ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗନ୍ନାଥ ପ୍ରେମୀ ଙ୍କ ପାଇଁ ଖୁସିର ଖବର

ଶ୍ରଦ୍ଧାଳୁଙ୍କ ସମାଗମରେ ହେବ ସ୍ନାନ ଓ ରଥଯାତ୍ରା…

ଗତ ଦୁଇ ବର୍ଷ ହେଲା ସମଗ୍ର ବିଶ୍ୱକୁ କବଳିତ କରି ରଖିଛି ମହାମାରୀ କରୋନା | ତେବେ ଏବେ ରାଜ୍ୟରେ ସଂକ୍ରମଣ ହାର କମ ଥିବା ବେଳେ, ଜଗନାଥ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଆସିଛି | ଯୋଗୁ ଦୀର୍ଘ ଦୁଇବର୍ଷ ହେଲା ଭକ୍ତ ବିନା ଶ୍ରୀଜଗନ୍ନାଥଙ୍କ ସ୍ନାନ ଓ ରଥ ଯାତ୍ରା ସମ୍ପନ୍ନ ହେଉଥିବା ବେଳେ ଏଥର ଏହି ନିୟମକୁ କୋହଳ କରାଯାଇଛି।ଏଥର ଶ୍ରଦ୍ଧାଳୁଙ୍କ ସମାଗମରେ ହେବ ସ୍ନାନ ଓ ରଥଯାତ୍ରା। ଆଜି ବସିଥିବା ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଦଇତାପତି ନିଯୋଗ ଓ ଅନ୍ୟ ସେବାୟତ ନିଯୋଗ ଉପସ୍ଥିତ ଥିଲେ।

ନିଷ୍ପତ୍ତି ମୁତାବକ, ସ୍ନାନ ମଣ୍ଡପ ତଳେ ଛିଡ଼ା ହୋଇ ଭକ୍ତମାନେ ସ୍ନାନ ଯାତ୍ରା ଦେଖିପାରିବେ। ଶୃଙ୍ଖଳିତ ପହଣ୍ଡି, ହାତୀ ବେଶ ବେଳେ କିପରି ସେବାୟତ ମଣ୍ଡପରେ ରହିବେନି ସେ ଦିଗରେ ମଧ୍ୟ ଆଜି ବୈଠକରେ ଆଲୋଚନା ହୋଇଥିଲା। ସ୍ନାନ ଓ ରଥ ଯାତ୍ରା ସମୟରେ ଭକ୍ତମାନେ ପୁରୀକୁ ଆସିଲେ କିପରି ଶୃଙ୍ଖଳିତ ଦର୍ଶନ କରିପାରିବେ ସେ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି ବରିଷ୍ଠ ସେବାୟତ। ଏହି ବୈଠକରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ପ୍ରସ୍ତାବ ଦେଇଛନ୍ତି ସେବାୟତ।

ହାତୀବେଶ ପରେ ୨ରୁ ୩ ଘଣ୍ଟା ପାଇଁ ଭକ୍ତମାନଙ୍କୁ ସ୍ନାନ ମଣ୍ଡପ ପାଖକୁ ଯିବାକୁ ଅନୁମତି ମିଳିବ। ଯେପରି ପୂର୍ବ ଭଳି ଶ୍ରଦ୍ଧାଳୁ ଶ୍ରୀମନ୍ଦିରରୁ ଭିତରୁ ହୋଇ ସ୍ନାନ ମଣ୍ଡପ ତଳୁ ଦର୍ଶନ କରୁଥିଲେ ସେଭଳି କରିବାକୁ ପରାମର୍ଶ ଦିଆଯାଇଛି। ହାତୀବେଶ ପରେ ୨ରୁ ୩ ଘଣ୍ଟା ପାଇଁ ଭକ୍ତମାନଙ୍କୁ ସ୍ନାନ ମଣ୍ଡପ ପାଖକୁ ଯିବାକୁ ଅନୁମତି ମିଳିବ। ଯେପରି ପୂର୍ବ ଭଳି ଶ୍ରଦ୍ଧାଳୁ ଶ୍ରୀମନ୍ଦିରରୁ ଭିତରୁ ହୋଇ ସ୍ନାନ ମଣ୍ଡପ ତଳୁ ଦର୍ଶନ କରୁଥିଲେ ସେଭଳି କରିବାକୁ ପରାମର୍ଶ ଦିଆଯାଇଛି।

ଏହା ସହ ୨ରୁ ୩ ଘଣ୍ଟା ପାଇଁ ସାହାଣମେଲା ଦର୍ଶନ ପାଇଁ ବି ଛତିଶା ନିଯୋଗ ପ୍ରସ୍ତାବ ଦେଇଛି। ଆସନ୍ତାକାଲି ମଧ୍ୟ ରଥଯାତ୍ରା ସମନ୍ୱୟ କମିଟି ବୈଠକ ବସିବ। ଏହା ଉପରେ କ’ଣ ନିଷ୍ପତ୍ତି ନିଆଯିବ ତା’ ଉପରେ ସମସ୍ତଙ୍କ ଆଖି ରହିଛି। ବରିଷ୍ଠ ଦଇତାପତି ନିଯୋଗ ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି, ଭକ୍ତମାନଙ୍କୁ ନେଇ ସ୍ନାନ ପୂର୍ଣ୍ଣିମା ଓ ରଥ ଯାତ୍ରା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ବସିଥିବା ବୈଠକରେ ଏହି ବିଷୟରେ ଆଲୋଚନା କରାଯାଇଥିଲା। ସ୍ନାନ ପୂର୍ଣ୍ଣିମା ଓ ରଥ ଯାତ୍ରା ଶୃଙ୍ଗଳିତ ଭାବେ କରିବା ନେଇ ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରାଯାଇଥିଲା।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଜୟ କୁମାର ଜେନା ଙ୍କ ସନ୍ଧ୍ୟା ଭାଵନା

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅନୁସୂଚିତ ଜନଜାତି/ଜାତି,ମହୁଲଡିହା, ରାଇରଙ୍ଗପୁର ପରିସରରେ ଅଭିଭାବକ – ଶିକ୍ଷକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!