ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳେଶ୍ଵର ପୌରପାଳିକା କାର୍ଯ୍ୟାଳୟର ସର୍ବ ଭାରତୀୟ ସ୍ବାୟତ୍ତ ଶାସନ ଦିବସ ପାଳିତ

ଜଳେଶ୍ଵର ପୌରପାଳିକା କାର୍ଯ୍ୟାଳୟର ସର୍ବ ଭାରତୀୟ ସ୍ବାୟତ୍ତ ଶାସନ ଦିବସ ପାଳିତ 

 ଜଳେଶ୍ଵର,୧|୯(ମନିସ)ପ୍ରତିବର୍ଷ ଅଗଷ୍ଟ ୩୧ ତାରିଖକୁ ସ୍ୱାୟତ୍ତ ଶାସନ ଦିବସ ଭାବେ ପାଳନ କରାଯାଏ । ସହରାଞ୍ଚଳର ବିକାଶ, ନାଗରିକ ସେବା ଯୋଗାଇବା ଏବଂ ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ଏହି ଦିବସର ମୂଳ ଲକ୍ଷ୍ୟ ରହିଥାଏ ।ଉତ୍ତର ବାଲେଶ୍ଵର ଜଳେଶ୍ଵର ପୌରପରିଷଦର ସ୍ବାୟତ୍ତ ଶାସନ ଦିବସ ମଧ୍ଯ ଖୁବ୍ ଧୁମଧାମରେ ପାଳିତ ହୋଇଯାଇଛି ।ଏହା ୨୦୧୪ ମସିହାରୁ ପୌରପାଳିକାର ମାନ୍ୟତା ପାଇଥିବା ବେଳେ ୧୭ ଟି ୱାର୍ଡ କାଉନସିଲରକୁ ନେଇ ଗଠିତ। ସୁନ୍ଦର ଆଲୋକସଜ୍ଜା ସହ ଅତିଥି ତଥା ପୌରପାଳିକାର ସମସ୍ତ କାର୍ଯ୍ଯକର୍ତ୍ତା,କର୍ମଚାରୀ ଓ ଜଳେଶ୍ଵର ବାସୀଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା ।ସନ୍ଧ୍ୟା ସମୟରେ ପୌରାଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଏକ ସାଧାରଣସଭା ଅନୁଷ୍ଠିତ ହୋଇଥିଲା ।ସର୍ବପ୍ରଥମେ ପୌରପାଳିକାର ନିର୍ବାହୀ ଅଧିକାରୀ ହେମନ୍ତ ସିଂ ବିବରଣୀ ପାଠ କରିଥିଲେ ।ଉତ୍ସବରେ ମୁଖ୍ୟ ଅତିଥି ରୂପେ ବିଧାୟକ ଅଶ୍ଵିନୀ କୁମାର ପାତ୍ର, ମୁଖ୍ୟବକ୍ତା ରୂପେ ପୂର୍ବତନ ସାଂସଦ ଐର ଖାରବେଳ ସ୍ବାଇଁ, ବିଶେଷ ଅତିଥି ରୂପେ ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା, ପାତ୍ର, ବାଲେଶ୍ୱର ଜିଲ୍ଲପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଉପଜିଲ୍ଲାପାଳ ଶିବ ମାଲବ୍ୟ ,ପୌର ଉପାଧକ୍ଷା ପୁଷ୍ପପ୍ରିୟା କାମିଳା ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଦିବସ ସହିତ ଜଡ଼ିତ କେତେକ ମୁଖ୍ୟ ବିଷୟକୁ ଉପସ୍ଥାପନ କରାଯିବା ସହ କେମିତି ପୌରାଞ୍ଚଳ ସୁସ୍ଥ ପରିବେଶ ସହ ,ଶିଳ୍ପାୟନ କ୍ଷେତ୍ରରେ କେମିତି ଜଳେଶ୍ଵର ଅଗ୍ରଗତି ହେବ,ଜଳ ନିଷ୍କାସନ କିପରି ପ୍ରସ୍ତୁତି ଅନୁସାର ହେବ ତଥା ନାଗରିକଙ୍କ ଦାୟିତ୍ବ ଓ କର୍ତ୍ତବ୍ଯ ବିଷୟରେ ପ୍ରମୂଖ ବିଷୟକୁ ସଭିଏଁ ବଖାଣି ଥିଲେ ।