ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ବିଭୁତି ଭୂଷଣ ତାଣ୍ଡିଙ୍କୁ ‘ସମାଜ ରତ୍ନ ସମ୍ମାନ’ ସମାଜସେବା ଓ ଅବହେଳିତଙ୍କ ସହାୟତା ପାଇଁ ମିଳିଲା ସମ୍ମାନ

ଶିକ୍ଷକ ବିଭୁତି ଭୂଷଣ ତାଣ୍ଡିଙ୍କୁ ‘ସମାଜ ରତ୍ନ ସମ୍ମାନ’

ସମାଜସେବା ଓ ଅବହେଳିତଙ୍କ ସହାୟତା ପାଇଁ ମିଳିଲା ସମ୍ମାନ

 ଶିକ୍ଷାଦାନ ସହିତ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ସାମାଜିକ ଦାୟିତ୍ୱବୋଧ ପାଇଁ ଶିକ୍ଷକ ତଥା ସମାଜସେବୀ ଶ୍ରୀ ବିଭୁତି ଭୂଷଣ ତାଣ୍ଡିଙ୍କୁ ଗୌରବମୟ ‘ସମାଜ ରତ୍ନ ସମ୍ମାନ’ ପ୍ରଦାନ କରାଯାଇଛି।

ଓଡ଼ିଶାର ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଛତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ତାଣ୍ଡିଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।

ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ଏକ ସାମ୍ବିଧାନିକ, ବୈଚାରିକ ଓ ସମାଜସେବୀ ଅନୁଷ୍ଠାନ ଭାବେ ସମଗ୍ର ରାଜ୍ୟରେ ଦଳିତ, ଅବହେଳିତ, ଅତ୍ୟାଚାରିତ ଓ ପୀଡ଼ିତ ଲୋକଙ୍କୁ ନ୍ୟାୟ ଏବଂ ସହାୟତା ପ୍ରଦାନ ଦିଗରେ କାର୍ଯ୍ୟ କରିଆସୁଛି।

ଅନୁଷ୍ଠାନର ଏହି ମହତ୍ କାର୍ଯ୍ୟରେ ନିଜକୁ ସାମିଲ କରି ଗତବର୍ଷ ଅନୁଷ୍ଠାନର ପଞ୍ଚମ ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀ ବିଭୁତି ଭୂଷଣ ତାଣ୍ଡି ନିଜ ଚାକିରି ଥିବା ପର୍ଯ୍ୟନ୍ତ ପ୍ରତିମାସରେ ୧,୦୦୦ ଟଙ୍କା ଅନୁଷ୍ଠାନକୁ ଅନୁଦାନ ଆକାରରେ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ନିଜ ପ୍ରତିଶ୍ରୁତିକୁ ଅକ୍ଷରେ ଅକ୍ଷରେ ପାଳନ କରି ଗତ ଏକ ବର୍ଷ ଧରି ସେ ପ୍ରତିମାସ ୧,୦୦୦ ଟଙ୍କା ଲେଖାଏଁ ଅନୁଷ୍ଠାନକୁ ସହଯୋଗ କରିଆସୁଛନ୍ତି। ତାଙ୍କର ଏହି ନିଷ୍ଠା, ତ୍ୟାଗ ଓ ସମାଜ ପ୍ରତି ଅବଦାନକୁ ସ୍ୱୀକୃତି ଦେଇ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମାଜ ରତ୍ନ ସମ୍ମାନ’ ରେ ସମ୍ମାନିତ କରାଯାଇଛି।

ସମାରୋହରେ ଅତିଥିମାନେ ବାବା ସାହେବ ଡ଼. ଭୀମରାଓ ଆମ୍ବେଦକରଙ୍କ ମହାନ ବାଣୀ ଶିକ୍ଷିତ ହୁଅ, ସଂଗଠିତ ହୁଅ ଓ ସଂଘର୍ଷ କର” କୁ ପାଥେୟ କରି ସମାଜର ଉନ୍ନତି ପାଇଁ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ।

ଶିକ୍ଷାର ପ୍ରସାର ବିନା ସମାଜର ସାମଗ୍ରିକ ଉନ୍ନତି ସମ୍ଭବ ନୁହେଁ। ତେଣୁ ସମାଜର ପ୍ରତ୍ୟେକ ବର୍ଗ ପ୍ରଥମେ ଶିକ୍ଷା ପ୍ରତି ସଚେତନ ହେବା ସହ ଶିକ୍ଷାର ବିକାଶ ଦିଗରେ ଏକଜୁଟ ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଅତିଥିମାନେ ମତ ଦେଇଥିଲେ।

ଶ୍ରୀ ବିଭୁତି ଭୂଷଣ ତାଣ୍ଡିଙ୍କ ଏହି ସମ୍ମାନ ସମାଜସେବା ସହିତ ଶିକ୍ଷା କ୍ଷେତ୍ରରେ ଜଡ଼ିତ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି ଉପସ୍ଥିତ ଅତିଥି ଓ ସମାଜସେବୀମାନେ ଆଶା ପ୍ରକାଶ କରିଥିଲେ।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ନିୟମଗିରି ସୁରକ୍ଷା ସମିତି ତରଫରୁ ବିଶ୍ବ ଆଦିବାସୀ ଦିବସ ପାଳିତ

Sunil Chandra Nayak

ମାଁ ଙ୍କ ନାମରେ ୧୪୦୦୦ ବୃକ୍ଷରୋପଣ, ସ୍ବଚ୍ଛତା ପଦଯାତ୍ରା ଓ ସ୍ବଚ୍ଛତା ଉତ୍ସବ ପାଳିତ 

Sunil Chandra Nayak

ବନ୍ଧୁଗାଁ ବ୍ଲକ ସ୍ତରୀୟ ଖେଳକୁଦ ଚୟନ ପ୍ରତିଯୋଗୀତା ଆୟୋଜନ 

masiha

Leave a Comment

error: Content is protected !!