ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁଦାନ ନେତା ଲକ୍ଷ୍ମଣ ପାତ୍ରଙ୍କ ୩୭ତମ ଶ୍ରାଦ୍ଧବାର୍ଷିକୀ ପାଳିତ ଏବେବି ଭୂଦାନ ବିଚାରର ଆବଶ୍ଯକତା ରହିଛି : କ୍ରିଷ୍ଣା ମାହାନ୍ତି

ଭୁଦାନ ନେତା ଲକ୍ଷ୍ମଣ ପାତ୍ରଙ୍କ ୩୭ତମ ଶ୍ରାଦ୍ଧବାର୍ଷିକୀ ପାଳିତ

ଏବେବି ଭୂଦାନ ବିଚାରର ଆବଶ୍ଯକତା ରହିଛି : କ୍ରିଷ୍ଣା ମାହାନ୍ତି

ବ୍ରହ୍ମପୁର, ୧୧†୯ : ଆଜି ମଧ୍ୟ ଦେଶରେ ବିନୋବା ଭାବେଙ୍କ ଭୂଦାନ ବିଚାରର ଆବଶ୍ଯକତା ରହିଛି| ଭୁଦାନ ମାଧ୍ୟମରେ ସାମାଜିକ ନ୍ଯାୟ ପ୍ରଦାନ ପାଇଁ ଅତୀତରେ ଯେଉଁ ପ୍ରୟାସ ହୋଇଥିଲା, ତାହାର ପ୍ରାସଙ୍ଗିକତା ଏବେ ମଧ୍ୟ ରହିଛି ବୋଲି ବକ୍ତାମାନେ ମତବ୍ଯକ୍ତ କରିଛନ୍ତି|

ବ୍ରହ୍ମପୁରସ୍ଥିତ ରାଜସ୍ବ ବିଭାଗର ସମ୍ମିଳନୀ କକ୍ଷରେ ଭୁଦାନ ନେତା ଲକ୍ଷ୍ମଣ ପାତ୍ରଙ୍କ ୩୭ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଲକ୍ଷ୍ମଣ ପାତ୍ର ସ୍ମୃତି ପରିଷଦ ପକ୍ଷରୁ ଏହି କାର୍ଯ୍ଯକ୍ରମ ଆୟୋଜିତ ହୋଇଥିଲା| କାର୍ଯ୍ଯକ୍ରମରେ ଲକ୍ଷ୍ମଣ ପାତ୍ରଙ୍କ ପୁତ୍ର କିଶୋର ପାତ୍ର ସମସ୍ତ ଅତିଥି ଓ ଉପସ୍ଥିତ ବ୍ଯକ୍ତିବିଶେଷଙ୍କୁ ସ୍ବାଗତ କରିଥିଲେ| ଉତ୍କଳ ଗାନ୍ଧୀ ସ୍ମାରକୀ ନିଧିର ସଭାପତି କ୍ରିଷ୍ଣା ମାହାନ୍ତି ଓଡ଼ିଶାରେ ଭୁଦାନ ଅଭିଯାନ ଏବଂ ଏଥିରେ ଲକ୍ଷ୍ମଣ ପାତ୍ରଙ୍କ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ| ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ମନମଥ ପାଢ଼ୀ ସ୍ବାଧୀନତା ସଂଗ୍ରାମ କାଳୀନ କାର୍ଯ୍ଯ ପରେ ଦେଶ ଗଠନରେ ଭୁଦାନ ଆନ୍ଦୋଳନର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ| ଗାନ୍ଧୀ ସମାଜ ଶାନ୍ତି ପ୍ରତିଷ୍ଠାନର ବିଶ୍ୱଜିତ ରାୟ ଗାନ୍ଧୀଜୀ ଓ ବିନୋବା ଭାବେଙ୍କ ଆଦର୍ଶର ବ୍ଯାପକ ପ୍ରଚାରପ୍ରସାରର ଆବଶ୍ଯକତା ଉପରେ ମତ ରଖିଥିଲେ|

