ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାଁରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ବ୍ଲକ ଉପାଧ୍ୟକ୍ଷ ଙ୍କ ଦ୍ୱାରସ୍ଥ ହେଲେ ପୁଝାରିପଡା ଗ୍ରାମବାସୀ

କୋକସରା,୧୯/୫-(ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ଅଧୀନରେ ଥିବା ପୁଝାରିପଡା ଗାଁ ର ମୋଟ ଜନସଂଖ୍ୟା ହେଉଛି ପାଖାପାଖି ୩୦୦ । ଗାଁରେ ୦ ରୁ ୬ ବର୍ଷ ର ପ୍ରାୟ ୨୬ ଜଣ ଶିଶୁ ରହିଛନ୍ତି। ତେବେ ପ୍ରାକ ବିଦ୍ୟାଳୟ ର ସୁବିଧା ନାହିଁ । ଗାଁ ଠାରୁ ୧ କିମି ସାରଙ୍ଗପଡା ରେ ରହିଛି ଅଙ୍ଗନବାଡି କେନ୍ଦ୍ର। ଏଣୁ ବର୍ଷର ୧୨ ମାସ ଶିଶୁ ମାନେ ଯିବା ପାଇଁ ଭଲ ରାସ୍ତା ନାହିଁ ବାଟରେ ଦୁଇଟି ମୁକୁଳା ପୋଖରୀ ରହିଛି । ଶିଶୁ ଙ୍କୁ ଛାଡିବାକୁ ଗାଁ ର ଅଭିଭାବକ ମାନେ ମଧ୍ୟ ଅମଙ୍ଗ ହେଉଛନ୍ତି। ଶିଶୁ ଙ୍କ ପାଇଁ ପ୍ରାକ ଶିକ୍ଷା ହେଉଛି ମୂଳଦୁଆ । ଏଣୁ ଆମ ଗାଁ ର ଶିଶୁ ଅଙ୍ଗନବାଡି କେନ୍ଦ୍ର ନ ଥିବାରୁ ପ୍ରାକ୍ ଶିକ୍ଷା ରୁ ପ୍ରାୟତଃ ବଞ୍ଚିତ ରହୁଛନ୍ତି। ଗାଁ ରେ ଏକ ଅଙ୍ଗନବାଡି କେନ୍ଦ୍ର ଖୋଲିଲେ ଆମ ଶିଶୁ ମାନେ ଉପକୃତ ହେବେ ବୋଳି ଗୁରୁବାର ପୁଝାରିପଡା ଗାଁର ୱାର୍ଡ ମେମ୍ବର ଜୟ ଶଙ୍କର ପଟେଲ, ଦୁଷ୍ମନ୍ତ ପୁଝାରି, କ୍ଷୀର ପୁଝାରି, ଲଛମନ ମାଝୀ, ଲକ୍ଷ୍ମଣ ଶବର,ବିଜୟ ପଟେଲ, ସୀତାକାନ୍ତ ପଟେଲ, ବୈଦ୍ୟନାଥ ପଟେଲ, ମୀନା ପଟେଲ, ହେମଲତା ପଟେଲ, ଜ୍ୟୋତି ପଟେଲ, ଧନମତି ପଟେଲ, ମଞ୍ଜରୀ ପଟେଲ, ପୁଷ୍ପା ପଟେଲ, ସନ୍ତୋଷିନୀ ପଟେଲ, ହରିପ୍ରିୟା ପୁଝାରି, ଚନ୍ଦ୍ରକାନ୍ତି ପଟେଲ, ନିରୂପମା ପଟେଲ ସମେତ ଅନ୍ୟ ଶତାଧିକ ଗ୍ରାମବାସୀ ମାନଙ୍କ ଦସ୍ତଖତ ଅଭିଯୋଗ ଦାବୀପତ୍ର କୁ ନେଇ କାଶିବାହାଲ ସମିତି ସଭ୍ୟ ଗଜାନନ ନିଆଳ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କୁ ଭେଟି ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ ପାଇଁ ଦାବି କରିଛନ୍ତି । ଏ ନେଇ ଉପାଧ୍ୟକ୍ଷ ବ୍ଲକ ପ୍ରଶାସନ ସହ ସମୀକ୍ଷା ଓ ଆଲୋଚନା କରିବା ପରେ କେନ୍ଦ୍ର ପାଇଁ ଗୃହ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Related posts

ନିଜ  ଟାଙ୍ଗିଆ ଚୋଟ ରେ ଯୁବକ ଗୁରୁତର

ଡ଼ଙ୍ଗରଗଡ଼ ଜଳପ୍ରପାତକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତାଦାବୀ ନେଇ ପର୍ବତାରୋହଣ

Sunil Chandra Nayak

ରଞ୍ଜିତା ପତି ଙ୍କ କବିତା ପ୍ରାରଵ୍ଧ

Sunil Chandra Nayak

Leave a Comment

error: Content is protected !!