ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁରଙ୍ଗନା କଳା ନିକେତନର ପ୍ରତିଭାର ବର୍ଷା,ଶ୍ରାବଣ ସୃଜନୀ, ପ୍ରତିଭା ଅନୁପମ ସମ୍ମାନ ଓ ବର୍ଣ୍ଣାଢ଼୍ୟ ତୃତୀୟ ବାର୍ଷିକ ସାଂସ୍କୃତିକ ମହୋତ୍ସବ -୨୦୨୬ ଉଦ୍ ଯାପିତ 

ସୁରଙ୍ଗନା କଳା ନିକେତନର ପ୍ରତିଭାର ବର୍ଷା,ଶ୍ରାବଣ ସୃଜନୀ, ପ୍ରତିଭା ଅନୁପମ ସମ୍ମାନ ଓ ବର୍ଣ୍ଣାଢ଼୍ୟ ତୃତୀୟ ବାର୍ଷିକ ସାଂସ୍କୃତିକ ମହୋତ୍ସବ -୨୦୨୬ ଉଦ୍ ଯାପିତ 

ଢେଙ୍କାନାଳ;-୦୩-୦୯-୨୦୨୬(ମ ନି ସ   ) :ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ସୁରଙ୍ଗନା କଳା ନିକେତନର ପ୍ରତିଭାର ବର୍ଷା,ଶ୍ରାବଣ ସୃଜନୀ,ପ୍ରତିଭା ଅନୁପମ ସମ୍ମାନ ଓ ବର୍ଣ୍ଣାଢ଼୍ୟ ତୃତୀୟ ବାର୍ଷିକ ସାଂସ୍କୃତିକ ମହୋତ୍ସବ -୨୦୨୬ ସ୍ଥାନୀୟ ଅଭିନନ୍ଦନ ଗାର୍ଡେନ ପରିସରରେ ପ୍ରାତଃ ୭ ଘଟିକା ସମୟରେ ଅନୁଷ୍ଠାନର ସଭାପତି ନିରଞ୍ଜନ ଶତପଥୀଙ୍କ ତତ୍ତ୍ୱାବଧାନରେ ଆଶୁତୋଷ ପାଢ଼ୀଙ୍କ ସଂଯୋଜନାରେ ମହାସମାରୋହରେ ଉଦ୍ ଯାପିତ ହୋଇଯାଇଛି।

ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ପଦ୍ମ ଚରଣ ସହୁ,ଉପଜିଲ୍ଲାପାଳ ମହୋଦୟ,ଡେଙ୍କାନାଳ,ମୁଖ୍ୟ ବକ୍ତା ବ୍ରହ୍ମା କୁମାରୀ ଉଷା ଦିଦି,ବରିଷ୍ଠ ରାଜଯୋଗ ଶିକ୍ଷକ,ମୁଖ୍ୟ ସଞ୍ଚାଳିକା,ଉପ – ସେବାକେନ୍ଦ୍ର ପ୍ରଜାପିତା ବ୍ରହ୍ମା କୁମାରୀ ସଂସ୍ଥା, ଡେଙ୍କାନାଳ ଓ ସମ୍ମାନିତ ଅତିଥି ଭାବେ କବି,ଗୀତିକାର ଅବନୀ ମିଶ୍ର,ଉପ ସଭାପତି ରାଜ୍ୟ କଳା ସଂସ୍କୃତି ସଂଘ, ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ଏକାଡେମିକ କୋର୍ଡିନେଟର ବରିଷ୍ଠ ଶିକ୍ଷାବିତ୍ ଡା.ଦେବୀପ୍ରସାଦ ମିଶ୍ର,ପ୍ରାକ୍ତନ ବରିଷ୍ଠ ଶିକ୍ଷକ ଓ ସମାଜ ସେବୀ,ସଭାପତି ନିରଞ୍ଜନ ଶତପଥି ପ୍ରମୁଖ ଉପସ୍ଥିତ ରହି ଉଦଯାପନୀ ସନ୍ଧ୍ୟାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ସାନ୍ଧ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ପିଲାମାନଙ୍କର ଓଡ଼ିଶା ସଂସ୍କୃତି ପ୍ରତି ଆଗ୍ରହ ଓ କଳା ପ୍ରତି ଭଲ ପାଇବା ସାଙ୍ଗକୁ ଶିକ୍ଷାର ସମନ୍ୱୟକୁ ଉଚ୍ଚ ପ୍ରଶଂସା କରିଥିଲେ। ଏବଂ ଅଭିଭାବିକା,ଅଭିଭାବକମାନଙ୍କୁ ପିଲାମାନଙ୍କର ବିଶେଷତାକୁ ଚିହ୍ନି ସେ ଦିଗରେ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ଉପଦେଶ ଦେଇଥିଲେ।କଲିକତାରୁ ଆସିଥିବା ନୃତ୍ଯ ଶିଳ୍ପୀ ସମାଲି ରୟେ,ଅତନୁ ଦାସ ଓ କୌଶିକ୍ ସ ଙ୍କୁ ସ୍ଵାଗତ ଓ ଶୁଭେଛା ପ୍ରଦାନ କରିଥଲେ।ଢେଙ୍କାନାଳ ପାଇଁ ଭଲପାଇବା ଓ ସଦ୍ଭାବନା ସବୁବେଳେ ଏମିତି ରହିଥାଉ ବୋଲି ତାଙ୍କୁ ସନ୍ଦେଶ ଦେଇଥିଲେ ସୁରଙ୍ଗନା କଳା ନିକେତନ ଓ ପିଲାମାନଙ୍କର ଗୁରୁ ଙ୍କୁ ସାଧୁବାଦ ଦେଇଥିଲେ ଯେ ମିଳିତ ପ୍ରୟାସରେ କଳାର ବିକାଶ ଓ ଉନ୍ନତି ପାଇଁ ପ୍ରଚେଷ୍ଟା କରାଯାଉଛି।ମୁଖ୍ୟ ବକ୍ତା ପିଲାଙ୍କର ମାତାପିତାଙ୍କୁ ଧନ୍ୟବାଦ ଦେଇ ପିଲାଙ୍କର କଳାତ୍ମକ, ସୃଜନାତ୍ମକ ବିକାଶ ଦିଗରେ ସହଯୋଗକୁ ପ୍ରଶଂସା କରିଥିଲେ ଏବଂ ଆଧ୍ୟାତ୍ମିକ ଶିକ୍ଷା ଏ ଦିଗରେ ସାହାଯ୍ୟକାରୀ ସାଜି ପାରିବ ବୋଲି ମଧ୍ୟ କହିଥିଲେ।ସମ୍ମାନିତ ଅତିଥି ବୃନ୍ଦ ଜଗନ୍ନାଥ ସଂସ୍କୃତିକୁ ଓ ଓଡ଼ିଶା ମାଟିରେ ଡେଙ୍କାନାଳ ମାଟିର କଳା ଓ ସଂସ୍କୃତିକୁ ଭୁୟସୀ ପ୍ରଶଂସା କରିଥିଲେ ଆଜିର ଦିନରେ ଡେଙ୍କାନାଳର କଳାକାର ରାଜ୍ଯ,ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ କଳା ପ୍ରଦର୍ଶନ କରି ଢେଙ୍କାନାଳ ମାଟି ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି ବୋଲି ଢେଙ୍କାନାଳ ମାଟିର ବନ୍ଦନା କରି ଆମେ ଢେଙ୍କାନାଳିଆ ବୋଲି ଗର୍ବ କରୁଛେ ବୋଲି କହିଥିଲେ।ସୁଦୂର କଲିକତାରୁ ଆସିଥିବା ବଙ୍ଗୀୟ ନୃତ୍ୟଶିଳ୍ପୀ ମାନଙ୍କୁ ଢେଙ୍କାନାଳ ମାଟିର କଳା ସହିତ ଜଡ଼ିତ କରାଯାଇଥିବାରୁ ଏଇଭଳି ଅନୁଷ୍ଠାନ ପ୍ରତି ସମର୍ପଣ ଭାବ ରଖି ପିଲାମାନଙ୍କୁ ଉତ୍ସାହିତ କରି ତାଙ୍କର ଅନ୍ତର୍ନିହିତ କଳା ବିକାଶ କାର୍ଯ୍ୟରେ ସଦା ଚେଷ୍ଟିତ ରହି ଢେଙ୍କାନାଳ ମାଟିର ଗର୍ବ ଓ ଗୌରବ ଅର୍ଜନ କରନ୍ତୁ ବୋଲି ଆଶିର୍ବାଦ ପ୍ରଦାନ କରିଥଲେ। ଗୀତ,ଓଡ଼ିଆ କବିତା,ରଙ୍ଗଭର,ଚିତ୍ରାଙ୍କନ,ହସ୍ତାକ୍ଷର ଓ ନୃତ୍ୟ ପ୍ରତଯୋଗିତାରେ ପିଲାମାନଙ୍କର ବିଭିନ୍ନ ଜିଲ୍ଲାରୁ ଆଗମନ ଉତ୍ସବକୁ ଆହୁରି ରୋମାଞ୍ଚକର କରିଥିଲା।