ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେଶରେ ପ୍ରଥମ ଥର ୫ଜି କଲ୍, ଆତ୍ମନିର୍ଭର ଦିଗରେ ଆଉ ଏକ ଯୁଗାନ୍ତକାରୀ ଉପଲବ୍ଧି

ଦେଶରେ ସଫଳ ହୋଇଛି ୫ଜି କଲ୍ । ଆଇଆଇଟି ମାଡ୍ରାସାରେ ୫ଜି କଲ୍ ର ସଫଳ ପରୀକ୍ଷଣ କରାଯାଇଛି। କେନ୍ଦ୍ରୀୟ ସୂଚନା ପ୍ରାଧୀକରଣ ଏବଂ ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନେଟୱାର୍କର ସମସ୍ତ ଡିଜାଇନ୍ ଭାରତରେ ପ୍ରସ୍ତୁତ କରାଯାଇଛି । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ୫ଜି ନେଟୱାର୍କରେ ଭିଡିଓ କଲ କରିଥିଲେ । ସୂଚନାଯୋଗ୍ୟ ୫ଜି ଟେଷ୍ଟ ବେଡକୁ ମୋଟ ୮ ଇନଷ୍ଟିଚ୍ୟୁଟ୍ ମିଶି ପ୍ରସ୍ତୁତ କରିଛନ୍ତି । ଯାହାକୁ ଆଇଆଇଟି ମାଡ୍ରାସ୍ ନେତୃତ୍ୱରେ ବିକଶିତ କରାଯାଇଛି ।ଏହି ପ୍ରୋଜେକ୍ଟରେ ଆଇଆଇଟି ଦିଲ୍ଲୀ, ଆଇଆଇଟି ମାଡ୍ରାସ, ଆଇଆଇଟି ହାଇଦ୍ରାବାଦ୍, ଆଇଆଇଟି ବମ୍ବେ, ଆଇଆଇଟି କାନପୁର, ଆଆଇଏସସି ବାଙ୍ଗଲୋର ଆଦିର ମିଳିତ ପ୍ରୟାସରେ ଏହି ସଫଳତା ମିଳିଛି । ନିକଟରେ ସରକାର ସୂଚନା ଦେଇଥିଲେ ଯେ, ଏହି ପ୍ରୋଜେକ୍ଟକୁ ବିକଶିତ କରିବାକୁ ୨୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ଟେଷ୍ଟବେଡ ଭାରତୀୟ କମ୍ପାନୀ ଏବଂ ଷ୍ଟାର୍ଟଅପ ମାନଙ୍କ ପାଇଁ ଇକୋ ସିଷ୍ଟମ୍ ପ୍ରସ୍ତୁତ କରିବ । ସେପଟେ ଟେଲିକମ୍ ମନ୍ତ୍ରଳାୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଚଳିତ ବର୍ଷ ଶେଷ ବେଳକୁ ୫ଜି ଟେକ୍ନୋଲୋଜି ପ୍ରସ୍ତୁତି ଶେଷ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ମେ ରେ ୫ଜି ଟେଷ୍ଟବେଡର ଲଞ୍ଚ କରିଥିଲେ । ୫ଜି ଟେଷ୍ଟବେଡ ଦେଶର ଟେଲିକମ ଇଣ୍ଡଷ୍ଟ୍ରୀ ଏବଂ ଷ୍ଟାର୍ଟଅପ ମାନଙ୍କୁ ସପୋର୍ଟ କରିବ । ଏହା ସହ ସେମାନଙ୍କର ପ୍ରଡକ୍ଟସ୍, ପ୍ରୋଟୋଟାଇପ ଏବଂ ସଲ୍ୟୁସନ ପ୍ରଦାନ କରିବ । ଏହାକୁ ଲଞ୍ଚ କରି ଭାରତ ଆତ୍ମନିର୍ଭର ଦିଗରେ ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୫ଜି ଟେକ୍ନୋଲୋଜି ଦେଶର ଅର୍ଥବ୍ୟବସ୍ଥାକୁ ଆଗାମୀ ୧୫ ବର୍ଷରେ ୪୫୦ ବିଲିୟନ ଡଲାର କୋଟି ପର୍ଯ୍ୟନ୍ତ ବୃଦ୍ଧି ମିଳିବ । ଏହା ସହ ଆମ ସରକାର ଦେଶର ସମସ୍ତ ନାଗରିକଙ୍କ ହାତରେ ମୋବାଇଲ ପହଞ୍ଚିବା ଦିଗରେ କାର୍ଯ୍ୟ କରିଥିଲୁ । ଏଥି ପାଇଁ ଦେଶରେ ମୋବାଇଲ ଫୋନ ଉତ୍ପାଦନ ଦିଗରେ କାର୍ଯ୍ୟ କରାଯାଇଥିଲା । ଫଳ ସ୍ୱରୁପ ଆଜି ଭାରତରେ ୨୦୦ ମୋବାଇଲ ମାନୁଫାକଚରିଙ୍ଗ କେନ୍ଦ୍ର ଅଛି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନବରଙ୍ଗପୁର ଜିଲ୍ଲାରେ ଯୁକ୍ତ ୨କଳା ପରୀକ୍ଷାରେ ଦୀପଶିଖା ସାହୁ ଟପ୍ପର

Sunil Chandra Nayak

ଟ୍ରାନ୍ସଫର୍ମର ଅଚଳ କାରଣରୁ ୨୭ ଦିନ ହେବ ଅନ୍ଧାର ରେ ସାନ ପୋଡ଼ାଗୁଡା ଗ୍ରାମବାସୀ

Sunil Chandra Nayak

ରୁପ୍ରା ରୋଡ ରେ ଅଗ୍ରେସନ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!