ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରଦ୍ଧା ରେ ଗୁରୁଦିବସ ପାଳିତ

ଶ୍ରଦ୍ଧା ରେ ଗୁରୁଦିବସ ପାଳିତ

ରାଉରକେଲା : ସେକ୍ଟର ୧୬ ସ୍ଥିତ ମାନସିକ ଭିନ୍ନକ୍ଷମ ଙ୍କ ଅନୁଷ୍ଠାନ ଶ୍ରଦ୍ଧା ଠାରେ ଗୁରୁଦିବସ ପାଳିତ ହୋଇଥିଲା । ଅନୁଷ୍ଠାନ ର ଅନ୍ତେବାସୀ ତଥା ଛାତ୍ରଛାତ୍ରୀ ମାନେ ସେମାନଙ୍କର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ପୂଜାର୍ଚ୍ଚନା କରି ଉପହାର ପ୍ରଦାନ କରି ଥିଲେ । ସନ୍ତୋଷ , ରଶ୍ମି, ରମେଶ , ଗୈ।ରୀ, ଭିକି, ଗୋପାଳ ପ୍ରମୁଖ ପିଲାମାନେ ଶିକ୍ଷକ ଙ୍କୁ ମିଷ୍ଟାନ୍ନ ଖୁଆଇଦେଇ ପ୍ରକୃତ ଛାତ୍ରବତ୍ସଳ ର ପ୍ରକୃତ ପରିଚୟ ସୃଷ୍ଟି କରିଥିଲେ । ଏମାନେ ମାନସିକ ଭିନ୍ନକ୍ଷମ ହେଲେ ବି ସମାଜ ରୀତିନୀତି ଓ ପୂଜା ପାର୍ବଣ ର ଆନୁଷଙ୍ଗିକ ବ୍ୟବସ୍ଥା ରେ ଅଭ୍ୟସ୍ତ ବୋଲି ଜଣାପଡିଛି । ଏମାନେ ବି ଆମ ସମାଜର ଏକ ଅଙ୍ଗ । ସେମାନଙ୍କୁ ଯେଉଁ ସ୍ଵତନ୍ତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଶିକ୍ଷା ପ୍ରଦାନ କରୁଛନ୍ତି ଅନ୍ୟ ଶିକ୍ଷକ ମାନଙ୍କଠାରୁ ସ୍ଵତନ୍ତ୍ର ।‌ ବୈ।ଦ୍ଧିକ ବିକାଶ ବାଧିତ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵତନ୍ତ୍ର ଶିକ୍ଷକ ଭାବେ ଶିକ୍ଷାଦାନ କରିବା ରେ ଅନେକ ଚ୍ୟାଲେଞ୍ଜ ଥାଏ । ତେଣୁ ଏମାନଙ୍କୁ ସ୍ଵତନ୍ତ୍ର ଶିକ୍ଷକ ଭାବେ ଆମେ ପରିଗଣିତ କରିଥାଉ । ସେମାନଙ୍କ ର ସେବା ଓ ଦାନ ଅତୁଳନୀୟ । ଆଜି ର ଏହି ମହାନ ଦିବସରେ ଡଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେୱ ବୋଲି ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ କହିଥିଲେ । ଏହି ଅବସରରେ ମିରର ଫାଉଣ୍ଡେସନ ର ବିଶ୍ବଜିତ ଓ ତାଙ୍କ ସାଥୀମାନେ ଶ୍ରଦ୍ଧା ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ମାନିତ କରିଥିଲେ। । ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଞ୍ଜଳି ମହାରଣା, ସୁଜାତା ରାଉତ, ସୈ।ଦମିନୀ ପଟ୍ଟନାୟକ, ଶ୍ଵେତା ଦଣ୍ଡସେନା, ଚନ୍ଦ୍ରିକା ପାଣ୍ଡବ, ଗଗନ ମହାନ୍ତି, ଧୀରେନ୍ ଓଝା, ସନ୍ତୋଷୀ କୁମ୍ଭାର, ଇତିଶ୍ରୀ ଦାସ ପ୍ରମୁଖ ଙ୍କୁ ଛାତ୍ରଛାତ୍ରୀ ମାନେ ତଥା ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓରାଘାଟ ଆଇରନ ଖଣି ର କର୍ମକର୍ତା ମାନଙ୍କ ଆନୁକୂଲ୍ୟରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର (କାଟେସାହି) ବିଦ୍ୟାଳୟ ପରିସରରେ ବିଶ୍ୱ ଯୋଗ ଦିବସ ପାଳନ କରାଯାଇଛି

masiha

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ର ଦୁଇ ଜଣିଆ ଟିମ ଭିତ୍ତିଭୂମି ପରଖିଲେ

masiha

ଲୋକକଳା ଆମ ଜନଜୀବନର ଏକ ଅବିଛେଦ୍ୟ ବିଭବ

masiha

Leave a Comment

error: Content is protected !!