ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ଛାତ୍ର ପରିଷଦ ପକ୍ଷରୁ ଗୁରୁ ଦିଵସ ପାଳନ

ପୂର୍ବତନ ଛାତ୍ର ପରିଷଦ ପକ୍ଷରୁ ଗୁରୁ ଦିଵସ ପାଳନ

ଆସିକା, ୫/୯/୨୬ (ଶିବ ଶଙ୍କର ମିଶ୍ର ) ପବିତ୍ର ଗୁରୁଦିବସ ଅବସରରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ,ଆସିକା ବିଦ୍ୟାଳୟର ଶିକ୍ଷା ବର୍ଷ ୨୦୧୭ ର ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଗୁରୁଜୀ ସୁନୀଲ କୁମାର ଗୌଡ଼ , ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ସାବତ, ବରିଷ୍ଠ ଗୁରୁଜୀ ସ୍ଵଦେଶ କୁମାର ଦଳାଇ, ପ୍ରଭାସ ଗୁରୁଜୀ, ବିଦ୍ୟାଳୟର ପରାମର୍ଶଦାତା ଙ୍କୁ ଉପଢୌକନ ସ୍ମୃତି ଫଳକ ସହ ପରିବେଶ ସୁରକ୍ଷା ର ବାର୍ତ୍ତା ନେଇ ଚାରା ବୃକ୍ଷ ପ୍ରଦାନ କରାଯାଇଥିଲା। ଏବଂ ସମସ୍ତ ଗୁରୁଜୀ ଗୁରୁମା ଙ୍କୁ ମିଷ୍ଟାନ୍ନ ସହ ଉପହାର ପ୍ରଦାନ କରାଯାଇଥିଲା। ଦୀର୍ଘ ବର୍ଷ ପରେ ପୂର୍ବ ଛାତ୍ରଛାତ୍ରୀଙ୍କ ଏହି ଭଳି ନିଆରା ପଦକ୍ଷେପ କୁ ବିଦ୍ୟାଳୟର ଗୁରୁଜୀ ଗୁରୁମା ପ୍ରଶଂସା କରିଥିଲେ। ଗୁରୁଙ୍କ ଭୂମିକା କେତେ ଯେ ଗୁରୁତ୍ବପୂର୍ଣ ତାହା ବର୍ଣ୍ଣନା କରିବା ଅସମ୍ଭବ । ଯୁଗେ ଯୁଗେ ଗୁରୁ ହେଉଛନ୍ତି ପୂଜ୍ୟ । ବ୍ୟକ୍ତି ନିର୍ମାଣ ଓ ଚରିତ୍ର ଗଠନ ଦିଗରେ ଶିକ୍ଷକଙ୍କ ବିଶେଷ ଭୂମିକା ରହିଛି ବୋଲି ପୂର୍ବତନ ଛାତ୍ର ତଥା ପରିଷଦର ସକ୍ରିୟ ସଦସ୍ୟ ହିମାଂଶୁ ଶେଖର ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି। ଶିକ୍ଷା ବ୍ୟବସ୍ଥାରେ ଗୁରୁ ଶିଷ୍ୟ ପରମ୍ପରା ଆମ ସମାଜ କୁ ଦୃଢୀଭୂତ କରେ ସେଥିପାଇଁ ଗୁରୁ ଚିର ନମସ୍ୟ ବୋଲି ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଅନିଲ କୁମାର ସ୍ଵାଇଁ ପ୍ରକାଶ କରିଥିଲେ। ଅନ୍ୟ ପୂର୍ବଛାତ୍ର ମଧ୍ୟରେ ଡଃ ପ୍ରିୟଙ୍କା ସାହୁ, ଅଧ୍ୟାପକ ଅମିତ୍ ମହାପାତ୍ର, ଆଶିଷ କୁମାର ଆଚାର୍ଯ୍ୟ ,ରାହୁଲ ବେହେରା , ଦିବ୍ୟାନନ୍ଦ ମୁନି,ସୁଧାଂଶୁ ଶେଖର ପ୍ରଧାନ,ସରୋଜ ବେହେରା ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ସାଫଲ୍ଯ ମଣ୍ଡିତ କରିଥିଲେ।

Related posts

ଯୋଡ଼ା ଶାସ୍ତ୍ରୀ ନଗର ୟୁଥ୍ କ୍ଲବ୍‌ଠାରେ ଯୁବ ଜାଗୃତି ଅଭିଯାନର ଭବ୍ୟ ଆୟୋଜନ ସହ ଯୁବକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିବା ଏବଂ ସେମାନଙ୍କୁ ନିଶାମୁକ୍ତ କରିବାର ସଂକଳ୍ପ

ହିଞ୍ଜିଳି ଥାନାକୁ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଗସ୍ତ

କନ୍ଦରପୁର କଲେଜରେ ‘ନୂଆ- ଓ’ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!