ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ସରସ୍ବତୀ ଶିଶୁ ମନ୍ଦିରର ବିଦ୍ବତ୍‌ ପରିଷଦ ଗଠିତ

ରାଇରଙ୍ଗପୁର ସରସ୍ବତୀ ଶିଶୁ ମନ୍ଦିରର ବିଦ୍ବତ୍‌ ପରିଷଦ ଗଠିତ

ରାଇରଙ୍ଗପୁର: ପବିତ୍ର ଗଣେଶ ଚତୁର୍ଥୀ ବାସରରେ ରାଇରଙ୍ଗପୁର ସରସ୍ବତୀ ଶିଶୁ ମନ୍ଦିରର ବିଦ୍ବତ୍‌ ପରିଷଦ ଗଠନ ପାଇଁ ଏକ ବୈଠକ ମୟୂରଭଞ୍ଜ ଜିଲ୍ଲା ବିଦ୍ବତ୍‌ ପରିଷଦ ସଭାପତି ଲଳିତ ମହାନ୍ତଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଯାଇଛି। ରାଇରଙ୍ଗପୁର ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ କେଦାର ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସଭାପତି ଭାବେ ଶିକ୍ଷାବିତ୍‌ ହରିଶ୍ଚନ୍ଦ୍ର ହୋତା, ସମ୍ପାଦକ ଭାବେ ବସନ୍ତ କୁମାର ଦଳେଇ ସଦସ୍ୟ ଭାବେ ଧୀରେନ୍ଦ୍ର ମହାନ୍ତ, ଗୁରୁଜୀ ତପସ୍ବୀ କୁମାର ବାରିକ, କ୍ରୀଡାବିତ୍‌ ଦୁର୍ଗାଚରଣ ମହାନ୍ତ ଓ ସଦସ୍ୟା ଭାବେ ସବିତା ପ୍ରଜାପତି ଏବଂ ରୁକ୍ମଣୀ ମୁର୍ମୁଙ୍କୁ ଚୟନ କରାଯାଇଥିଲା। ନବଗଠିତ ବିଦ୍ବତ୍ ପରିଷଦ କର୍ମକର୍ତ୍ତା ଓ ସଦସ୍ୟ, ସଦସ୍ୟାମାନଙ୍କୁ ପ୍ରଧାନଗୁରୁଜୀ ଶ୍ରୀବାରିକ୍‌ ସ୍ବାଗତ ଜଣାଇଥିବା ବେଳେ ଜିଲ୍ଲା ସଭାପତି ଶ୍ରୀମହାନ୍ତ ବିଦ୍ବତ ପରିଷଦର କାର୍ଯ୍ୟଧାରା ସମ୍ପର୍କରେ ବିଶଦଭାବରେ ଆଲୋକପାତ କରିଥିଲେ।ଶେଷରେ ସଦସ୍ୟ ଗୁରୁଜୀ ତପସ୍ବୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଜଙ୍ଗଲ ନିଆଁ ନିୟନ୍ତ୍ରଣ ଓ ପ୍ରତିକାର କୁ ନେଇ ଜନସଚେତନତା

masiha

ନୂଆଁଖାଇ ଭେଟଘାଟ୍ ପାଇଁ ପ୍ରସ୍ତୁତି ବୈଠକ 

masiha

ଅବକ୍ଷୟମୁଖୀ ଇନ୍ଦ୍ରାବତୀ ହାତୀ ବ୍ୟାରେଜ, ହ୍ରାସ ପାଉଛି ଜଳ ଧାରଣ କ୍ଷମତା

Leave a Comment

error: Content is protected !!