ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଡାବୁଗାଁ ରେଞ୍ଜ ମୈଦଲପୁର ସେକ୍ସନର ବନପାଳ ବିପିନକୁମାର ହରିଜନଙ୍କୁ ନିଲମ୍ବନ , ୨- ସାପ କାମୁଡା ରେ ମହିଳା ମୃତ 

ଡାବୁଗାଁ ରେଞ୍ଜ ମୈଦଲପୁର ସେକ୍ସନର ବନପାଳ ବିପିନକୁମାର ହରିଜନଙ୍କୁ ନିଲମ୍ବନ 

ନବରଙ୍ଗପୁର :(୧୯|୯)(ରବି ନାରାୟଣ ମହାନ୍ତି)ରାସ୍ତା ପ୍ରଶସ୍ତୀକରଣ ନାଁରେ ନୀଳଗିରି ଗଛ କାଟିବା ଘଟଣାରେ ଫରେଷ୍ଟରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ । ଝରିଗାଁ ରେଞ୍ଜ ମୋହରା ସେକ୍ସନର ତତ୍କାଳୀନ ବନପାଳ ତଥା ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡାବୁଗାଁ ରେଞ୍ଜ ମୈଦଲପୁର ସେକ୍ସନର ବନପାଳ ବିପିନକୁମାର ହରିଜନଙ୍କୁ ନିଲମ୍ବନ କରିଛନ୍ତି ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଉଦୟନ ସୁବୁଦ୍ଧି । ଅଭିଯୋଗର ତଦନ୍ତ ପରେ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଦେଓବନ୍ଧରୁ ଜାମାପଦର ରାସ୍ତା ପାର୍ଶ୍ୱରେ ଥିବା ୨୦ଟି ନୀଳଗିରି ଗଛ ବିନା ଅନୁମତିରେ କାଟିବା ଏବଂ ଏହାକୁ ବେପାରୀଙ୍କୁ ଦେବା ନେଇ ଫରେଷ୍ଟରଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ତଦନ୍ତ ପରେ ତାଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଥିଲା । ଉତ୍ତର ସନ୍ତୋଷଜନକ ନ ହେବାରୁ ଶେଷରେ ତାଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବନ ପରେ ତାଙ୍କୁ ଡିଏଫଓ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଥିବା ବେଳେ ବିନା ଅନୁମତିରେ ଜିଲ୍ଲା ସଦର ମହକୁମା ଛାଡ଼ି ନ ପାରିବାକୁ ନିର୍ଦ୍ଦେଶ ରହିଛି ।

ସାପ କାମୁଡା ରେ ମହିଳା ମୃତ 

ନବରଙ୍ଗପୁର ;(୧୯|୯)(ରବି ନାରାୟଣ ମହାନ୍ତି)-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପାତ୍ର ସାହିରେ ସାପ କାମୁଡା ରେ ମହିଳା ମୃତ ଘଟିଛି. ମୃତ ମହିଳା ଜଣକ ଏ. ମାଳତୀ ରାଓ ବୋଲି ଜଣାପଡିଛି lସୂଚନା ଅନୁଯାଇ ପାପଡାହାଣ୍ଡି ଗ୍ରାମର ଏ. ମାଳତୀ ରାଓ ଶୁକ୍ରବାର ଦିନ ରାତ୍ରିଶୋଇପଡିବା ସମୟରେ ଏକ ବିଷାକ୍ତ ସାପ ତାଙ୍କ ଗୋଡ଼ ରେ କାମୁଡି ଦେଇଥିଲା l ଘରେ ସେ ଜଣେ ରହିଥିବା ଯୋଗୁଁ ଆଖପାଖ ପଡୋଶୀ କୁ ଜଣେଇବା ପରେ ପଡୋଶୀ ଏକ ଅଟୋ ଯୋଗେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥକେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ l ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଯୋଗୁଁ ଡାକ୍ତର ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ l ନବରଙ୍ଗପୁର ଜିଲ୍ଲା ମେଡିକାଲରେ ଡାକ୍ତର ଏ. ମାଳତୀ ରାଓଙ୍କୁ ମୃତ ଘୋଷଣା କରିଥିଲେ lଏନେଇ ମାଳତୀଙ୍କ ଭଣଜା ଏନ. ଜନାର୍ଦନ ରାଓ ପାପଡାହାଣ୍ଡି ଥାନାରେ ଲିଖିତ ରିପୋର୍ଟ ଦାୟର କରିଥିଲେ l ଲିଖିତ ଅଭିଯୋଗ ଅନୁଯାଇ ପାପଡାହାଣ୍ଡି ଥାନା ଯୁଡ଼ିକେଶ ନ ୦୮/୨୬ ରେ ରୁଜୁ କରି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କୁଳିଦା ପଞ୍ଚାୟତରେ ଇଡ଼କୋର ଜମି ଅଧିଗ୍ରହଣ ଜନଶୁଣାଣି ଶିବିରକୁ ପଞ୍ଚାୟତବାସୀଙ୍କ ତୀବ୍ର ବିରୋଧ

masiha

କଳାହାଣ୍ଡି ବଂଜାରା ନାରୀ ସେବା ସଙ୍ଘ ସମାରୋହ

Sunil Chandra Nayak

ଅଦିନିଆ ବର୍ଷା ଯୋଗୁଁ ମୁଗ ଚାଷୀ କ୍ଷତିଗ୍ରସ୍ତ

masiha

Leave a Comment

error: Content is protected !!