ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଲ୍ଯାମ୍ପସରେ ମାଣ୍ଡିଆ ମଣ୍ଡି ଶୁଭ ଉଦଘାଟିତ

 ମୟୂରଭଞ୍ଜ – ୧୬/୨/୨୩ (ମସିହା)ପ୍ରକୃତିର ଅନବଦ୍ୟ ଶସ୍ୟ ହେଉଛି ମାଣ୍ଡିଆ ।ମାଣ୍ଡିଆରେ ଭରି ରହିଛି ପ୍ରୋଟିନ । ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ମାଣ୍ଡିଆ ଚାଷ ପାଇଁ ଗୁରୁତ୍ବ ଦେଇଛନ୍ତି ।ମାଣ୍ଡିଆରୁ ସବୁ ପ୍ରକାର ସୁସ୍ଵାଦୁ ଖାଦ୍ଯ ତିଆରି କରାଯାଉଛି ଯଥା କାକରା,ଆଳୁଚପ,ବରା,ଚକୁଳି,ସିଙ୍ଗଡ଼ା,ଚା ଏବଂ ବହୁ ପ୍ରକାର ବ୍ୟଞ୍ଜନ ।ମାଣ୍ଡିଆ ଚାଷକୁ ଓଡ଼ିଶା ସରକାର ଗୁରୁତ୍ବ ଦେଉଥିବା ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ରାଜ୍ୟ ସରକାର ମଧ୍ୟ ମାଣ୍ଡିଆ ଚାଷୀଙ୍କ ପାଇଁ ବହୁ ଅର୍ଥ ମଂଜୁର କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ରାଇରଙ୍ଗପୁର ବ୍ଳକ ସମେତ ୧୬ ଟି ବ୍ଲକରେ ମାଣ୍ଡିଆ ଚାଷ କରାଯାଉଛି । ରାଇରଙ୍ଗପୁର ବ୍ଳକରେ ଆଇଆରଡିପି ସ୍ବେଛାସେବୀ ସଂଗଠନ ଦ୍ବାରା ୮୫ ଜଣ ଚାଷୀଙ୍କ ଦ୍ବାରା ୮୨.୫ ହେକ୍ଟର ମାଣ୍ଡିଆ ଚାଷ କରାଯାଇଛି । ଚାଷୀଙ୍କ ପାଖରୁ ୧୨୫ କ୍ଵିଣ୍ଟାଲ ମାଣ୍ଡିଆ ଟିଡିସିସି କ୍ରୟ ପାଇଁ ଧାର୍ଯ୍ୟ କରାଯାଇଛି ।ଆଜି ରାଇରଙ୍ଗପୁର ଲ୍ଯାମ୍ପରେ ମାଣ୍ଡିଆ ମଣ୍ଡି ଉଦଘାଟନରେ ରାଇରଙ୍ଗପୁର ଜିଲ୍ଲା ପରିଷଦ ସଦସ୍ୟ ସଚିଦାନନ୍ଦ ମହାନ୍ତ,ଏଆରସିସି ରାମଚନ୍ଦ୍ର ବିଶ୍ବାଳ, ସହକାରୀ କୃଷି ଅଧିକାରୀ ଧରିତ୍ରୀ ଟୁଡୁ,ଲ୍ଯାମ୍ପ ର ମୁଖ୍ୟ ପରିଚାଳକ ଲୋପାମୁଦ୍ରା ମହାନ୍ତ,ଟିଡିସିସିର ଡିଏମ ଅରୁଣ କୁମାର ଅଧିକାରୀ,ଆଇଆରଡିଏମଏସର ବ୍ଳକ ସଂଯୋଜକ ଅଜୟ ପାତ୍ର, ସହକାରୀ ବ୍ଳକ ସଂଯୋଜକ ଖୁସୁବୁ ପାଲ,,ଲ୍ଯାମ୍ଟର ଆଶୁତୋଷ ମହାନ୍ତ,ସଂଜିତ ବାରିକ,ରୁପାଲି ମହାନ୍ତି,କୃଷ୍ନ ମହାନ୍ତ, ଇନ୍ଦ୍ରଜିତ ବାରିକ,ବିଶ୍ବକଳ୍ପିତା ମହାନ୍ତ, ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ଯା ଏବଂ ମାଣ୍ଡିଆ ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ । ମାଣ୍ଡିଆ ଚାଷକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବାରୁ ମୁଖ୍ୟ ଅତିଥି ସଚିଦାନନ୍ଦ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ ।ମାଣ୍ଡିଆ ଚାଷ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ଏଆରସିସି ରାମଚନ୍ଦ୍ର ବିଶ୍ବାଳ କହିଥିଲେ ।ଚାଷ ପାଇଁ ଅର୍ଥ,କୃଷି ଉପକରଣ ଓ ବୈଷୟିକ ଜ୍ଞାନ ସବୁବେଳେ ଦେବା ପାଇଁ କୃଷି ବିଭାଗ ରହିଛି ।ଟିଡିସିସିର କର୍ମଚାରୀ କହିଥିଲେ ମାଣ୍ଡିଆଚାଷୀମାନେ ଉତ୍ପାଦିତ ମାଣ୍ଡିଆ ବିକ୍ରୀ ପାଇଁ ବ୍ୟସ୍ତ ନ‌ ହୋଇ ଆମ ସହ ଯୋଗାଯୋଗ କଲେ ଆମ୍ଭେ ସରକାରୀ ମୂଲ୍ୟରେ କ୍ରୟ କରିବୁ । କିନ୍ତୁ ଚାଷୀମାନେ ପରିଷ୍କାର ମାଣ୍ଡିଆ ଦେବା ପାଇଁ ପ୍ରସ୍ତୁତ ହୋଇଥିବା ଦରକାର ।ମାଣ୍ଡିଆ ଚାଷର ବ୍ଳକ ସଂଯୋଜକ ଅଜୟ ପାତ୍ର କହିଲେ ହେକ୍ଟର ପିଛା ସରକାର ୫ ହଜାରରୁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ୩ ବର୍ଷ ପାଇଁ ପ୍ରଦାନ କରୁଛନ୍ତି । ସରକାର କ୍ଵିଣ୍ଟାଲ ପିଛା ୩୫୭୮ ଟଙ୍କାରେ ମାଣ୍ଡିଆ ଦର ନିର୍ଦ୍ଧାରିତ କରିଛନ୍ତି । ଚାଷୀଙ୍କର ଲାଭ ହିଁ ଲାଭ ।ଚାଷୀମାନେ ଭରପୁର ଫାଇଦା ପାଇଁ ପାରିବେ ।ଆଜିର‌ ମଣ୍ଡି ଉଦଘାଟନରେ ୮ ଜଣ ଚାଷୀଙ୍କ ଠାରୁ ୫୫ କ୍ଵିଣ୍ଟାଲ ମାଣ୍ଡିଆ କ୍ରୟ କରାଯାଇଥିଲା ।ଆଜିର ମଣ୍ଡି ଉଦଘାଟନ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ସଂପନ୍ନ ହୋଇଥିବାରୁ ବ୍ଳକ ସହ ସଂଯୋଜିକା ଖୁସୁବୁ ପାଲ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନୂଆପଡ଼ାରେ ଜାତୀୟ କୃମି ନାଶକ ଦିବସ ପାଳିତ l ସମଗ୍ର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଅଙ୍ଗନୱାଡ଼ି କେନ୍ଦ୍ରରେ ସାମୁହିକ ଔଷଧ ସେବନ

Sunil Chandra Nayak

୧୬୩ ତମ ଗଙ୍ଗାଧର ଜୟନ୍ତୀ ମହା ସମାରୋହ ରେ ପାଳିତ  କୁଳମଣି ସାହୁ ଙ୍କୁ ଗଙ୍ଗାଧର ମେହେର ସମ୍ମାନ

Sunil Chandra Nayak

ଖଡ଼ିଆଲ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସୁବର୍ଣ୍ଣ ଜୟନ୍ତୀ

Sunil Chandra Nayak

Leave a Comment

error: Content is protected !!