‘ନବୀନ’ର ସମ୍ପାଦକ ରବି ରଥ ସ୍ମୃତିଚାରଣ କରି ନିଜ ଛାତ୍ରଜୀବନରେ ଲକ୍ଷ୍ମଣ ପାତ୍ରଙ୍କ ଦ୍ୱାରା କିପରି ପ୍ରଭାବିତ ହୋଇଥିଲେ, ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ| କଳିଙ୍ଗ ଟିଭିର ଦକ୍ଷିଣ ଓଡ଼ିଶା ମୁଖ୍ଯ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଏବଂ ସ୍ତମ୍ଭକାର ସୌମେନ୍ଦ୍ର ଜେନା ଓଡ଼ିଶାରେ ଭୁଦାନ କାର୍ଯ୍ଯ ଓ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା କରି ନୂତନ ପିଢ଼ିକୁ ଏହି ବିଚାରଧାରା ଦ୍ୱାରା ପ୍ରଭାବିତ କରିବାକୁ ପରାମର୍ଶ ଦେଇଥିଲେ| ମୁଖ୍ଯ ବକ୍ତା ଭାବେ ଯୋଗଦେଇ ମଧୁସୂଦନ ବିଚାର ମଞ୍ଚର ରାଜ୍ଯ ସଭାପତି ଡକ୍ଟର ବାୟମନୁ ଜର୍ଚ୍ଚି ଲକ୍ଷ୍ମଣ ପାତ୍ରଙ୍କ ଜୀବନ, କାର୍ଯ୍ଯ ଓ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେଛ ଆଗାମୀ ଦିନରେ ଲକ୍ଷ୍ମଣ ପାତ୍ରଙ୍କ ସ୍ମୃତିଚାରଣକୁ ରାଜ୍ଯବ୍ଯାପୀ କରିବା ପାଇଁ ପୁସ୍ତକ ପ୍ରକାଶନ ସହ ବିଭିନ୍ନ କାର୍ଯ୍ଯକ୍ରମ ଆୟୋଜନ ଉପରେ ସେ ଜୋର ଦେଇଥିଲେ|

ଅନ୍ଯମାନଙ୍କ ମଧ୍ୟରେ ବିଗ୍ନେଶ୍ୱର ସାହୁ, ଶ୍ଯାମସୁନ୍ଦର ଖାଡ଼ଙ୍ଗା, ବଂଶୀଧର ନାୟକ, ବୃନ୍ଦାବନ ଖଟେଇ ପ୍ରମୁଖ ନିଜ ନିଜ ବକ୍ତବ୍ଯ ରଖିଥିଲେ| ସାମାଜିକ କାର୍ଯ୍ଯ ପାଇଁ ଉତ୍କଳ ଗାନ୍ଧୀ ସ୍ମାରକୀ ନିଧିର ସଭାପତି କୃଷ୍ଣ ମାହାନ୍ତି, ପ୍ରାକ୍ତନ ଇତିହାସ ଅଧ୍ୟାପକ ପ୍ରଫେସର କୃଷ୍ଣଚନ୍ଦ୍ର ଜେନା, ଲୋକଶକ୍ତି ଅଭିଯାନର ପ୍ରଫୁଲ ସାମନ୍ତରା, ସେବା ସମାଜ ଗଣପୁରର ରାଜେଶ୍ୱରୀ ଦଳାଇ ଏବଂ ଡକ୍ଟର ବିଜୟ କୁମାର ରଥଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧିତ କରାଯାଇଥିଲା| ଏହି କାର୍ଯ୍ଯକ୍ରମରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ସଞ୍ଜୟ କୁମାର ରାଉତ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଅନୁଷ୍ଠାନର ସଭାପତି ପ୍ରଫେସର ବାମଦେବ ମାଝୀ ଏବଂ ଶେଷରେ ଅବନୀ ଗୟା ଧନ୍ଯବାଦ ଅର୍ପଣ କରିଥିଲେ|।

Related posts

ଦେଓବନ୍ଦ ଜଙ୍ଗଲ ପରିବେଶ ଯତ୍ନ ଓ ସୁରକ୍ଷାରେ ବେଲଝରି ଗ୍ରାମବାସୀ

masiha

ତାଳଚେର ଠାରେ ରାଜ୍ୟବ୍ୟାପି ପରିବେଶ ଓ ଜଳ ସୁରକ୍ଷା ମଞ୍ଚ ର ସଚେତନତା ଅଭିଯାନ 

Sunil Chandra Nayak

ସଚେତନତା ଲୋକ ନାଟକ ରେ କଳାକାରଙ୍କ କମାଲ

Sunil Chandra Nayak

Leave a Comment

error: Content is protected !!