ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୮ ବର୍ଷ ପୁରିଲାଣି ଶେଷ ହୋଇ ପାରୁନି ଦୁଇ ଗ୍ରାମର ପୋଲ କାମ, ପଡି ରହିଛି ଅର୍ଦ୍ଧ ଖଣ୍ଡିଆ 

୮ ବର୍ଷ ପୁରିଲାଣି ଶେଷ ହୋଇ ପାରୁନି ଦୁଇ ଗ୍ରାମର ପୋଲ କାମ, ପଡି ରହିଛି ଅର୍ଦ୍ଧ ଖଣ୍ଡିଆ 

ବନ୍ଧୁଗାଁ ତା,୩/୯/୨୬ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଆଜକୁ ପ୍ରାୟ ୬ ବର୍ଷ ବିତିଲାଣି ଲପେଟା ଓ ଇମ୍ଫାବାଲଶା ଝଞ୍ଜାବତି ନଦୀର ବ୍ରିଜ କାମ ଆରମ୍ଭ ହୋଇଥିଲା I ଏଥିରେ ଆଲମଣ୍ଡା ନିକଟ ରେ ରହିଥିବା ବ୍ରିଜ କାମ ସାରି ଗାଡି ମୋଟର ଚଲ ପ୍ରଚୋଳ ହୋଉଥିବା ଏହି ଦୁଇ ଗ୍ରାମର ବ୍ରିଜ ଆଜି ପର୍ଯ୍ୟନ୍ତ କାହିଁକି ଶେଷ ହୋଇ ପାରୁନି I ଏଥିପ୍ରତି କାମ କରୁଥିବା ଠିକାଦାର ନାଁ ଦାୟୀତ୍ୱରେ ରହୁଥିବା ଇନଚାର୍ଜ ନାଁ ଆଉ କାହାର ଭୁଲ ରହିଛି ଓ କେଉଁଥି ପାଇଁ ଏପରି ଅର୍ଦ୍ଧ ଖଣ୍ଡିଆ ଭାବରେ ପଡି ରହିଛି ଏଥିପ୍ରତି ଅଞ୍ଚଳ ବାସିଙ୍କ ପ୍ରଶ୍ନବାଛି ସୃଷ୍ଟି ହୋଇଛି I ଲୋପେଟା ଗ୍ରାମ ନିକଟ ଦେଇ ବହି ଯାଉଥିବା ଝଞ୍ଜାବତି ନଦୀରେ…. ଟଙ୍କା ବ୍ୟୟରେ କାବେରି ବାଡ଼ି ପଞ୍ଚାୟତ ଜାଙ୍ଗଡ଼ି ବାଲସ, ପଣସ ପଦର, ଅନକା ଡିଟି, କାବେରି ବାଡ଼ି, ଲୋପେଟା, ଏହି ରାସ୍ତାର ବ୍ରିଜ ଉପରେ ଯାଇ କାତୁଲ ପେଟା ନିକଟ ଛକରେ ବାହାରି ଆନ୍ଦ୍ରକୁ ବେପାର ବାଣୀଯ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ନିର୍ଭର କରିଥାନ୍ତି I ଲପେଟା ନିକଟର ମାମୁଡିବାଲଶା ନାମରେ ରହିଥିବା ବ୍ରିଜ ଆଜି ପ୍ରଯ୍ୟନ୍ତ କାମ ଶେଷ ନ ହୋଇ ଅର୍ଦ୍ଧ ଖଣ୍ଡିଆ ଭାବରେ ପଡି ରହିଛି I ମାମୁଡିବାଲସା ନାମରେ ଏନ ବି ସି ସି କୋରାପୁଟ ଏଲ ଓ ୫୩ ପିଏସ ରଡ଼ ଠୁ ମାମୁଡି ବାଲସା ଓଆର ୧୯ ଏନ୨୨୪ ର କାଗଜ ପତ୍ର ଓ ଚିଠି ର ସମସ୍ତ ବିବରଣୀ ତଥ୍ୟ କୁ ନେଇ ଦେଖିଲା ବେଳକୁ ଲୋକଙ୍କ କାମରେ ନ ଆସିବା ଅବସ୍ଥାରେ ପଡି ରହିଅଛି I କିନ୍ତୁ ଏହି ବ୍ରିଜ ର ସମସ୍ତ ଟଙ୍କା ର ବିଲ ପଇଠ ହୋଇଅଛି ବଲି ୨୩ ଅଗଷ୍ଟ ୨୩ ରେ ବ୍ରିଜ କାମ ସମାପ୍ତ ହୋଇଯାଇଥିବାର କାଗଜ ପତ୍ର ମାଧ୍ୟମରେ ହୋଇସାରିଛି I କିନ୍ତୁ ଲୋକେ ଏହି ବ୍ରିଜ ଉପର ଦେଇ lଏକ ପୋଟା ସାହାଯ୍ୟରେ ଜାତାୟତ କରୁଥିବାର ଦେଖିବାକୁ ମିଳିଛି I ସାନ ସରପଲି ୪ କିମି ଯାଉ ବ୍ଲକ କିମ୍ଭା ଆନ୍ଦ୍ର ଯିବାକୁ ପଡୁଥାଏ I ଏମ୍ଫାବାଲସା ବ୍ରିଜ କାମ ମଧ୍ୟ ଅର୍ଦ୍ଧ ଖଣ୍ଡିଆ ହୋଇ ପଡି ରହିଥିବା ଯୋଗୁଁ ୪ ଖଣ୍ଡ ଗ୍ରାମ ବାସି ନିଜ ପଞ୍ଚାୟତ କୁ ଜାତାୟତ ପାଇଁ ଆଲମଣ୍ଡା ଦେଇ ବୁଲିକି ଯିବାକୁ ପଡୁଛି I ଲୋକେ ବର୍ଷା ମାସ ହେଲେ ନିଜ ଗାଁରୁ ଅନ୍ୟ ଜାଗାକୁ କୌଣସି କାମରେ ଯିବାକୁ ହେଲେ ବହୁତ ଅସୁବିଧା ପଡିଥାଏ I ବ୍ରିଜ କାମ କରୁଥିବା ଠିକାଦାରଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ କହିଲେ କି ମୁଁ ଯେତେକି କାମ କରିଛି ମ ଅନୁଯାଇ ଉଚିତ ପ୍ରାପ୍ୟ ମିଳିନି କି ଏହି ବ୍ରିଜ କାମ ଦାୟୀତ୍ୱରେ ରହିଥିବା ଉଚ୍ଚ ଅଧିକାରୀ ମ କାମକୁ ନେଇ ଆଣଦେଖା କରି ମ କାମ ଅନୁଯାଇ ଉଚିତ ପ୍ରାପ୍ୟ ର ବିଲ ବି କରିବା ପାଇଁ ବୁଲଉଛନ୍ତି I କାମ ଅନୁଯାଇ ମ ପ୍ରାପ୍ୟ ମିଳନ୍ତା ମୁଁ ବର୍ଷ ପୂର୍ବେ ଯେଉଁ ପ୍ରକାର ଆଲମଣ୍ଡା ବ୍ରିଜ କାମ ସାରିଲି ସେହିପରି ଲୋପେଟା ଓ ଏମ୍ଫାବାଲଶା ବ୍ରିଜ କାମ ମଧ୍ୟ ସମ୍ଫୁର୍ଣ୍ଣ ଭାବରେ ସରିଯାଆଇଥାଆନ୍ତା ବଲି ମନ୍ତବ୍ୟ ଦେଇଥିଲେ I ଏହି, ଦୁଇଟି ଅଞ୍ଚଳରେ ଚାଲିଥିବା ଏନ.ବି.ଶି.ଶି ରାସ୍ତା ସହ ବ୍ରିଜ ଗୁଡିକ ମଧ୍ୟରୁ ନାଁ ରାସ୍ତା କାମ ହୋଇଛି ନାଁ ବ୍ରିଜ କାମ ଯାହା ହଇଚି ତା ପଡି ରହିଛି I ଏହି ଦୁଇ ବ୍ରିଜ ସହ ଉକ୍ତ ବିଷୟକୁ ନେଇ ବ୍ରିଜ କାମର ଦାୟୀତ୍ୱରେ ରହିଥିବା ଉଚ୍ଚ ଅଧିକାରୀ ଶ୍ରୀ ପଟେଲ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ କିଛି ଉତ୍ତର ପାଇପାରିଲି ନାହିଁ I ବନ୍ଧୁଗାଁ ବ୍ଲକ ଗସ୍ତରେ ଆସିଥିବା ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ବିଧାୟକ ଶ୍ରୀ ପବିତ୍ର ସାଉନ୍ତା ଙ୍କୁ ମଧ୍ୟ ଜଣେଇଥିଲେ I ଶ୍ରୀ ସାଉନ୍ତା ମୁଁ ଜିଲ୍ଲାପାଳ ଙ୍କୁ ଖୁବଶୀଘ୍ର ଜଣାଇବି ଓ କାମ କେଉଁଥି ପାଇଁ ଅଟକି ରହିଛି ତାହା ବୁଝିବି ବଲି ଅଞ୍ଚଳ ବାସିଙ୍କୁ ବୁଝେଇଥିଲେ I ଅଞ୍ଚଳ ବାସିଙ୍କ ଦାବିକି ବର୍ଷାମାସ ଆଉ ଅଳ୍ପଦିନ ରହିଲା ସେଥି ପୂର୍ବେ ବ୍ରିଜ କାମ ଯଦି ନ ଶୋରେ ଆମେ କଣ କରିବୁ ଜାଣିବେ ବଲି ଚେତାବନି ଦେଇଛନ୍ତି I ନୀଲୀଗା ହିମିରିକା, ରାଧାକ୍ରିଷ୍ଣା ପିଡ଼ିକ, ଯୁଗଲ ମାଣ୍ଡିଙ୍ଗ,ସାନସା ମାଣ୍ଡିଙ୍ଗ, ସୋନା ନାଣ୍ଡିଙ୍ଗ, ଖସଲା ତାଡିଙ୍ଗ, ମଲୟ ଗୁରୁମୂର୍ତ୍ତି, କାବେରି ବାଡ଼ି ପଞ୍ଚାୟତ ର ସମିତି ସଭ୍ୟ କିଶୋର ରାଉତା ଓ ରମେଶ ବାବୁ, ଏଙ୍କାଟି ରାବଣା, ପ୍ରମୁଖ ସାଧାରଣରେ ଦାବି କରିଛନ୍ତି I

