ରେଡକ୍ରସ ଭବନ ଠାରେ କ୍ରାନ୍ତିକାରୀ ସାମାଜିକ ଅନୁଷ୍ଠାନ ସମର କ୍ରାନ୍ତି ସେନା ପକ୍ଷରୁ ଗୁରୁ ଦିବସ ପାଳିତ
ଆଜି ତା ୦୫/0୯ ସ୍ଥାନୀୟ ୯ ନମ୍ବର ସ୍ଥିତ ରେଡକ୍ରସ ଭବନ ଠାରେ କ୍ରାନ୍ତିକାରୀ ସାମାଜିକ ଅନୁଷ୍ଠାନ ସମର କ୍ରାନ୍ତି ସେନା ପକ୍ଷରୁ ଗୁରୁ ଦିବସ ପାଳିତ ହୋଇଯାଇଅଛି !ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜକିଶୋର ତ୍ରିପାଠୀ ଉଦଘାଟକ ଭାବରେ ଯୋଗଦେଇଥିଲେ ! ମୁଖ୍ୟଅତିଥି ପୂର୍ବତନ ଅଯୁକ୍ତ ପୋଲିସ ମୋହାନିର୍ଦେଶକ ଶ୍ରୀଯୁକ୍ତ ଗୋପବନ୍ଧୁ ମଲ୍ଲିକ, ମୁଖ୍ୟବକ୍ତା ଶ୍ରୀଯୁକ୍ତ ପଵିତ୍ର ମୋହନ ସାମନ୍ତରାୟ, ସ୍ଵତନ୍ତ୍ରଅତିଥି ଓଡିଶା ସରକାରଙ୍କ ବରିଷ୍ଠ ପ୍ରଶାସକ ଶ୍ରୀଯୁକ୍ତ ସଞ୍ଜୟ କୁମାର ମିଶ୍ର, ଅନ୍ୟତମ ସ୍ବତନ୍ତ୍ର ଅତିଥିଭାବେ ଡ଼କ୍ଟର କୁମାରବର ଦାସ ପୂର୍ବତନ ଉପକୁଳପତି ଫକୀର ମୋହନ ବିଶ୍ୱବିଦ୍ୟାଳୟ, ସଂମ୍ମାନିତ ଅତିଥିଭାବେପୂର୍ବତନ ଅଧ୍ୟାପକ ଶ୍ରୀଯୁକ୍ତ ନିରଞ୍ଜନ ବାରିକ ରେଭେନ୍ସା ମହାବିଦ୍ୟାଳୟ , ଅନୁଷ୍ଠାନ ର ନିର୍ଦେଶକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ମହାପାତ୍ର, ଶ୍ରୀଯୁକ୍ତ ଶୁଭାଶିଷ ମିଶ୍ର ପ୍ରତିଷ୍ଠାତା ସମ୍ପାଦକ ପ୍ରତିକାର ଓଡ଼ିଆ ସମ୍ବାଦ ପାତ୍ର, ଗାନ୍ଧିବାଦୀ ସର୍ବୋଦୟ ସଂଗଠକ ଶ୍ରୀଯୁକ୍ତ ଗୌରାଙ୍ଗ ମହାପାତ୍ର ଓ ବିଶିଷ୍ଠ ପଦାର୍ଥ ବିଜ୍ଞାନୀ ଅଧ୍ୟାପକ ଡ଼କ୍ଟର ସୁଶାନ୍ତ ଦାସ ପୌରୋହତ୍ୱ ରେ କାର୍ଯ୍ୟକ୍ରମ ସଂଚାଳିତ ସାହିତ କହିଥିଲି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ଆଜିର ଏହି ୫ ତାରିଖ ରେ ଭାରତର ଦ୍ୱିତୀୟ ରାଷ୍ଟ୍ରପତି, ଜଣେ ପ୍ରସିଦ୍ଧ ବିଦ୍ୱାନ, ଦାର୍ଶନିକ ଏବଂ ଉତ୍ସର୍ଗୀକୃତ ଶିକ୍ଷକଙ୍କ ଜନ୍ମବାର୍ଷିକୀ ଏହି ଦିବସ ଗୁରୁଦିବସ ଭାବରେ ପାଳିତ ହୋଇଥାଏ ! ଯେତେବେଳେ ସେ 1962 ମସିହାରେ ରାଷ୍ଟ୍ରପତି ହେଲେ, ତାଙ୍କ ଛାତ୍ରମାନେ ତାଙ୍କ ଜନ୍ମଦିନ ପାଳନ କରିବାକୁ ଅନୁରୋଧ କରିଥିଲେ। ସେ ଅନୁରୋଧରକ୍ଷା କରିଥିଲେ ଯେ ସମଗ୍ର ଶିକ୍ଷକତା ବୃତ୍ତିକୁ ସମ୍ମାନ ଜଣାଇବା ପାଇଁ ଏହି ଦିନକୁ ଶିକ୍ଷକ ଦିବସ ବା ଗୁରୁଦିବସ ଭାବରେ ପାଳନ କରାଯାଉ।
ଛାତ୍ରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ, ଭାଷଣ, ନୃତ୍ୟ ଏବଂ ସଂଗୀତ ପ୍ରଦର୍ଶନ ଆୟୋଜନ ନକରି ଛାତ୍ରମାନେ ସେମାନଙ୍କ ପରାମର୍ଶଦାତାଙ୍କୁ ହାତ ତିଆରି କାର୍ଡ, ଫୁଲ ଏବଂ ଧନ୍ୟବାଦ ବାର୍ତ୍ତା ପ୍ରଦାନ କରିଲେ ଏହାର ପ୍ରକୁତ ସ୍ୱାର୍ଥ ସାଧନା ହେବ! ଏହିଭଳି ଭାଷଣ ମାଧ୍ୟ୍ୟମରେ ଅତିଥି ମାନେ କହିଥିଲି , ସର୍ବ ଶେଷରେ ଓଡିଶା ର ପୁରପଲ୍ଲୀରୁ ବିଦ୍ୟାଳୟ ଅଧ୍ୟକ୍ଷ,ଶିକ୍ଷକ, ବିଦ୍ୟାନଙ୍କୁ ଶିକ୍ଷ୍ୟାଶ୍ରୀ ସମ୍ମାନ ଓ ସ୍ଵଛାସେବୀ, ଛାତ୍ରଛାତ୍ରୀ, ସଂଗଠକ ମାନଙ୍କୁ ସେବାଶ୍ରୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା ! ସମାଜଆଇନର ସମ୍ପାଦକ ଶ୍ରୀଯୁକ୍ତ ମନୋଜ ସେଠ, ସଂଗଠନ ର ସଦ୍ୟସ୍ୟ ଡ଼କ୍ଟର ସୌମିତ୍ର କର, ସମ୍ପାଦକ ଡ଼କ୍ଟର ପ୍ରମୋଦ କିଶୋର ପରିଡା ଶଙ୍କର ବେହେରା, ମୁକେଶ ସିଂହ, ହରେକୃଷ୍ଣ ବରାଳ,ଅନ୍ୟ ସଦ୍ୟସ୍ୟ ଯୋଗଦେଥିବା ବେଳେ ବାସୁଦେବ ପରିଡ଼ା ଧନ୍ୟବାଦ ପ୍ରଦାନ କରିଥିଲେ!
ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍

