିସ ୩ ଜଣଙ୍କୁ ଅଟକ ରଖିଛି। ଘଟଣାସ୍ଥଳରେ ତୁମୁସିଙ୍ଗା ପୋଲିସ ସହ ଜିଲ୍ଲା ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ପ୍ରକୃତ କାରଣ ଓ ମୃତ୍ୟୁର ପରିସ୍ଥିତି ନେଇ ପୋଲିସ ତଦନ୍ତ ଜାରି ରଖିଛି।

କାମାକ୍ଷାନଗର ଠାରେ ଵସିଲା ଫେତ୍ ଫାଉଣ୍ଡେସନ ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ

କାମାକ୍ଷାନଗର – କାମାକ୍ଷାନଗର ରେ ଶିକ୍ଷା ବ୍ୟବସ୍ଥା ଓ ସ୍ଵାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ଭୁଷୁଡି ପଡିଛି ଏହାସହିତ ନିଶା କାରଵାର ପ୍ରଚୁର ପରିମାଣରେ ଵିଢିଛି । ଏହାକୁ ସ୍ଵର ଉତ୍ତୋଳନ କରିବାକୁ ଫେତ୍ ଫାଉଣ୍ଡେସନ ର ଜନ୍ମ। ଗାଁ ଗାଁ ରେ ସାମାଜିକ ସଚେତନତା କରାଯିଵ ଏଵଂ ସ୍ଵର ଉତ୍ତୋଳନ କରାଯିବ ଏଥିପାଇଁ ଆଜି କାମାକ୍ଷାନଗର ମୁଷା ମଲ୍ଲିକ ସଭା ଗୃହ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଉକ୍ତ ବୈଠକରେ ଆଳତୁମା ଗାଁ ର ବରିଷ୍ଠ ଶିକ୍ଷାବିତ୍ ରାଘବ ମହାନ୍ତି ଏବଂ ଗ୍ରନ୍ଥାଗାର ସହାୟକ ଚିତ୍ତରଞ୍ଜନ ମହାନ୍ତି ଯୋଗ ଦେଇଥିଲେ ।

କୂଅରୁ ମହିଳାଙ୍କର ମୃତଦେହ ଉଦ୍ଧାର 

କାମାକ୍ଷାନଗର- କାମାକ୍ଷାନଗର ଥାନା ଅନ୍ତର୍ଗତ ବାଙ୍ଗୁରା ଗ୍ରାମରେ ଏକ କୂଅରୁ ଜଣେ ମହିଳାଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି l ମୃତକ ହେଲେ ଗ୍ରାମର କାଳିଆ ନାୟକଙ୍କ ପତ୍ନୀ ମନିତା (୩0) ବୋଲି ଜଣାଯାଇଛି l କାଳିଆ ନାୟକଙ୍କ ପତ୍ନୀ କୂଅରେ ପଡି ଯାଇଥିଲେ l କେତେକ ଗ୍ରାମବାସୀ ଜାଣିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ l ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟନସ୍ଥଳରେ ପହଞ୍ଚି କୂଅରୁ ମନିତାଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ l ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରି ବ୍ୟବଛେଦର ବ୍ୟବସ୍ଥା କରିଛି l ମନିତାଙ୍କର ମୃତ୍ୟୁ କୁ ନେଇ ବିଭିର୍ନ୍ନ୍ନ ପ୍ରକାର ମତ ପ୍ରକାଶ ପାଉଥିବା ବେଳେ ପୁଲିସ ଶବ ବ୍ୟବଛେଦର ରିପୋର୍ଟ କୁ ଅପେକ୍ଷା କରିଛି l

ହିନ୍ଦୋଳ ଉପଖଣ୍ଡର ସରକାରୀ ସଭାଗୃହ ପାଲଟିଛି କବାଡି ଖାନା ଓ ଅସାମାଜିକଙ୍କ ଆଡ୍ଡା  

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ରସୋଳ ପଂଚାୟତର ମୁଖ୍ୟବଜାର ଉପରେଥିବା ସରକାରୀ ସଭାଗୃହ ଏବେ ପାଲଟିଛି କବାଡିଖାନା ଓ ଅସାମାଜିକଙ୍କ ପେଣ୍ଠସ୍ଥଳୀ। ଖବରରୁ ଜଣାପଡିଛି ୨୦୦୮ ମସିହାରେ ନିର୍ମିତ ହୋଇଥିବା ହିନ୍ଦୋଳ ଉପଖଣ୍ଡ ରସୋଳ ସ୍ୱାସ୍ଥ୍ୟକେନ୍ଦ୍ର ସାମ୍ନା ତଥା ମୁଖ୍ୟରାସ୍ତା ଓ ବଜାର ଉପରେ ଥିବା ସଭାଗୃହ ରେ ବିଭିନ୍ନ ସାମାଜିକ କର୍ମ ଯଥା ବିବାହ,ଵ୍ରତଘର,ସଭା,ଆଲୋଚନା, ରକ୍ତ ଦାନ ଶିବିର,ଚକ୍ଷୁ ଶିବିର ସହିତ ବିଭିନ୍ନ ସରକାରୀ-ବେସରକାରୀ ଜନପଯୋଗୀ କାର୍ଯ୍ୟପାଇଁ ବ୍ୟବହୃତ ହେଉଥିବା ଏହି ସଭାଗୃହଟି ରସୋଳ ପଂଚାୟତ ତଥା ହିନ୍ଦୋଳବ୍ଲକ ଅଧୀନରେ ରହିଛି।ପୂର୍ବରୁ ରାସୋଳ ଗ୍ରାମପଞ୍ଚାୟତ ଶୁଳ୍କ ଆଦାୟ କରୁଥିବାବେଳେ ୨୦୨୧/୨୨ରୁ ଶୁଳ୍କଆଦାୟ ଓ ରକ୍ଷଣାବେକ୍ଷଣ ବି ବନ୍ଦ ରହିଛି।କିଛିଦିନ ହେଲାଣି ସଭାଗୃହଟି କିଛି ବ୍ୟକ୍ତିଙ୍କ କବାଡିଖାନା ଏବଂ ଅସାମାଜିକ ବ୍ୟକ୍ତିଙ୍କ ଚରାଭୂଇଁ ପାଲଟିଛି।ଏନେଇ ରାସୋଳ ଗ୍ରାମ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରେ କୁହନ୍ତି ସଭାଗୃହର ରକ୍ଷଣା ବେକ୍ଷଣ ପଞ୍ଚାୟତ ଅଧୀନ ରେ ନୁହେଁ,ସଭାଗୃହ ର ଚାବି ମଧ୍ୟ ଆମ ପାଖରେ ନାହିଁ କାହା ପାଖରେ ଅଛି ଜଣା ନାହିଁ କିମ୍ବା ହିନ୍ଦୋଳ ବିଡ଼ିଓ ଙ୍କ ପାଖରେ ସୂଚନା ନାହିଁ।ତେବେ ସ୍ୱତଃ ପ୍ରଶ୍ନ ଉଠେ ସଭାଗୃହଟି କେଉଁ ବିଭାଗ ଅଧୀନରେ ଏବଂ କାହିଁକି ଏହାକୁ ଅବହେଳିତ କରି ରଖାଯାଇଛି?ତେବେ ଏଠାରେ କବାଡିଖାନା ଓ ଅସାମାଜିକଙ୍କ ଆଡ୍ଡା ପାଇଁ ନିକଟସ୍ଥ ଜନସାଧାରଣ ମୁଖତଃ ମହିଳା ଓ ସ୍କୁଲ କଲେଜ ଛାତ୍ରୀମାନେ ନିଜକୁ ଅସୁରକ୍ଷିତ ମଣୁଥିବାବେଳେ ସରକାରୀ ଗୃହର ଅପବ୍ୟବହାର ପାଇଁ ସ୍ଥାନୀୟ ଜନସାଧାରଣ କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ତୁରନ୍ତ ସଭାଗୃହର ପୁନରୁଦ୍ଧାର ସହିତ ଜନସାଧାରଣଙ୍କ ସୁରକ୍ଷାପାଇଁ ଏହା ଅବରୋଧ ମୁକ୍ତ କରିବାପାଇଁ ହିନ୍ଦୋଳବାସି ଦାବି କରିଛନ୍ତି।

