ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମବାୟ ନିର୍ବାଚନ କଲମପୁର ରେ ସରଗରମ

କଲମପୁର (ମସିହା ) ସେବା ସମବାୟ ସମିତି ପରିଚାଳନ ପରିଷଦ ପାଇଁ କଳାହାଣ୍ଡି ଜିଲ୍ଲା କଲମପୁର ଅଞ୍ଚଳରେ ଚୂଡାନ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସରଗରମ ଜାରିରହିଛି। ଏହି ସମବାୟ ସଂସ୍ଥା ଗୋଡିକୁ ଦଖଲ ପାଇଁ ବିଭିନ୍ନ ଦଳ ବିଭିନ୍ନ ପ୍ରକାର ଅଙ୍କ କଷି ଚାଲିଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ , ଅଧ୍ୟକ୍ଷା, ସାମ୍ବାଦିକ ଓ ବିଧାୟକ ପ୍ରତିନିଧି ଭଳି ବ୍ୟକ୍ତି ବିଶେଷ ମାନେ ଏହି ନିର୍ବାଚନ ମଇଦାନକୁ ଓହ୍ଲାଇ ଆସିଛନ୍ତି । ଫଳରେ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ସ୍ଥାନୀୟ ଅଞ୍ଚଳର ବିଜେଡି , ବିଜେପି ଓ କଂଗ୍ରେସ ର କିଛି ସ୍ଥାନୀୟ ନେତୃବୃନ୍ଦ ଗତ ନିର୍ବାଚନରେ ବ୍ଲକ ଅଧ୍ୟକ୍ଷା ପଦ ଦଖଲ କରି ଉଦାହରଣ ସୃଷ୍ଟି କରିଥିବା ବେଳେ ଏହି ବ୍ୟକ୍ତ ବିଶେଷ ଏବେ ବି ସମବାୟ ନିର୍ବାଚନରେ ମଧ୍ୟ ଅନୁରୂପ ଭାବେ ପ୍ରବେଶ କରି ସମବାୟ ସମିତି ପରିଷଦ ଦଖଲ କରିବା ଯୋଜନା ଜାରି ରଖିଛନ୍ତି । କଲମପୁର ଅଞ୍ଚଳରେ କଲମପୁର, ମଣ୍ଡଳ ଓ ବଡ଼କୁଟୃ ତିନିଗୋଟି କୃଷି ସମବାୟ ସମିତି ଲିଃ ରହିଥିବା ବେଳେ ନିର୍ବାଚନରେ ଚୂଡାନ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୧୯ ତାରିଖରେ ନିର୍ବାଚନ ହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କଲମପୁର ସେବା ସମବାୟଲିଃ ରେ ଶଙ୍କର୍ଷଣ ବେହେରା , ଦୀପକ କୁମାର ସାହୁ , ପ୍ରଭାଷ ବାଗ , ପୁଷ୍ପଳତା କରୁଆଁ , ମଞ୍ଜୁକ୍ତା ସାହୁ ଏହି ପାଞ୍ଚ ଜଣ ଡାଇରେକ୍ଟର ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଅବଶିଷ୍ଟ ୧୦ ନିର୍ବାଚନ ମଣ୍ଡଳୀ ରେ ୧୯ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ । ସେହିଭଳି ବଡ଼କୁଟୃ ସେବା ସମବାୟ ସମିତିଲିଃ ରେ ସୁମୁଦିନି ପୁଝାରୀ , ପୀତବାସ ଶବର , ରାମନାଥ ଶବର , ଜୟନ୍ତ କୁମାର ନାଏକ , ସବିତା ନାଏକ , ମଞ୍ଜୁଳା ସାହୁ , ସୋମନାଥ ରାଉତ ଏହି ସାତ ଜଣ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଆଠଟି ନିର୍ବାଚନ ମଣ୍ଡଳୀରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ । ସେହି ଭଳି ମଣ୍ଡଳ ସେବା ସମବାୟ ସମିତିଲିଃ ରେ ରଘୁନାଥ ମାଝୀ , ମିନିକେତନ ଜାଲ , ବଦ୍ରୀ ରଣା , ଚକ୍ରଧର ନାଏକ , ଲୋଚନ ନାଗ, ସୁମେଶ୍ୱର ସାହୁ , ଏନ ସୁନିତା , ବୈଦେହି ସାହୁ , ମାର୍କଣ୍ଡ ପୁଝାରି , ମମତା ପଣ୍ଡା , ମାଙ୍ଗେଲାଲ ବାଗ ଏଗାର ଜଣ ଡାଇରେକ୍ଟର ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଚାରିଟି ନିର୍ବାଚନ ମଣ୍ଡଳୀ ରେ ୧୯ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏହିକିଯେ କୃଷିସେବା ସମବାୟ ସମିତିଲିଃ ପରିଚାଳନା ପରିଷଦ ନିର୍ବାଚନ ବିଗତ ଦିନର ନିର୍ବାଚନ ମାନଙ୍କ ଠାରୁ ଚଳିତ ନିର୍ବାଚନ ବେଶ ରୋଚକ ମୋଡ଼ ନେଇ ଥିବାରୁ କୃଷକ ମହଲରେ ଏହାର ଅସଲ ରହସ୍ୟ ବୁଝାପଡି ନାହିଁ । ଶାସକ ବିଜେଡି ଦଳର ଆଭିମୁଖ୍ୟ ସ୍ପଷ୍ଟ ହୋଇ ନଥିବା ବେଳେ ଏଠାରେ ଦ୍ୱିଫାଲ ଲକ୍ଷଣ ଜଳ ଜଳ ଭାବେ ବାରି ହୋଇପଡୁଛି ।ମସିହା ର ଅନୁମାନ ଯଦି ସତ ହୁଏ ତେବେ ଜିଲ୍ଲା ସମବାୟ ସଭାପତି ଅନ୍ୟ କାହା ହାତକୁ ଚାଲିଯିବା ସମ୍ଭାବନା କୁ ଏଡାଇ ଦିଆ ଯାଇ ନପାରେ ।

କଲମପୁର ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ

Related posts

ଆମ୍ ଆଦମୀ ପାର୍ଟି ବେରୋଜଗାର ଯୁବକ ଯୁବତୀ ଙ୍କୁ ଭତ୍ତା ର ସୁନେଲୀ ସପ୍ନ ଦେଖାଇଲା ?

Sunil Chandra Nayak

ଅବକାରୀ ବିଭାଗର ଚଢ଼ାଉ ,ବିପୁଳ ପରିମାଣ ର ଦେଶୀ ମଦ ଜବତ ସହ ଦୁଇ ଗିରଫ

Sunil Chandra Nayak

କବିତା – ସ୍ଵତନ୍ତ୍ର ମୋ ଉତ୍କଳ ଭୁମି

Sunil Chandra Nayak

Leave a Comment

error: Content is protected !!