ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀ ତଥା ବରିଷ୍ଠ ଅର୍ଥ ଅଧିକାରୀ ପ୍ରଭାତ କୁମାର ରଥଙ୍କ ପରଲୋକ

ସମାଜସେବୀ ତଥା ବରିଷ୍ଠ ଅର୍ଥ ଅଧିକାରୀ ପ୍ରଭାତ କୁମାର ରଥଙ୍କ ପରଲୋକ

ବ୍ରହ୍ମପୁର,20/9 : ସମାଜସେବୀ ତଥା ଅବସରପ୍ରାପ୍ତ ବରିଷ୍ଠ ଅର୍ଥ ଅଧିକାରୀ ପ୍ରଭାତ କୁମାର ରଥଙ୍କ ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ 67 ବର୍ଷ ବୟସ ହୋଇଥିଲା । ସେ ଜଣେ ବନ୍ଧୁବତ୍ସଳ, ସରଳ ବିଶ୍ଵାସୀ, ପରୋପକାରୀ ଭାବେ ବେଶ ଜଣାଶୁଣା ଥିଲେ । ସ୍ଵର୍ଗତ ରଥ ବ୍ରହ୍ମପୁରର ବିଶିଷ୍ଟ ପୁସ୍ତକ ବ୍ୟବସାୟୀ ବାଞ୍ଛାନିଧି ରଥଙ୍କ ପୁତ୍ର ଅଟନ୍ତି । ମରଶରୀରକୁ ବ୍ରହ୍ମପୁର ଜୟପ୍ରକାଶ ନଗରସ୍ଥିତ ତାଙ୍କ ବାସଭବନକୁ ଅଣାଯାଇ ନିଳକଣ୍ଠ ନଗର ଶ୍ମଶାନରେ ଅନ୍ତିମ ସକାର କରାଯାଇଥିଲା । ପୁତ୍ର ଚନ୍ଦନ ରଥ ମୁଖାଗ୍ନୀ ଦେଇଥିଲେ । ଶ୍ମଶାନରେ ରଥ ପରିବାର ସମତେ ଶତାଧିକ ବ୍ୟକ୍ତି ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ମୃତୁ୍ୟଶଯ୍ୟା ନିକଟରେ ତାଙ୍କ ପତ୍ନୀ, ପୁତ୍ର, ପୁତ୍ରବଧୁ, ଭାଇ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ଦିଗପହଣ୍ଡି ବ୍ଲକ ମଧୁବନ ଗ୍ରାମର ରଥ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ଜଣେ ବରିଷ୍ଠ ଅଧିକାରୀ ହୋଇଥିଲେ ମଧ୍ୟ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ଏଥିସହ ବିଭିନ୍ନ ଲେଖା ପ୍ରକାଶନ କରି ସୁନାମ ଅର୍ଜନ କରିପାରିଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି ।

(ରବି ରଥ)
ବରିଷ୍ଠ ସାମ୍ୱାଦିକ

Related posts

କଙ୍କଡ଼ାହାଡ଼ ରେ ଆଶା କର୍ମୀ ମାନଙ୍କ ବୈଠକ 

Sunil Chandra Nayak

ଆଦିବାସୀ ମହାବିଦ୍ଯାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

ଲାଇଫରେଚର ମିଳନ ମେହଫିଲ ‘ଇତି ଅଭିବ୍ୟକ୍ତି’ ଅନୁଷ୍ଠିତ

masiha

Leave a Comment

error: Content is protected !!