ସମସ୍ତ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର,ଟ୍ରଫି ଓ ସାର୍ଟିଫିକେଟ୍ ବିତରଣ କରାଯାଇ ତୃତୀୟ ପ୍ରତିଭା ଅନୁପମ ସମ୍ମାନ -୨୦୨୬ ରେ ସମ୍ମାନିତ କରାଯାଇ ପ୍ରଶଂସା ପତ୍ର,ମୋମେଣ୍ଟୋ ଓ ମେଡାଲ ପ୍ରଦାନ ପୂର୍ବକ ପୁରସ୍କାର ବିତରଣ କରାଯାଇଥିଲା।ଅତନୁ ଦାସ,ସୋମାଲି ରଏ,କୌଶିକ୍ ସ,ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରଜ୍ଞାରାଣି ଦାସ,ସାବିତ୍ରୀ ମହାରଣା, ରୁନା ଦାସ,ଅଭିନବ ବରାଳ ଓ ଆଶୁତୋଷ ପାଢ଼ୀଙ୍କୁ ପ୍ରତିଭା ଅନୁପମ ସମ୍ମାନ -୨୦୧୬ରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଅତିଥି ବୃନ୍ଦଙ୍କୁ ସୁରଙ୍ଗନା କଳା ନିକେତନର ପ୍ରତିଭାର ବର୍ଷା,ଶ୍ରାବଣ ସୃଜନୀ,ପ୍ରତିଭା ଅନୁପମ ସମ୍ମାନ -୨୦୨୬ ସ୍ମାରକ ପ୍ରଦାନ କରାଯାଇଥିଲା।ପରେ ପରେ ଅତିଥି କଳାକାର ଜ୍ୟୋତିପ୍ରକାଶ ମହାପାତ୍ର,ପ୍ରମୀତା ଶତପଥୀ,ରାଜେନ୍ଦ୍ର ଭଞ୍ଜଙ୍କ ଦ୍ଵାରା ପାରମ୍ପରିକ ସଙ୍ଗୀତ ପରିବେଷଣ ଓ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବର୍ଣ୍ଣାଢ୍ୟ ଏକକ ଓ ଦଳଗତ ପାରମ୍ପରିକ ସଙ୍ଗୀତ,ରଙ୍ଗାରଙ୍ଗ ନୃତ୍ୟ ବିଚିତ୍ରା କାର୍ଯ୍ୟକ୍ରମ ଦର୍ଶକ ମଣ୍ଡଳୀ ଦ୍ୱାରା ଉଚ୍ଚ ପ୍ରଶଂସିତ ଓ ବେଶ୍ ଉପଭୋଗ୍ୟ ହୋଇପାରିଥିଲା।ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ସୁଶ୍ରୀ ପ୍ରଜ୍ଞା ପ୍ରିୟା ନନ୍ଦ ଓ ଜିତେନ୍ଦ୍ର କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଥିଲା।ସୁରଙ୍ଗନା କଳା ନିକେତନର ସମ୍ପୂର୍ଣ୍ଣ ପରିବାରର କର୍ମକର୍ତ୍ତା ଓ ସଦସ୍ୟା,ସଦସ୍ୟ ବୃନ୍ଦ,ପିତାମାତା ଓ ଅଭିଭାବିକା,ଅଭିଭାବକ ବୃନ୍ଦଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇ ପାରିଥିଲା।ଜିତେନ୍ଦ୍ର ବେହେରା ମଙ୍ଗଳାଚରଣ ଗାନ,ସ୍ବାଗତ ଭାଷଣ ଓ ପରିଶେଷରେ ଶାନ୍ତିପାଠ କରିଥିଲେ।ଆଶୁତୋଷ ପାଢ଼ୀ ଅତିଥି ପରିଚୟ ପ୍ରଦାନ,ସଭାସଂଯୋଜନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଉପଦେଷ୍ଟା ବେଣୁଧର ବେହେରା,ଅଜୟ କୁମାର ନନ୍ଦ ସମସ୍ତ ଅତିଥି,କଳାକାର ଓ ଅଭିଭାବିକା,ଅଭିଭାବକ ମାନଙ୍କୁ ଓ ଦାୟିତ୍ୱ ବହନ କରିଥିବା ପ୍ରଜ୍ଞା ପ୍ରିୟା ନନ୍ଦ,ଜିତେନ୍ଦ୍ର କୁମାର ବେହେରା ଓ ଆଶୁତୋଷ ପାଢ଼ୀଙ୍କୁ କାର୍ଯ୍ୟକ୍ରମ ସୁସଂଯୋଜନା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ

Related posts

ଟାଉନ ହଲ ନିର୍ମାଣ ନେଇ ଭୂମିପୂଜନ ଉତ୍ସବ, ବିଧାୟକ ଏବଂ ନଗରପାଳ ଦ୍ଵାରା ପୂଜା ଅର୍ଚ୍ଚନା

Sunil Chandra Nayak

ଡୁମୁନିଗୁଡା ଗ୍ରାମରେ ମା ଦୁଲାରଦେଇଙ୍କ ଚୈତ୍ର ଯାତ୍ରା 

Sunil Chandra Nayak

ସିନାପାଲି ଓ ଗଣ୍ଡାଵାହାଲିରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!