ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଥା ଦେଇ କଥା ରଖିଲେ ଆସିକା ବିଧାୟକ ବାଘୁଆ ନଦୀ ଉପରେ ହେବ ୧୫୪ ମିଟର ସେତୁ

କଥା ଦେଇ କଥା ରଖିଲେ ଆସିକା ବିଧାୟକ ବାଘୁଆ ନଦୀ ଉପରେ ହେବ ୧୫୪ ମିଟର ସେତୁ

ଆସିକା,୧/୯/୨୬ (ଶିବ ଶଙ୍କର ମିଶ୍ର ) କଥା ଦେଇ କଥା ରଖୁଛନ୍ତି ଆସିକା ବିଧାୟକ। ନିର୍ବାଚନ ପରେ ଗ୍ରାମବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଏବେ ପୂରଣ ହେବାକୁ ଯାଉଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ପତ୍ର ସଂଖ୍ୟା ୨୮୫୪୧୬୦୦୫୫ ୨୦୨୬/ ଆର୍ ଡି, ତାରିଖ ୩୧/୦୮/୨୦୨୬ ଅନୁସାରେ ରାଜ୍ୟରେ ତିନୋଟି ହାଇ ଲେଭେଲ ସେତୁ ନିର୍ମାଣ ପାଇଁ ଅନୁମୋଦନ ମିଳିଛି। ଏହି ତିନୋଟି ସେତୁ ମଧ୍ୟରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଡିଭିଜନ ଧୀନ ଆସିକା ବ୍ଲକ ଘଟକୁରୀ-ବଳିଆପଲ୍ଲୀ ଗ୍ରାମ ଅଧ ଗ୍ରାମ ମଧ୍ୟରେ ବାଘୁଆ ନଦୀ ଉପରେ । ପ୍ରାୟ ୧୫୪ ମିଟର ଲମ୍ବର ହାଇ ଲେଭେଲ ସେତୁ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ଦୀର୍ଘଦିନ ଧରି ଏହି ଅଞ୍ଚଳର ଲୋକମାନେ ବାଘୁଆ ନଦୀ ଉପରେ ସେତୁ ନିର୍ମାଣ । ଦାବି କରିଆସୁଥିଲେ । ବିଶେଷକରି ନଦୀରେ ପାଣି ବଢ଼ିଲେ ବର୍ଷା ଋତୁରେ ଯାତାୟାତରେ ଅନେକ ସମସ୍ୟା ଦେଖାଦେଉଥିଲା । ସେତୁ ନିର୍ମାଣ ହେଲେ ଘଟକୁରୀ-ବଳିରୀ, ବଳିଆପଲ୍ଲୀ ସମେତ ଆଖପାଖ ଅଞ୍ଚଳର ଲୋକଙ୍କ ଯlତାୟାତ ସୁବିଧା ସହ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ। ନିର୍ବାଚନ ପରେ ବିଧାୟକ ଗ୍ରାମବାସୀଙ୍କୁ ଏହି ସେତୁ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ଏବେ ସରକାରୀ ଅନୁମୋଦନ ମିଳିବା ପରେ ତାହା ବାସ୍ତବ ରୂପ ନେବାକୁ ଯାଉଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି । ବିଧାୟକଙ୍କ ଉଦ୍ୟମ ଓ ଅଞ୍ଚଳର ବିକାଶ ପାଇଁ ନିରନ୍ତର ପ୍ରୟାସକୁ ପ୍ରଶଂସା କରି ଶତା ତାଧ୍କ ଗ୍ରାମବାସୀ ବିଧାୟକଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ସମୟରେ ଗ୍ରାମବାସୀମାନେ ସେତୁ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଥିବାରୁ ବିଧାୟକଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ଅଞ୍ଚଳର ଅନ୍ୟାନ୍ୟ ବିକାଶମୂଳ କାର୍ଯ୍ୟମଧ୍ୟ ରୂପାରାନ୍ବିତ ହେବ ବୋଲି ଆଶା ପ୍ରକାଶ କରିଥିଲେ। ଗ୍ରାମବାସୀ ଙ୍କ କହିବା ଅନୁଯାୟୀ,ବାଘୁଆ ନଦୀ ଉପରେ ଏହି ସେତୁ ନିର୍ମାଣ ହେବା ଦ୍ଵାରା ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବ। ଏଥିସହ ଛାତ୍ରଛାତ୍ରୀ, ଚାଷୀ, ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଲାକଙ୍କ ଯାତାୟାତ ସହଜ ହେବ। ଏହି ସେତୁ ଅଞ୍ଚଳର ବିକାଶରେ ଏକ ନୂଆ ଅଧ୍ୟାୟ। ସୃଷ୍ଟି କରିବ ବୋଲି ଗ୍ରାମବାସୀ ଆଶା  ପ୍ରକାଶ ପ୍ରକାଶ କରିଛନ୍ତି ।

Related posts

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ତରଫରୁ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ମିଶନ ଲାଇଫ କାର୍ଯ୍ୟକ୍ରମ ପାଳିତ

ପରିବେଶ ସଚେତନତା ଓ କାର୍ଯ୍ୟକାରିତା ଆଲୋଚନାଚକ୍ର

masiha

ଵହଳଦା ଥାନା ! ତେନ୍ତଳା ଗ୍ରାମରେ ସାପ କାମୁଡ଼ାରେ କିଶୋରୀ ମୃତ 

masiha

Leave a Comment

error: Content is protected !!