ଆପ୍ ର ବ୍ଲକ ସ୍ତରୀୟ ବୈଠକ, କେନ୍ଦ୍ର ଖଣି ଆଇନକୁ ଆମ୍ ଆଦମୀ ପାର୍ଟିର ବିରୋଧ 

କାମାକ୍ଷାନଗର – ଭୁବନ ବ୍ଲକରେ ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ ବୈଠକ ଧଳପଡା ମଝିପାଳ ଶିବ ମନ୍ଦିର ଠାରେ ବନମାଳୀ କବିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଦଳର ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଯୋଗଦେଇ କେନ୍ଦ୍ର ବିଜେପି ସରକାର ଓଡ଼ିଶାର ଖଣିଖାଦାନକୁ ଲୁଟିବାପାଇଁ ୧୯୫୭ ମସିହାର ଆଇନ ବଦଳାଇ ରାଜ୍ୟର ବକେୟା ଥିବା ପ୍ରାୟ ଏକ ଲକ୍ଷ କୋଟି ରାଜସ୍ବ ହାନି ହୋଇଥିବା ବେଳେ ଓଡ଼ିଶା ବାର୍ଷିକ ପ୍ରାୟ ୧୫ ହଜାର କୋଟି ରାଜସ୍ବ ହରାଇବ। ଏହାର ପ୍ରତିବାଦରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଭୁବନେଶ୍ୱର ଲୋୟର ପିଏମଜି ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲାବାସୀ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ଆହ୍ୱାନ ଦେଇଥିଲେ। ସେପ୍ଟେମ୍ବର ପ୍ରଥମ ସପ୍ତାହରେ କେନ୍ଦ୍ରୀୟ ପ୍ରଭାରୀ ସାଙ୍ଗଠନିକ ସ୍ଥିତି ସୁଦୃଢ କରିବାପାଇଁ ଭୁବନ ବ୍ଲକ ଗସ୍ତରେ ଆସୁଛନ୍ତି ବୋଲି ଜିଲ୍ଲା ସଭାପତି ପଙ୍କଜ ନାୟକ କାର୍ଯ୍ୟକର୍ତ୍ତା ମାନଙ୍କୁ ସୂଚନା ଦେଇଥିଲେ। ବ୍ଲକରେ ଅନେକ ବୃଦ୍ଧବୃଦ୍ଧା ଭତ୍ତlରୁ ବଞ୍ଚିତ ଥିବାବେଳେ ଅନେକ ଗରିବ ଲୋକ ଆବାସ ଯୋଜନାରେ ବଞ୍ଚିତ ରହିଛନ୍ତି ବୋଲି, ଅନିଲ ପରିଡ଼ା, ବୁଲୁ ବେହେରା, ଅଂଚଳ ପାତ୍ର, ଶଙ୍କର ପାତ୍ର, ବିଶ୍ୱଜିତ ନାୟକ ପ୍ରମୁଖ ମତାମତ ଦେଇଥିଲେ। ଜିଲ୍ଲା ଉପସଭାପତି ପ୍ରସନ୍ନ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ: ଶିଶୁ ଓ ମାତୃ ମୃତ୍ୟୁ ହାରକୁ ରାଜ୍ୟରେ ସର୍ବନିମ୍ନ ସ୍ତରକୁ ଆଣିବା ଲକ୍ଷ୍ୟ  

Sunil Chandra Nayak

ତିରିଂ ବ୍ଳକ ବିଜେପି ତରଫରୁ ସନ୍ଥ ଶିରୋମଣି ରବିଦାସଙ୍କ ଜୟନ୍ତୀ ଓ ସମରସିତା ସଙ୍କଳ୍ପ ଅଭିଯାନ

Sunil Chandra Nayak

ନିଆରା ଢଙ୍ଗରେ ଦଶହରା ପର୍ବ ପାଳନ କଲେ ପ୍ରଭାକର

masiha

Leave a Comment

error: Content is protected !!