କଲ୍ୟାଣୀ ରାୟ ମହାବିଦ୍ୟାଳୟ ଛାତ୍ରୀଙ୍କ ଥାନା ପରିଦର୍ଶନ
ରାଉରକେଲା: ହମିରପୁର ସ୍ଥିତ କଲ୍ୟାଣୀ ରାୟ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀ ମାନେ ସେକ୍ଟର ୧୯ ଥାନା ପରିଦର୍ଶନରେ ଆସି ଥାନାର କାର୍ଯ୍ୟକଳାପ, ଆଇନ କାନୁନ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିଥିଲେ। ମହାବିଦ୍ୟାଳୟର ଶକ୍ତିଶ୍ରୀ ଏନପାୱରମେଣ୍ଟ ସେଲ ଅନ୍ତର୍ଗତ ପୋଷ ଓ ପୋସ୍କୋ ଆଇନ ସମ୍ପର୍କୀତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପିକା ସୁଜାତା ପାଢ଼ୀ, ଅଧ୍ୟାପିକା ଭାଗ୍ୟଶ୍ରୀ ବାରିକ, ଅଧ୍ୟାପିକା ମୀନତି ଦୀପ ଓ ଅଧ୍ୟାପକ ଅଭିରାମ ସରଘରିଆ ପ୍ରମୁଖଙ୍କ ନେତୃତ୍ୱରେ ଛାତ୍ରୀ ମାନେ ଥାନାରେ ପହଞ୍ଚିବା ପରେ ଥାନା ପକ୍ଷରୁ ଥାନା ପ୍ରଭାରୀ ବୈଦ୍ୟନାଥ ସାହୁ ସମସ୍ତଙ୍କୁ ସ୍ବାଗତ କରିଥିଲେ। ଛାତ୍ରୀମାନେ ଥାନା ମଧ୍ୟରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ, ମାଲଖାନା, କମ୍ପ୍ୟୁଟର ବିଭାଗ ବୁଲିବା ସହ ଥାନାରେ ଟଙ୍ଗା ହୋଇଥିବା ବିଭିନ୍ନ ଚାର୍ଟ ସମ୍ପର୍କରେ ପଚାରି ବୁଝିଥିଲେ। ପରେ ଥାନା ପରିସରରେ ଏକ ସଚେତନତା ସଭା କରାଯାଇ ନିଶାମୁକ୍ତ ଆଇନ,ସାଇବର ଠକେଇ ରୁ କିପରି ବଞ୍ଚିବା,ଯୈ।ନ ନିର୍ଯାତନା ରକ୍ଷା ପାଇବା ପାଇଁ ପୋକ୍ସୋ ଆଇନ, ସମ୍ବିଧାନ, କର୍ତ୍ତବ୍ୟ,୬ ପ୍ରକାର ମୈ।ଳିକ ଅଧିକାର ତଥା ସମାଜ କିପରି ପୁରୁଷ କୈନ୍ଦ୍ରିକ ଓ ଆଇନ କିପରି ନାରୀ କୈନ୍ଦ୍ରିକ ସର୍ବୋପରି ସରକାରୀ ନିୟମ ପାଳନ ସମ୍ପର୍କରେ ଅବଗତ ହୋଇଥିଲେ। ସେହିପରି ଛାତ୍ରୀ ମାନଙ୍କ ତରଫରୁ ପଚରାଯାଇଥିବା ବିଭିନ୍ନ ପ୍ରଶ୍ନ ର ଉତ୍ତର ରଖି ଥାନା ପ୍ରଭାରୀ ଶ୍ରୀ ସାହୁ ପୁଲିସ କିପରି ଜନସାଧାରଣଙ୍କ ବନ୍ଧୁ, ତଥା ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରାରମ୍ଭରେ ସବଇନ୍ସପେକ୍ଟର ଦୁର୍ଯୋଧନ ପ୍ରଧାନ ସ୍ବାଗତ ଭାଷଣ ସହ ଆଇନ୍ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନ୍ୟତମ ସବଇନ୍ସପେକ୍ଟର ରାଜେଶ ବେହେରା,ଏଏସଆଇ ମନୋରଞ୍ଜନ ପରିଡା, ଏଏସଆଇ ସୁରେଶ ଦାସ, ଏଏସଆଇ ବାସନ୍ତୀ ପ୍ରଧାନ, ନିଖିଲ ଡୁଙ୍ଗୁରି, ବନମାଳୀ ସାହୁ,ଆଇ ବି ସୋରେନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏଭଳି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରୀମାନେ ଉପକୃତ ହୋଇଥିବାରୁ ମହାବିଦ୍ୟାଳୟ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

