କୋରାପୁଟ ଜିଲ୍ଲାପାଳ ଙ୍କ ବନ୍ଧୁଗାଁ ଗସ୍ତ
ବନ୍ଧୁଗାଁ ତା, ୫/୯/୨୬, ଆଜି ବନ୍ଧୁଗାଁ ବ୍ଲକ ଗସ୍ତରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନଜ ସତ୍ୟବାନ ମହାଯନ ଓ ଜିଲ୍ଲା ଅତିରିକ୍ତ ସି ଡ଼ି ଓ ଶ୍ରୀ ବେଣୁଧର ଶବର ଙ୍କ ମିଳିତ ଭାବରେ ବନ୍ଧୁଗାଁ ବ୍ଲକ ଗସ୍ତକରି ବନ୍ଧୁଗାଁ ବ୍ଲକ ଠାରେ ଚାଲିଥିବା ଉନ୍ନତି ମୂଳକ କାର୍ଯ୍ୟକୁ ନେଇ ପଚାରି ବୁଝିଥିଲେ I ଆଜି ବନ୍ଧୁଗାଁ ବ୍ଲକରେ ପହଞ୍ଚିବା ପରେ ବିଡ଼ିଓ ଙ୍କ କାର୍ଯ୍ୟାଳୟ ଗୃହଠାରେ ବ୍ଲକ ବିଡ଼ିଓ ଶ୍ରୀ ଅସିତ କୁମାର ମହାନ୍ତି, ତହସିଲଦାର ଶ୍ରୀମତି ସନାଲି ପାତ୍ର, ଅତିରିକ୍ତ ତହସିଲ ଦାର ଶ୍ରୀ ଜିତେନ୍ଦ୍ର ବାଘ,ଓ ଶିଶୁ ବିକାଶ ଅଧିକାରୀ ଶ୍ରୀମତି ଗୀତାଞ୍ଜୋଲି ମହାରଣା, ବନ୍ଧୁଗାଁ ଥାନା ଅଧିକାରୀ ଆଇ.ଆଇ.ସି ଶ୍ରୀ ସିନ୍ଧୁ ସାରକା, ବ୍ଲକ ଏ ଇ ଶ୍ରୀ ସୌରଭ ନାୟକ, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା,ଓ ବ୍ଲକର ସମସ୍ତ ବିଭାଗର ଆଧିକାରୀ ଓ ସମସ୍ତ କନିଷ୍ଟ ଯନ୍ତ୍ରୀ, ବ୍ଲକ ର ଓ ଏଲ ଏମ ବିଭାଗର ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରି ଉପସ୍ଥିତ ରହିଥିଲେ I କୂଟ୍ରାବେଡା ପଞ୍ଚାୟତ ର ପାଲକା ଗ୍ରାମର ଏସ ଏଚ ଯି ଗ୍ରୁପ ସହ ଭେଟି ଗ୍ରୁପ ବୁଝିଥିଲେ ଏବଂ ସେଠାରେ ଚାଲିଥିବା କାର୍ଯ୍ୟ କୁମ୍ଭାରି ପୁଟ ପଞ୍ଚାୟତ ର ହାଟ ବଜାର ପାଇଁ ରାସ୍ତା ପାର୍ଶ୍ଵ ଯି ଏଲ ଏଫ ର ୩୦ ଲକ୍ଷ ଟଙ୍କାର ବିଲଡିଙ୍ଗ ଏବଂ ବନ୍ଧୁଗାଁ ଗ୍ରାମର ଫେବର ବ୍ଲକ ଓ ବନ୍ଧୁଗାଁ ବ୍ଲକ ଠାରେ ହୋଇଥିବା ମାଉସୀମା ମନ୍ଦିର ଗୃହ କାର୍ଯ୍ୟ ଦେଖି ଥିବାର ଜଣାଯାଏ I
ବନ୍ଧୁଗାଁର ସମସ୍ତ ବିଦ୍ୟାଳୟ ଠାରେ ପାଳିଲେ ଗୁରୁଦିବସ
