ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଳିପୁଟ ମେଲୋଡିସ ରେ ଅଭିଭକ୍ତ କୋରାପୁଟର ବାସନା

ମାଳିପୁଟ ମେଲୋଡିସ ରେ ଅଭିଭକ୍ତ କୋରାପୁଟର ବାସନା

ନବରଙ୍ଗପୁର: (୯|୯)(ରବି ନାରାୟଣ ମହାନ୍ତି)ଆସନ୍ତା ୧୮ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ସିନେମା ହଲ ରେ ଆଦିବାସୀ ପରମ୍ପରା ଓ ସଂସ୍କୃତିକୁ ନେଇ ଏକ ଭିନ୍ନ ଧରଣର ଚଳଚିତ୍ର ମାଳିପୁଟ ମେଲୋଡିସ୍ ରିଲିଜ୍ ହେବ। ଏହି ଅବସରରେ ନବରଙ୍ଗପୁର କୁ ଉକ୍ତ ଫିଲ୍ମ ର ଯୁବ ନିର୍ଦ୍ଦେଶକ ବିଶାଲ ପଟ୍ଟନାୟକ ସମେତ ସଂଳାପ ଲେଖକ ସୁଧାକର ପଟ୍ଟନାୟକ ଏବଂ ନବରଙ୍ଗପୁର ମାଟିର ଗର୍ବ ତଥା ଓଲିଉଡ କଳାକାର ଜୟନ୍ତ ସନ୍ତାରା ଏବଂ ପ୍ରତିଷ୍ଟିତ କଳାକାର ଚନ୍ଦନ ସାହୁ ପ୍ରମୁଖ ନିଜ ଫିଲ୍ମର ପ୍ରଚାର ଓ ପ୍ରସାର ପାଇଁ ନବରଙ୍ଗପୁର ଜିଲ୍ଲାର ପ୍ରତିଷ୍ଟିତ ଟେଲିଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ଏବଂ ନାଟ୍ୟ ନିର୍ଦ୍ଦେଶକ ଦେବଦାସ ମହାଙ୍କୁଡ଼ ଙ୍କୁ ଭେଟ ହୋଇଥିଲେ। ଏହି ଅବସରରେ ସନ୍ଧ୍ୟାରେ ଟେଲିଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଇ ସଭାରେ ନାଟ୍ୟ ନିର୍ଦ୍ଦେଶକ ତଥା କଳାକାର ଦେବଦାସ ମହାଙ୍କୁଡ ସମେତ ଜିଲ୍ଲାର ପ୍ରତିଷ୍ଟିତ କଳାକାର ମାନେ ଯୋଗ ଦେଇଥିଲେ। ନିର୍ଦ୍ଦେଶକ ବିଶାଲ ପଟ୍ଟନାୟକ, ଫିଲ୍ମ ରେ ଥିବା କାହାଣୀ ରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସାହିତ୍ୟ, ସଂସ୍କୃତି ଓ ପରମ୍ପରା ର ବାସନା କୁ କିପରି ଭାବରେ ଉପସ୍ଥାପନ କରାଯାଇଛି, ତାହା ବର୍ଣ୍ଣନା କରିଥିଲେ। ଏହି ଫିଲ୍ମ ରେ ନବରଙ୍ଗପୁର ରେ ଜନ୍ମିତ ଓଲିଉଡ ର ବରିଷ୍ଟ କଳାକାର ଜୟନ୍ତ ସାନ୍ତରା , ଉକ୍ତ ଫିଲ୍ମଟି କିପରି ଭାବରେ ସମସ୍ତ ବର୍ଗର ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ ନେଇ ଆଲୋଚନା କରିଥିଲେ। ନବରଙ୍ଗପୁର ଜିଲ୍ଲାର ସମସ୍ତ କଳାକାର ସମେତ ଜିଲ୍ଲାର ନାମୀ ଦାମୀ କଣ୍ଟେଣ୍ଟ କ୍ରିଏଟର ମାନେ ଏଥିରେ ସହଯୋଗ କରିବେ ବୋଲି ସଭାରେ ଉପସ୍ଥିତ ସମସ୍ତ କଳାକାର ପ୍ରତିଶ୍ରୁତି ଦେଇଥିଲେ। ସଭାରେ ଅନ୍ୟ କଳାକାର ମାନଙ୍କ ମଧ୍ୟରେ ସଙ୍ଗୀତ ନିର୍ଦ୍ଦେଶକ ଟିକି ସୁନା, ଗାୟକ ସୀମା ପାଣିଗ୍ରାହୀ, କୁମାର ସମର, ଶିବ ପ୍ରସାଦ ମହାପାତ୍ର, ଅଶୋକ କୁମାର ଦୀପ, ଅଭିନେତା ନିର୍ମଳ ସାହୁ, ତୁଷାର କାନ୍ତି ଖୋସଲା, ବଂଶୀ ବାଦକ ଏ. ସନ୍ତୋଷ, ନୃତ୍ୟ ନିର୍ଦ୍ଦେଶକ ସୁଜନ ସୁନା ପ୍ରମୁଖ ଯୋଗ ଦେଇଥିଲେ। ସୂଚନା ଯୋଗ୍ୟ ଯେ ମାଳିପୁଟ ମେଲୋଡିସ୍ ଫିଲ୍ମରେ ବରିଷ୍ଟ କଳାକାର ଜୟନ୍ତ ସାନ୍ତରା, ଶିଶିର ଦାସ, ସୁଷମା ମିଶ୍ର, ମହମ୍ମଦ ସରିଫ, ବୁଲୁ ଷଡ଼ଙ୍ଗୀ, ନରେନ୍ଦ୍ର ପଟ୍ଟନାୟକ, ଚନ୍ଦନ ସାହୁ ଦିବ୍ୟ ବେହେରା, ଆଶୁତୋଷ ପାଳ ପ୍ରମୁଖ ଅଭିନୟ କରିଥିବା ବେଳେ ଫିଲ୍ମ ଟିକୁ ପ୍ରଯୋଜନା କରିଛନ୍ତି କୌଶିକ ଦାସ, ସହ ପ୍ରଯୋଜନା ରାମପ୍ରଭା ପଟ୍ଟନାୟକ ଏବଂ କୌସ୍ତବ ଦାସ, ଏଥିରେ ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ତସ ନନ୍ଦ ଦେଇଥିବା ବେଳେ ବିଶାଲ ପଟ୍ଟନାୟକ ନିର୍ଦ୍ଦେଶନା ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଦିଲ୍ଲୀ ସ୍ଥିତ ଆଇ ଆଇ ଏମ ସି ବ୍ୟାଖ୍ୟାନମାଲାରେ ଡ଼. ଭବାନୀ ଶଙ୍କର ନିଆଲଙ୍କର ଉଦବୋଧନ

masiha

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାରେ ରାଜ୍ୟ ଜାତୀୟ ସେବା ଯୋଜନା ଅନ୍ତର୍ଗତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ 

masiha

ନର୍ଲା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟ୍ସ ପ୍ରତିଯୋଗିତା ଅନୁଷ୍ଠିତ

masiha

Leave a Comment

error: Content is protected !!