ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ଶିକ୍ଷା ସମୀକ୍ଷା ବୈଠକ: ପ୍ରତି ଦୁଇ ମାସରେ ହେବ ‘ଯୁବ ବୈଜ୍ଞାନିକ ସମାବେଶ’, କିଶୋର ଚନ୍ଦ୍ର ଯୋଶୀଙ୍କୁ ‘ଶିକ୍ଷା ମିତ୍ର ପୁରସ୍କାର’

ନୂଆପଡ଼ାରେ ଶିକ୍ଷା ସମୀକ୍ଷା ବୈଠକ: ପ୍ରତି ଦୁଇ ମାସରେ ହେବ ‘ଯୁବ ବୈଜ୍ଞାନିକ ସମାବେଶ’, କିଶୋର ଚନ୍ଦ୍ର ଯୋଶୀଙ୍କୁ ‘ଶିକ୍ଷା ମିତ୍ର ପୁରସ୍କାର’

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ାରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ଶିକ୍ଷା ସମୀକ୍ଷା ବୈଠକ ଜିଲ୍ଲାପାଳ ତଥା ସମଗ୍ର ଶିକ୍ଷାର ଅଧ୍ୟକ୍ଷ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜ଼ିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିl 

ପ୍ରାରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଶାନ୍ତ ମହାନ୍ତି ଉପସ୍ଥିତ ଅଧିକାରୀମାନଙ୍କୁ ସ୍ୱାଗତ କରିବା ସହ ଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟକାରୀ ବିଭିନ୍ନ ଯୋଜନା ଓ ଶିକ୍ଷା ସମ୍ବନ୍ଧୀୟ ପ୍ରଗତି ଉପରେ ବିସ୍ତୃତ ଉପସ୍ଥାପନା କରିଥିଲେ।ଜିଲ୍ଲାପାଳ ଯୁକ୍ତ ୨ ଓ ଯୁକ୍ତ ୩ ବିଜ୍ଞାନ ଉତ୍ତୀର୍ଣ୍ଣ ଯୁବକଯୁବତୀଙ୍କୁ ନିଜ ନିକଟସ୍ଥ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ପ୍ରୋତ୍ସାହିତ କରିବା ସହ ବିଭିନ୍ନ ବିଷୟରେ ଦକ୍ଷ ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ବିଦ୍ୟାଳୟ ସହ ଯୋଡ଼ିବାକୁ ପରାମର୍ଶ ଦେଇଥିଲେ।ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ଓ ବୈଜ୍ଞାନିକ ଚିନ୍ତନ ବଢ଼ାଇବା ପାଇଁ ପ୍ରତି ଦୁଇ ମାସରେ ‘ଯୁବ ବୈଜ୍ଞାନିକ ସମାବେଶ’ ଆୟୋଜନ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ। ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ଏହି ସମାବେଶ ଆୟୋଜିତ ହେବ। ପ୍ରତ୍ୟେକ ଏନ୍‌ଏସିରୁ ୫ ଜଣ ଏବଂ ପ୍ରତ୍ୟେକ ବ୍ଲକ୍‌ରୁ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ।ବିଦ୍ୟାଳୟ ପରିଚାଳନା କମିଟି ଗଠନର ଅଗ୍ରଗତି ସମୀକ୍ଷା କରି ଜିଲ୍ଲାପାଳ ଅବଶିଷ୍ଟ ବିଦ୍ୟାଳୟଗୁଡ଼ିକରେ ଶୀଘ୍ର କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର ମୋଟ ୮୯୯ଟି ବିଦ୍ୟାଳୟ ମଧ୍ୟରୁ ୮୫୭ଟିରେ ବିଦ୍ୟାଳୟ ପରିଚାଳନା କମିଟି ଗଠିତ ହୋଇଥିବା ବେଳେ ଅବଶିଷ୍ଟ ୪୨ଟି ବିଦ୍ୟାଳୟରେ ୭ ଦିନ ମଧ୍ୟରେ କମିଟି ଗଠନ କରିବାକୁ କୁହାଯାଇଥିଲା।

ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରି ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ପରିମାଣର ଆଇରନ୍‌ ବଟିକା‌ ଯୋଗାଣ ସୁନିଶ୍ଚିତ କରିବାକୁ ସିଡିଏମ୍‌ଓଙ୍କୁ ପରାମର୍ଶ ଦିଆଯାଇଥିଲା। କୃମିନାଶକ ଔଷଧ ପ୍ରଦାନ କାର୍ଯ୍ୟକ୍ରମରେ ୯୬ ପ୍ରତିଶତ ସଫଳତା ହାସଲ ହୋଇଥିବା ସୂଚନା ଦିଆଯାଇଥିଲା।ସ୍ୱଚ୍ଛତା ପକ୍ଷ’ ଅଧୀନରେ ବିଦ୍ୟାଳୟ ପରିସରକୁ ସ୍ୱଚ୍ଛ, ସବୁଜ ଓ ପ୍ଲାଷ୍ଟିକ୍‌ମୁକ୍ତ ରଖିବା ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱ ଦେଇଥିଲେ। ପ୍ରତ୍ୟେକ ବିଦ୍ୟାଳୟକୁ ପ୍ଲାଷ୍ଟିକ୍‌ମୁକ୍ତ କ୍ୟାମ୍ପସରେ ପରିଣତ କରିବା ସହ ‘ନଶାମୁକ୍ତ ବିଦ୍ୟାଳୟ’, ସ୍କୁଲ୍‌ ସେଫ୍ଟି ୱିକ୍‌ ଏବଂ ବିଦ୍ୟାଳୟସ୍ତରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ସହ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ବିଦ୍ୟାଳୟର ଅସୁରକ୍ଷିତ କୋଠା, ଭୁଶୁଡ଼ିବା ସମ୍ଭାବନା ଥିବା ପାଚେରି ଓ ଅନ୍ୟାନ୍ୟ ବିପଦପୂର୍ଣ୍ଣ ଭିତ୍ତିଭୂମି ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଦଶମ ଶ୍ରେଣୀର କୌଣସି ଛାତ୍ରଛାତ୍ରୀ ନିୟମିତ ଶ୍ରେଣୀରୁ ଅନୁପସ୍ଥିତ ନ ରହିବେ, ଏଥିପାଇଁ ପ୍ରଧାନଶିକ୍ଷକ ଓ ଶିକ୍ଷକମାନେ ବିଶେଷ ନଜର ଦେବାକୁ କୁହାଯାଇଥିଲା।

ବିଦ୍ୟାଳୟଗୁଡ଼ିକରେ APAAR ID ସୃଷ୍ଟି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବା ଏବଂ ‘ULLAS’ରେ ପଞ୍ଜୀକରଣ ବୃଦ୍ଧି କରିବା ନେଇ ମଧ୍ୟ ବୈଠକରେ ସମୀକ୍ଷା କରାଯାଇଥିଲା।

ଏହି ଅବସରରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଗୋଡ଼ାଲର ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ଯୋଶୀଙ୍କୁ ‘ଶିକ୍ଷା ମିତ୍ର ପୁରସ୍କାର’ ପ୍ରଦାନ କରାଯାଇଥିଲା।

ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମଲାଲ ନାଏକ, ଡିଏସ୍‌ଏସ୍‌ ଗିରିଧାରୀ ସା, ଡିଆଇଇଟି ପ୍ରିନ୍ସିପାଲ ନରୋତ୍ତମ ଭୋଇଙ୍କ ସମେତ ବିଭିନ୍ନ ବ୍ଲକ୍‌ର ବ୍ଲକ୍‌ ଶିକ୍ଷା ଅଧିକାରୀ, ଅତିରିକ୍ତ ବ୍ଲକ୍‌ ଶିକ୍ଷା ଅଧିକାରୀ, ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀ ଓ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Related posts

ଦକ୍ଷିଣ ପୂର୍ବ ରେଳଜୋନ ର ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟିକୁ ରେଳ ବ୍ୟବହାରକାରୀ ସଂଘ ସଭାପତି ମନୋନୀତ

Sunil Chandra Nayak

ବିଦ୍ୟା ଷ୍ଟଡ଼ି ପଏଂଟ ଆନୁକୂଲ୍ୟରେ ଶିଶୁ ଦିବସ ପାଳିତ

Sunil Chandra Nayak

ଖଇରା ସ୍ବାଭିମାନ ମଞ୍ଚର ସମୀକ୍ଷା ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!