ବନ୍ଧୁଗାଁ ତା, ୫/୯/୨୬, ବନ୍ଧୁଗାଁ ବ୍ଲକର ସମସ୍ତ ବିଦ୍ୟାଳୟ ଠାରେ ଆଜି ଗୁରୁଦିବସ ପାଳନ ହୋଇଯାଇଛି I ସେପ୍ଟେମ୍ବର ୫ ରେ ଡକ୍ଟର ସର୍ବପଲି ରାଧା କୃଷ୍ଣନଙ୍କ ଜୟନ୍ତୀ ଦିବସ ଉପଲକ୍ଷେ ଗୁରୁଜନ ମାନଙ୍କୁ ଛାତ୍ରଛାତ୍ରୀ କିଛି ଉପହାର ଦେଇ ଗୁରୁଙ୍କ ଠାରୁ ଆଶ୍ରିର୍ବାଦ ନେଇଥାନ୍ତି I ଗୁରୁ ହେଉଛନ୍ତି ଅଜ୍ଞାନର ଅନ୍ଧକାରକୁ ଦୂରକରି ଜ୍ଞାନର ଆଲୋକ ଜଳାଉଥିବା, ଗୁରୁବିନା ମିଳେନାହିଁ ଜ୍ଞାନର ସନ୍ଧାନ, ଗୁରୁ ହିଁ ଗଡ଼ନ୍ତି ମଣିଷର ଜୀବନ ଓ ମାନ, ଜୀବନର ପ୍ରତିଟି ପାଦରେ ସଠିକ ମାର୍ଗ ଦେଖାଇ ଉଚ୍ଚ ଆଦର୍ଶ ଗଡିବାରେ ସାହାଯ୍ୟ କରିଥିବା ମର ସମସ୍ତ ଶିକ୍ଷକ ଓ ଗୁରୁଙ୍କୁ କୋଟି କୋଟି ପ୍ରଣାମ I ଗୁରୁ ଛାତ୍ରଛାତ୍ରୀଙ୍କୁ କେବଳ ପାଠ ପଢାନ୍ତି ନାହିଁ ବରଂ ଉଚିତ ଓ ଉତ୍ତମ ଚରିତ୍ର, ଉତ୍ତମ ଚିନ୍ତାଧାରା ଓ ନିଃସ୍ୱାର୍ଥପର ମଣିଷଟିଏ ହେବା ପାଇଁ ପ୍ରେରଣା ଦିୟନ୍ତି I ଅନେକ ଗ୍ରହଣ କରି କ୍ଷାତି ଅର୍ଜନ କରନ୍ତି ଆଉକିଛି ଆହାରଣ ନ କରି ପାରି ବିପଥଗାମୀ ହୁଅନ୍ତି I ଗୁରୁ ହେଉଛନ୍ତି ଆମ ଜୀବନର ପ୍ରକ୍ରୁତ ମାର୍ଗଦର୍ଶକ ଅଜ୍ଞାନତାରୁ ଜ୍ଞାନତା ଓ ମାର୍ଗ ଦର୍ଶକ ଆଡକୁ ଆମକୁ ଓ ଉଚିତ ବିଦ୍ୟା ଓ ବ୍ୟବହାର ଓ ଆଚରଣ ର ଶିକ୍ଷା ଦେଇଥାନ୍ତି I ଜନ୍ମର ପ୍ରଥମ ଗୁରୁଜନ ହେଲେ ଆମ ଜନ୍ମ ଦେଇଥିବା ମା ଓ ବୁଦ୍ଧି ଓ ଜ୍ଞାନ ର ପ୍ରେରଣା ଦେଇ ଶିକ୍ଷା ଦେଇଥିବା ପିତା ଓ କୁସଳ ବୁଦ୍ଧି ଓ ବିଦ୍ୟା ର ଶିକ୍ଷା ଦେଇଥିବା ଗୁରୁଜନ ଅଟନ୍ତି I ତେଣୁକରୀ ଗୁରଙ୍କ ପାଇଁ ଗୁରୁ ବ୍ରମ୍ହା ଗୁରୁ ବିଷ୍ଣୁ, ଗୁରୁ ହେବ ମହେଶ୍ୱର, ଗୁରୁ ସାକ୍ଷାତ ପରମ ବ୍ରମ୍ହ, ତଷ୍ପେଇ ଶ୍ରୀ ଗୁରୁବେ ନମଃ ବଲି କୁହାଯାଏ I ଯିଏ ଗୁରୁଙ୍କ ପ୍ରେରଣା ଦେଇ ଗତିକରେ ତାଙ୍କ ଜୀବନ ଧନ୍ୟ ହୋଇ ଜୀବନକୁ ଅତିବାହିତ କରିଥାଏ I
ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

