ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉଦ୍ୟୋଗ ବିକାଶ ଶିବିର ଉଦଯାପିତ

ଚିଲିଗୁଡା ( ମ ନି ସ )  ଜିଲ୍ଲା ଶିଳ୍ପ କେନ୍ଦ୍ର କଳାହାଣ୍ଡି , ଶିଳ୍ପ ନିର୍ଦେଶ।ଳୟ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଯେସନ ର ମିଳିତ ଆନୁକୂଲ୍ୟରେ ମୁଣ୍ଡରା ଗୁଡା ଠାରେ ଗତ ୫ ତାରିଖରୁ ଅ।ରମ୍ବ ହୋଇଥିବା ଜୀବନ ଜୀବିକା ଉଦ୍ୟୋଗ ବିକାଶ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ୩୦ ଜଣ ଯୁବ ଉଦ୍ୟୋଗି ଅଂଶ ଗ୍ରହଣ କରି ପ୍ରଶିକ୍ଷିତ ହେଇଛନ୍ତି । ବିଭିନ୍ନ ଦିବସରେ ଡ଼ାକ୍ତର ପ୍ରସନ୍ନ କୁମାର ଦାସ ,ଅଧ୍ୟାପକ ବଙ୍କିମ କୁମାର ମୁଣ୍ଡ , ଭଵତୋଷ କର ,ଆଇନଜୀବୀ ଅଜିତ କୁମାର ପ୍ରଧାନ ,ସି ଏ ରୋହନ ଜେନ ,ଅଧ୍ୟାପକ ଭବାନୀ ଶଙ୍କର ପଣ୍ଡା ,ବ୍ୟାଙ୍କ ଅଧିକାରୀ ସୁଶାନ୍ତ କୁମାର ବିଶୋଇ ,ସୁବାଷ ଚନ୍ଦ୍ର ସାହୁ ,ସନ୍ୟାସୀ ମାଝି ,କମ୍ପୁଟର ବିଶେଷଜ୍ଞ ଉପେନ୍ଦ୍ର କୁମାର ମୁଣ୍ଡ ,ଯୁବ ଉଦ୍ୟୋଗ ଦୀପକ ରଞ୍ଜନ ସାହୁ ,ଜୀବନ ବୀମା ନିଗମର ଆର୍ତ୍ତତ୍ର।ଣ ପଣ୍ଡା ,ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଡି, ସି, ପୃସେଠ ,ଲଳିତ ମୋହନ ନ।ଏକ ପ୍ରମୁଖ ବିଶେଷଜ୍ଞ ଭାବେ ଯୋଗଦାନ କରି ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଉଦ୍ୟୋଗ ସମନ୍ଦିୟ ବିଷୟ ବସ୍ତୁ ଉପରେ ତାଲିମ ପ୍ରଦାନ କରିଥିଲେ ।ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜୁନାଗଡ଼ ଷ୍ଟେଟ ବ୍ୟାଙ୍କର ଆଞ୍ଚଳିକ ଶାଖା କାର୍ଯଳୟର ମୁଖ୍ୟ ପରିଚାଳକ ମାନସ କୁମାର ମୁଣ୍ଡ ଯୋଗଦାନ କରି ଉଦ୍ୟୋଗ ସ୍ଥାପନ ପାଇଁ ବ୍ୟାଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ଗ୍ରାମାଞ୍ଚଳରେ ଶିଳ୍ପ କେନ୍ଦ୍ରର ଏଭଳି ଅୟୋଜନ କୁ ପ୍ରଶଂସନୀୟ ଏବଂ ସ୍ୱାଗତ ଯୋଗ୍ୟ ବୋଲି କହିଥିଲେ ।ଏଥିରେ ସମ।ନ୍ୱିତ ଅତିଥିଭାବେ ଜିଲ୍ଲା ଶିଳ୍ପ କେନ୍ଦ୍ରର ମୁଖ୍ୟ ପରିଚାଳକ ମୋହନ ଶବର ,ଆଇପିଓ ଚିନ୍ମୟୀ ଭୋଇ ,ଶିକ୍ଷାବିତ ପ୍ରବୀଣ ପଣ୍ଡା ,ସମାଜସେବୀ ଚନ୍ଦ୍ର ଭାନୁ କୈବର୍ତ୍ତ ,ସଞ୍ଜୟ ସୁନାନୀ ପ୍ରମୁଖ ଯୋଗଦାନ କରିଥିଲେ । ସଂଗଠନ ସଂପାଦକ ଅବିନାଶ ମୁଣ୍ଡ ଏହି ୧୨ ଦିନ ବ୍ୟାପି ଚାଲିଥିବା ଶିବିରକୁ ପରିଚାଳନା କରିଥିବାବେଳେ ପଦ୍ମାବତୀ ପଟେଲ ଅତିଥି ପରିଚୟ ପ୍ରଦାନ କରିଥିଲେ ।ତାଲିମ ପ୍ରଦାନ କରିଥିବା ୩୦ ଜଣ ପ୍ରଶିକ୍ଷାର୍ଥୀ ଙ୍କୁ ସାର୍ଟିଫିକେଟ ଓ ମାନ ପତ୍ର ପ୍ରଦାନ କରାଯାଇଥିଲା ।ଜାତୀୟ ଯୁବ ସ୍ୱେଚ୍ଛାସେବୀ ଦେବାଶିଷ ମୁଣ୍ଡ ଧନ୍ୟବାଦ ପ୍ରଦାନ କରିଥିଲେ ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ରଞ୍ଜନ କୁମାର ବ୍ରହ୍ମା ଙ୍କ କବିତା ଶୁଣିବା ହେଉ ମଣିମା 

Sunil Chandra Nayak

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

ଖରିଆର ଠାରେ ଜୟ ମାତାଦି ଗ୍ରୁପ ତରଫରୁ ୭୬ ତମ ଆଜାଦି କି ଅମୃତ ମହୋତ୍ସବ ଜୋର ସୋର ରେ ପାଳନ

Sunil Chandra Nayak

Leave a Comment

error: Content is protected !!