ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୟଙ୍ଗ ଅଥର୍ସ ଲିଗ୍ ଆୱାର୍ଡ଼ ରେ ସତ୍ୟ ସିଦ୍ଧାର୍ଥ ପଣ୍ଡାଙ୍କ ପୁସ୍ତକ ମନୋନୀତ

ୟଙ୍ଗ ଅଥର୍ସ ଲିଗ୍ ଆୱାର୍ଡ଼ ରେ ସତ୍ୟ ସିଦ୍ଧାର୍ଥ ପଣ୍ଡାଙ୍କ ପୁସ୍ତକ ମନୋନୀତ

ଧର୍ମଗଡ଼ :ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ କଳାହାଣ୍ଡି ଅଞ୍ଚଳ ପାଇଁ ଆଉ ଏକ ଗୌରବର ଖବର। ଲେଖକ ତଥା ଶିକ୍ଷାବିତ୍ ସତ୍ୟ ସିଦ୍ଧାର୍ଥ ପଣ୍ଡାଙ୍କ ରଚିତ ‘ଦି ଏଚ ଆର କେସଲେଟ୍ସ ହ୍ୟାଣ୍ଡବୁକ୍ ପୁସ୍ତକଟି ଚଳିତ ବର୍ଷ ୟଙ୍ଗ ଅଥର୍ସ ଆୱାର୍ଡ଼ ପାଇଁ ମନୋନୀତ ହୋଇଛି। ଏହି ସମ୍ମାନ ସମାରୋହ ନୂଆଦିଲ୍ଲୀସ୍ଥିତ ଆଇ ଆଇ ଟି ଦିଲ୍ଲୀ ପରିସରରେ ଅନୁଷ୍ଠିତ ହେବ।

ଶ୍ରୀ ପଣ୍ଡା ଅବସରପ୍ରାପ୍ତ ଧର୍ମଗଡ ପଞ୍ଚାୟତ କଲେଜ୍ ଅଧ୍ୟକ୍ଷ ସୁନୀଲ ଚନ୍ଦ୍ର ପଣ୍ଡା ଓ ଶ୍ରୀମତୀ ମମତା ପଣ୍ଡାଙ୍କ ସୁପୁତ୍ର ଅଟନ୍ତି। କଳାହାଣ୍ଡିର ଏହି ପ୍ରତିଭାବାନ ଲେଖକ ବର୍ତ୍ତମାନ ମାଧବୀ ସ୍କିଲ ୟୁନିଭରସିଟି ରେ ସିନିୟର ଆସୋସିଏଟ୍, ଡିନ୍ ଏକାଡେମିକ୍ସ ଭାବେ କାର୍ଯ୍ୟରତ। ଶିକ୍ଷାଦାନ, କୌଶଳ ବିକାଶ ଓ କ୍ୟାରିୟର ମାର୍ଗଦର୍ଶନ କ୍ଷେତ୍ରରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି।ତାଙ୍କ ରଚିତ ‘ୟୁ କେନ କ୍ରେକ୍ ଦି ଜବ ଇଣ୍ଟରଭିୟୁ’ ମଧ୍ୟ ଏକ ଆମାଜନ୍ ବେଷ୍ଟ ସେଲିଂ ପୁସ୍ତକ ଭାବେ ପରିଚିତ। ଶିକ୍ଷା, ନିଯୁକ୍ତି ଓ ବ୍ୟକ୍ତିତ୍ୱ ବିକାଶ ସମ୍ପର୍କିତ ଲେଖାଲେଖି ମାଧ୍ୟମରେ ସେ ଯୁବପିଢ଼ି ଙ୍କୁ ମାର୍ଗଦର୍ଶନ କରିଆସୁଛନ୍ତି। ୟଙ୍ଗ ଅଥର୍ସ ଲିଗ୍ ଆୱାର୍ଡ଼ ରେ ଦେଶର ଦଶ ଟି ପୁସ୍ତକ ମଧ୍ୟରେ ତାଙ୍କ ରଚିତ ପୁସ୍ତକ ମନୋନୀତ ହେବା କଳାହାଣ୍ଡି ତଥା ଓଡ଼ିଶା ପାଇଁ ଗୌରବର ବିଷୟ।ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜଣାଯାଇଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନୂତନ ବିଡ଼ିଓଙ୍କ ଯୋଗଦାନ

masiha

ସୁନ୍ଦରଗଡ଼ ଜିଲ୍ଲା ମହିଳା ପତାଞ୍ଜଳି ଯୋଗ ସମିତିର ଆନୁକୁଲ୍ୟରେ ପବିତ୍ର ରାମନବମୀ ଓ ସ୍ବାମୀଜୀଙ୍କ ସନ୍ନ୍ୟାସ ଦୀକ୍ଷା ଦିବସ ପାଳନ

Sunil Chandra Nayak

ଭବାନୀପାଟଣାରେ ପ୍ରତିଶୃତି ଭତ୍ତା ୩୦୦୦ଟଙ୍କା ପାଇଁ ଆନ୍ଦୋଳନ ତେଜିଲା 

masiha

Leave a Comment

error: Content is protected !!