ସଭା ରେ ପୌରପାଳିକାରେ ୪୬ ପ୍ରକଳ୍ପ ସମ୍ପାଦିତ ସହିତ,୧୧ ଟି ପ୍ରକଳ୍ପ ନିର୍ମାଣଧିନ ସହିତ ପାଞ୍ଚଟି ପ୍ରକଳ୍ପ ପ୍ରସ୍ତାବିତ ରହିଛି ବୋଲି ପୌରପାଳିକାର ନଗରପାଳ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ ।ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ସାହାଯ୍ୟ କରୁଥିବା ସଫେଇ କର୍ମଚାରୀ ଏବଂ ଉଲ୍ଲେଖନୀୟ ଅବଦାନ ଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇ ଥିଲା । ନାଗରିକ ମାନଙ୍କ ମଧ୍ୟରେ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣକୁ ନେଇ ସଚେତନତା ସୃଷ୍ଟି କରିବା ସହ ପଲିଥିନ ବ୍ୟବହାର ନ କରିବା ଓ ଡ୍ରେନକୁ ସଦାସର୍ବଦା ପରିଷ୍କାର ରଖିବାକୁ ଶ୍ରୀ ସିଂ ଜଳେଶ୍ଵରବାସୀଙ୍କୁ ବାର୍ତ୍ତା ଦେଇଥିଲେ ।ବାଲେଶ୍ଵର ଜିଲ୍ଲାପାଳ ଜଳେଶ୍ଵର ପୌରପାଳିକାର କାର୍ଯ୍ୟଶୈଳୀକୁ ପ୍ରସଂସା କରିଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ପୌରପାଳିକାର ୱାର୍ଡ କାଉନସିଲର ସୂରଜ ଚୌରାସିୟା, ସେକ୍ ସଇଫୁଦ୍ଦିନ, ସ୍ୱାଗତିକା ପାଳ, କବିତା ସାହୁ, ଚନ୍ଦନ କୁମାର ଦାସ, ମୀର ଆବାସ ଅଲ୍ଲୀ, ଚିତ୍ତରଞ୍ଜନ ମହାନ୍ତି, ଗୋବିନ୍ଦ ସାହୁ, କବିତା ଧଳ, ସୁଷମା କର, ସସ୍ମିତା ପାତ୍ର, ସତ୍ୟବତୀ ଗିରି, ଉମା ହେମ୍ବ୍ରମ, ଲକ୍ଷ୍ମଣ ସୋରେନ ଓ ରଶ୍ମୀ ନନ୍ଦୀଙ୍କ ସମେତ ବିଜୟ କାମିଲା,ଆନନ୍ଦ କର,ଆଦିତ୍ୟ ନାରାୟଣ ପାତ୍ର,ସଞ୍ଜୀବ ପାଳ, ସୁଶାନ୍ତ ସାହୁ,ଜଗଦୀଶ ନନ୍ଦୀ ପ୍ରମୁଖ ସହଯୋଗ କରିଥିଲେ।ଏହି ଅବସରରେ ସଂସ୍କୃତି ବିଭାଗ ପକ୍ଷରୁ ୨.୫ କୋଟି ଟଙ୍କାର ଏକ ନବ ନିର୍ମିତ ସଂସ୍କୃତି ଭବନକୁ ମୁଖ୍ୟମନ୍ତ୍ରୀ ଆଭାସୀ ଜରିଆରେ ଉଦଘାଟନ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

 

Related posts

ରାଉରକେଲା ବିକାଶ ପାଇଁ ବିଭିନ୍ନ ସଙ୍ଗଠନ ତରଫରୁ ବିକ୍ଷୋଭ

Sunil Chandra Nayak

ସଡ଼କ ଦୁର୍ଘଟଣାରେ ଅଵସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଙ୍କ ମୃତ୍ୟୁ

Sunil Chandra Nayak

ଜନସାଧାରଣଙ୍କର ସଚେତନତା ପାଇଁ ପୋଷଣ ପାଖଡା-2023 ପାଳନ ଅବସରରେ ପଦଯାତ୍ରା ଏବଂ ସାଇକେଲ ରାଲି 

Sunil Chandra Nayak

Leave a Comment

error: Content is protected !!