ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୈବର୍ତ୍ତ ମହାସଭା ଯୋବ୍ରା, କଟକର ଜରୁରୀ ସାଧାରଣ ସଭା

କୈବର୍ତ୍ତ ମହାସଭା ଯୋବ୍ରା, କଟକର ଜରୁରୀ ସାଧାରଣ ସଭା

ରାଉରକେଲା/କଟକ: ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା, ଯୋବ୍ରା କଟକର ଏକ ଜରୁରୀ ସାଧାରଣ ସଭା ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କୈବର୍ତ୍ତ ମହାସଭାର ସଭାପତି ଡ଼କ୍ଟର ଦେବେନ୍ଦ୍ରନାଥ ବେହେରା ସଭାପତିତ୍ୱ କରିବା ସହିତ ସ୍ୱାଗତ ଅଭିଭାଷଣ ଦେଇଥିଲେ. ତାଙ୍କ ଅଭିଭାଷଣରେ କୈବର୍ତ୍ତ ସମାଜର ସାମ୍ବିଧାନିକ ଅଧିକାର ପ୍ରତି ଆସିଥିବା ସମସ୍ୟାର ସମାଧାନ ତଥା କୈବର୍ତ୍ତ ସମାଜର ସମସ୍ୟା ପ୍ରତି ସଚେତନତା କରାଇବା ଏହି ସଭାର ଉଦ୍ଦେଶ୍ୟ ବୋଲି ମତ ରଖିଥିଲେ । ମହାସଭାର ମୁଖ୍ୟ ଉପଦେଷ୍ଟା ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମହାସଭାର ଉତ୍ପତ୍ତିଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସଂଘର୍ଷମୟ ଇତିହାସ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ଏବର ସମସ୍ୟା କୁ ସାମ୍ନା କରିବାପାଇଁ ମିଳିତ ଭାବରେ କାର୍ଯ୍ୟକରିବା ପାଇଁ ଉପଦେଶ ଦେଇଥିଲେ। ମୁଖ୍ୟଅତିଥି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଏହି ଆଲୋଚନାରେ ଭାଗ ନେଇ ଜାତିର ପୁରୋଧାମାନଙ୍କ କାର୍ଯ୍ୟକୁ ସ୍ମରଣକରାଇ ଜାତିପ୍ରତି ଯେକୌଣସି ବିପତ୍ତି ଆସୁ କିମ୍ବା ସାମ୍ବିଧାନିକ ଅଧିକାର ଛଡେଇ ନେବାର ଯେଉଁ ଗୋଷ୍ଠୀ ପ୍ରୟାସ କରିବ ତାର ଦୃଢ଼ ଜବାବ ସେ ଦେବେ ବୋଲି ତାଙ୍କ ଅଙ୍ଗିକାର ବଦ୍ଧତା ପ୍ରକାଶ କରିଥିଲେ । ଯାଜପୁର ଲୋକସଭା ସାଂସଦ ଡ ରବିନ୍ଦ୍ର ନାରାୟଣ ବେହେରା ମହାସଭାର ସାମ୍ବିଧାନିକ ଅଧିକାରକୁ ରକ୍ଷା କରିବା ପାଇଁ ପ୍ରତିରୋଧାତ୍ମକ ସମସ୍ୟାର ଉଚିତ ଜବାବ ଦେବାପାଇଁ ଓ ଜଗତସିଂହପୁର ସାଂସଦ ଡ ବିଭୁପ୍ରସାଦ ତରାଇ ଅନ୍ୟତମ ଅତିଥି ଭାବେ ତାଙ୍କ ଅଭିଭାଷଣରେ ସେ କିପରି ଛାତ୍ରାବସ୍ଥାରୁ ଏହି ମହାସଭାର କର୍ମକର୍ତ୍ତା ଭାବେ କାମ ଆରମ୍ଭକରି ୧୯୭୭ ମସିହାଠାରୁ ୨୦୦୨ ଲୋକସଭାରେ କୈବର୍ତ୍ତ ଜାତିକୁ ସଂରକ୍ଷଣ ସୁବିଧା ରୂପକ ସାମ୍ବିଧାନିକ ଅଧିକାର ଲାଭ କାରିବା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ, ଏବଂ ସେହି ପରଠାରୁ ଆଜିପର୍ଯ୍ୟନ୍ତ ସେହି ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ଦେବାପାଇଁ ଚେଷ୍ଟା କରିଆସିଛନ୍ତି ବୋଲି ପ୍ରକାଶ କରିଥିଲେ। ସେ ସାମ୍ବିଧାନିକ ଅଧିକାର ପ୍ରତି କିଛି ବିପତ୍ତି ଆସିଲେ ଆଲୋଚନା ବା ଆନ୍ଦୋଳନ ମାଧ୍ୟମରେ ହେଉ ତାହାର ସମାଧାନ କରିବାକୁ ସେ ସଂକଳ୍ପବନ୍ଧ ବୋଲି ମତରଖିଥିଲେ। ସେ ମଧ୍ୟ ଡ଼ ମହାଲିଙ୍ଗଙ୍କ ବିରାଟ ସମାବେଶ ଆୟୋଜନ ପ୍ରସ୍ତାବକୁ ସମର୍ଥନ କରିଥିଲେ । ପୂର୍ବତନ ସାଂସଦ ମହେଶ ସାହୁ ଏହି ଆଲୋଚନାରେ ଭାଗ ନେଇ ଜାତିର ଐତିହ୍ୟ କୁ ମନେପକାଇ ସାମ୍ବିଧାନିକ ଅଧିକାର ପାଇବାର ସଂଘର୍ଷମୟ ଇତିହାସକୁ ସ୍ମରଣ କରିଥିଲେ । ସମାଜର ପ୍ରତ୍ୟକ ସ୍ତରରେ ସମସ୍ତେ ଏକଜୁଟ ହୋଇ ଜାତିପ୍ରତି ଯେକୌଣସି ବିପଦ ଆସିଲେ ତାହାର ସାମ୍ନା କରିବାପାଇଁ ସଜାଗ ରହିବା ପାଇଁ ପରାମର୍ଶ ଦେଇଥିଲେ । ଆଜିର ସଚେତନତା ସଭାର ଲକ୍ଷ୍ୟ ଏକତ୍ର ହୋଇ ଲଢ଼େଇ କରିବାକୁ କହିଥିଲେ। ପୂର୍ବତନ ସାଂସଦ ଡାକ୍ତର କୁଳମଣି ସାମଲ ଏହି ଆଲୋଚନାରେ ଭାଗ ନେଇ ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ କୈବର୍ତ୍ତ ବହୁଳ ଗ୍ରାମରେ ସଚେତନତା ସଭାମାନ କରି ସମାଜକୁ କୌଣସି ବିପଦର ସାମ୍ନା କରିବାକୁ ପ୍ରସ୍ତୁତ କରାଇବା ପାଇଁ ମତ ରଖିଥିଲେ ।

 ଅନ୍ୟତମ ଅତିଥି ଭାବେ କାକଟପୁର ବିଧାୟକ ଇଂ ତୁଷାରକାନ୍ତି ବେହେରା ଏହି ସଭାରେ ନିଜ ବକ୍ତବ୍ୟରେ କୈବର୍ତ୍ତ ଜାତିର ସ୍ୱତନ୍ତ୍ର ପରିଚୟ ମହାଭାରତ, ରାମାୟଣ, ବୈଦେହୀଶ ବିଳାସ କୁ ଆଧାର କରି ଉପସ୍ଥାପନ କରିଥିଲେ । ଏହି ଜାତିର ଜଣେ ସକ୍ରିୟ ଯୋଦ୍ଧାଭାବେ ସେ ସବୁବେଳେ ଜାତିର ସମସ୍ୟା, ସାମ୍ବିଧାନିକ ଅଧିକାର ପ୍ରତି ଆସୁଥିବା ବିପଦ ସମାଧାନ ପାଇଁ ଆଗରେ ରହିବେ ବୋଲି ପ୍ରତିଶୃତି ଦେଇଥିଲେ । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଅନ୍ୟତମ ଅତିଥିଭାବେ ତାଙ୍କ ବକ୍ତବ୍ୟରେ ଜାତିର ଏକତା ନିରାପତ୍ତା ତଥା ସୁରକ୍ଷା ପାଇଁ ସବୁପ୍ରକାର ସହଯୋଗ ଦେବେ ବୋଲି ପ୍ରତିଶୃତି ଦେବା ସହିତ ଜାତିର ପ୍ରତ୍ୟେକ ସାଂସଦ ଓ ବିଧାୟକ ମାନେ ପ୍ରତ୍ୟକ ବ୍ଲକ ରେ କୈବର୍ତ୍ତ ଭବନ ପ୍ରତିଷ୍ଠା କରିବା ପାଇଁ ପ୍ରଚେଷ୍ଟା କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ। ଅନ୍ୟତମ ଅତିଥି ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଦକ୍ଷିଣ ଓଡ଼ିଶାର କୈବର୍ତ୍ତ ସମାଜ କିପରି ଅବହେଳିତ ଏବଂ ଅନୁନ୍ନତ ଅବସ୍ଥାରେ ଜୀବନଯାପନ କରୁଛନ୍ତି, ତାହାର ଚିତ୍ର ପ୍ରଦାନ କରିବା ସହିତ ଜାତିର ସରକ୍ଷଣ ସୁବିଧା ବଜାୟ ରଖିବା ପାଇଁ ସବୁ ଆନ୍ଦୋଳନରେ ସେ ନେତୃତ୍ୱ ନେବେ ବୋଲି ମତ ରଖିଥିଲେ । ମହାସଭାର ବରିଷ୍ଠ ଉପଦେଷ୍ଟା ନାରାୟଣ ବେହେରା ତାଙ୍କ ବକ୍ତବ୍ୟରେ ସଂରକ୍ଷଣ ଜନିତ ସାମ୍ବିଧାନିକ ଅଧିକାର ପ୍ରତି ଆସିଥିବା ନିର୍ଦ୍ଧିଷ୍ଟ ବିପଦ ସମ୍ପର୍କରେ ଆଲୋଚନା କରିବା ସହିତ ମହାସଭା ଯାହା ପଦକ୍ଷପ ନେଇଛି ସେ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟତମ ଅତିଥି ଇଂ ବ୍ରଜକିଶୋର ପରିଡ଼ା ତାଙ୍କ ବକ୍ତବ୍ୟରେ ଜାତିର ସାମ୍ବିଧାନିକ ଅଧିକାର ଛଡ଼ାଇବାର ପ୍ରଚେଷ୍ଟା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତଥ୍ୟଦେବା ସହିତ ଏହା କେଉଁ ସ୍ତରରେ ଅସମାହିତ ହୋଇରହିଛି, ଏହାର ସମାଧାନ ପନ୍ଥା ନିର୍ଦ୍ଧାରଣ ରଣ ପାଇଁ ମତ ରଖିଥଲେ ।

ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ବେହେରା,ପାଣ୍ଡଵ ବେହେରା, ପବିତ୍ର ସାହୁ,ମଞ୍ଜୁଲତା ନାୟକ ଓ ରଞ୍ଜନ ବେହେରା ସମସ୍ୟା ସମ୍ପର୍କରେ ତଥ୍ୟ ଦେବା ସହିତ ଏହାର ସମାଧାନ କିପରି ହୋଇପାରିବ ତାହା ଉପରେ ମତ ରଖିଥିଲେ। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରତିନିଧିମାନେ ଅଂଶଗ୍ରହଣ କରି ନିଜର ମତାମତ ରଖିଥିଲେ ।ଶେଷରେ ଝାରସୁଗୁଡ଼ାରୁ ଆସିଥିବା ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ସମ୍ପାଦକ ଚୈତନ୍ୟ ଦଣ୍ଡସେନା ନିଜର ମତ ରଖିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ସଭାକୁ ଅଧ୍ୟାପକ ଶୁଭ୍ରାଂଶୁ କୁମାର ବେହେରା ସଂଯୋଜନା ଓ ସୁପରିଚାଳନା କରିବା ସହିତ ନିଜର ଅଭିମତ ରଖିଥିଲେ । ପ୍ରାରମ୍ଭରେ ପ୍ରତିଷ୍ଠାତା ଦିବଂଙ୍ଗତ ସଭାପତି ମାନଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ, ପ୍ରଦ୍ବୀପ ପ୍ରଜ୍ବଳନ କରିବା ସହିତ ଜାତି -ସଙ୍ଗୀତ ଗାନ କରାଯାଇଥିଲା । ଏହି ସଭାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୪ଶହ କୈବର୍ତ୍ତ ପ୍ରତିନିଧି ଯୋଗ ଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମଜଦୁର  ସଭାର ପୂର୍ବତନ ଶ୍ରମିକ ନେତାଙ୍କ ବିୟୋଗ

masiha

ଦଶମ ଶ୍ରେଣୀ ପରୀକ୍ଷା ରେ ଜିଲ୍ଲାରେ ଦ୍ଵିତୀୟ ଅନ୍ଵେଷା ଠାକୁର

masiha

ଓଡିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଜିଲ୍ଲା ସ୍ତରରେ ଧାରଣା ଓ ପ୍ରତିବାଦ ସଭା -୨୦୨୫ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!