୮ ବର୍ଷ ପୂର୍ବେ NBCC GM ଭାବରେ ଦାୟୀତ୍ୱରେ ରହିଥିବା ରାକେଶ ଶର୍ମା ନାମକ ବ୍ୟକ୍ତି ଓଡିଶାର ଏନବିସିସି ରାସ୍ତା ପ୍ରତି କୌଣସି ଭାବରେ ଠିକରେ କାମକୁ ଅନୁଧ୍ୟାନ ନ କରି କୋଟି କୋଟି ଟଙ୍କାର ବିଲ କରି କଣ୍ଟ୍ରାକ୍ଟର ମାନଙ୍କୁ ବିଲ କରେଇ ଓଡିଶାରେ ଯେତେ ସ୍ଥାନରେ ଏନବିସିସି ଦ୍ୱାରା ହୋଇଛି ତାହା ଆଜି ମାଟିରେ ମିଶିଯାଇଛି ଓ ବ୍ରିଜ ଗୁଡିକ ଅଧପନ୍ତରିଆ ଭାବରେ ପଡି ରହିଛି I ଏଥିପ୍ରତି ଏହିପରି କୋଟି କୋଟି ଟଙ୍କାର କାର୍ଯ୍ୟକୁ ଉଚିତ କାମ ନ କରି ଟଙ୍କାକୁ ଆତ୍ମସାତ କରିଥିବା ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାଆନୁଷ୍ଠାନ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି I 

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମାନବିକ ଅଧିକାର ଦିବସ କୁ ନେଇ ସଚେତନତା ଶିବିର 

masiha

ରାଇରଙ୍ଗପୁର ପୌରପାଳିକା ପରିସରରେ “ବିକାଶ ବାହନ” ଯାତ୍ରାର ଶୁଭାରମ୍ଭ

masiha

କୋଣାର୍କ ଉତ୍ସବରେ ଓମ ପ୍ରକାଶ ଙ୍କ ଇନ୍ଦ୍ରଲାଟ ମନ୍ଦିର

Sunil Chandra Nayak

Leave a Comment

error: Content is protected !!