ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଅର୍କାବାହାଲିପଡା ଛକରେ ହନୁମାନଙ୍କ ମନ୍ଦିର ଓ ବିଗ୍ରହ ସ୍ଥାପନ ଓ ପ୍ରତିଷ୍ଠା କାର୍ଯ୍ଯ ଅନୁଷ୍ଠିତ

ଭବାନୀପାଟଣା:୧୮/୫- ମ.ନି.ସ :- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅର୍କାବାହାଲି ପଡା ଛକ ଠାରେ ନୂତନ ଭାବରେ ନିର୍ମାଣ କରାଯାଇଥିବା ଦକ୍ଷିଣମୁଖି ପବନ ପୁତ୍ର ଶ୍ରୀହନୁମାନ ପ୍ରଭୁଙ୍କର ମନ୍ଦିରର ରତ୍ନମୁଦ କୁମ୍ଭଭରା ଓ ବିଗ୍ରହ ସ୍ଥାପନ କାର୍ଯ୍ଯକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୧୭ ତାରିଖ (ମଙ୍ଗଳବାର )ଦିନ ଠାରୁ ୧୯ ତାରିଖ (ଗୁରୁବାର) ପର୍ଯ୍ୟନ୍ତ ୩ ଦିନ ଧରି ଚାଲିଥିବା ବେଳେ ୧୭ ତାରିଖ ସକାଳ ୯ ଘଣ୍ଟା ୧୪ ମିନିଟରେ ରତ୍ନମୁଦ (କୁମ୍ଭଭରା) ଅପରାହ୍ନ ୩ ଘଣ୍ଟା ୩୮ ମିନିଟରେ କଳସ ଯାତ୍ରା ଶେଷ ହେବା ପରେ ପରେ ଅଙ୍କୁରାରୋପଣ ସହିତ ଧାନ୍ଯାଧିବାସ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ୧୮ ତାରିଖ ବୁଧବାର ଦିନ ସକାଳେ ବେଦପାଠ,ପଞ୍ଚ କର୍ମ,ସୂର୍ଯ୍ୟ ପୂଜା,ଦେବ ବାହନ,ଅଗ୍ନି ସ୍ଥାପନ,ମହାପ୍ରଭୁଙ୍କ ମହାସ୍ନାନ,ଶୟନ ଓ ରାତ୍ରି ଜୀବନ୍ଯାସ ସେହିପରି ୧୯ ତାରିଖ ଦିନ ପ୍ରାତଃ ସମୟରେ ବେଦପାଠ,ସୂର୍ଯ୍ୟ ପୂଜା କରାଯିବା ପରେ ମହାପ୍ରଭୁଙ୍କ ପ୍ରଥମ ଦର୍ଶନ, ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇଥିଲା, ଏଥିରେ ଶହ ଶହ ଶ୍ରଦ୍ଧାଳୁ ସାମିଲ ଥିଲେ। ସହର ପରିକ୍ରମା ପରେ ପରେ ମନ୍ଦିର ପ୍ରବେଶ ଓ ଯଜ୍ଞ ପୂର୍ଣ୍ଣାହୁତୀ ବିଧିବିଧାନ ସହ ସମାପନ ହୋଇଥିଲା। ସମସ୍ତ ପୂଜାକାର୍ଯ୍ଯ କରିଥିଲେ ପୁରୀର ପଣ୍ତିତ ଭାସ୍କର ପୁରୁଷୋତ୍ତମ ନନ୍ଦ ଓ ପ୍ରତାପ ଚନ୍ଦ୍ର ମିଶ୍ରଙ୍କ ସହିତ ବିମଳ କୁମାର ମହାପାତ୍ର ପରିଚାଳନା ଦାୟୀତ୍ବରେ ରହିଥିଲେ। ଅନ୍ଯ ପକ୍ଷରେ ଏହି ସବୁ କାର୍ଯ୍ଯର କର୍ତ୍ତାଭାବେ ମନ୍ଦିରର ସଭାପତି ଦେବୀ ପ୍ରସାଦ ସିନ୍ଦୁର ଓ ତାଙ୍କ ଧର୍ମପତ୍ନୀ କାର୍ଯ୍ଯ ସମ୍ପାଦନ କରିଥଲେ। କମିଟିରେ ବରିଷ୍ଠ ସମାଜସେବୀ ପ୍ରମୋଦ ଖମାରୀ,ବିଜୟ ଦ୍ବିବେଦୀ,ସକିତ ରତେ, ବିଷ୍ଣୁ ପ୍ରସାଦ କସ୍ଯପ ଉପଦେଷ୍ଟା ମଣ୍ତଳୀ ସମେତ୍ ସଭାପତି ଦେବୀ ପ୍ରସାଦ ସିନ୍ଦୂର,ଉପସଭାପତି ଗୌରାଙ୍ଗ ରାଉତ, ଅଶେଶ୍ବର ବାଗ,ପୀତାମ୍ବର ଦାସ, ପରମାନନ୍ଦ ମାଝୀ,ଆଇନଜୀବୀ ଜଗଦୀଶ ପ୍ରସାଦ ରାଓ, କେଦାର ନାଥ ରଣା, ସୁନୀଲ ନାଏକ,ନନ୍ଦୁଲାଲ ନାଏକ, ମୁଖ୍ୟ ସାଧାରଣ ସମ୍ପାଦକ ନୀତେଶ କୁମାର ବେହେରା, ସାଧାରଣ ସମ୍ପାଦକ ବଳରାମ ନାଏକ, କୋଷାଧ୍ୟକ୍ଷ ସୋମ୍ଯରଞ୍ଜନ ସିନ୍ଦୁର ସୁମନ ସିଂ ସମେତ ସହରର ବାସୀ ସହଯୋଗ କରିଥିଲେ।

ଭବାନିପାଟଣା ରୁ କ୍ଷୀରୋଦ ମଙ୍ଗରାଜ ଙ୍କ ରିପୋର୍ଟ।

 

Related posts

ଜୁନ୍ ମାସରୁ ରାସନ୍ କାର୍ଡରେ ଆଉ ମିଳିବନି ଗହମ !

ତହସିଲ ନାଁରେ  ଅର୍ଥ ହଡପ୍ କରିଥିବା ନେଇ ପୁଲିସରେ ଅଭିଯୋଗ

Sunil Chandra Nayak

କ୍ରୀଡାବିତଙ୍କ ସଫଳତା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣେ ବୋଲି କହିଲେ ବିଧାୟକ 

Sunil Chandra Nayak

Leave a Comment

error: Content is protected !!