ବାଲେଶ୍ୱର ସାମାଜିକ ସେବା ସଂସ୍ଥା ପକ୍ଷରୁ ଶିଶୁ ମେଳା ଉତ୍ସବ ଅନୁଷ୍ଠିତ
ଜଳେଶ୍ଵର,୧୨/୯(ମନିସ) ବାଲେଶ୍ୱର ଜିଲ୍ଲାର ଏକ ଅଗ୍ରଣୀ ସେଚ୍ଛାସେବୀ ସଂଗଠନ,ବାଲେଶ୍ୱର ସାମାଜିକ ସେବା ସଂସ୍ଥା ପକ୍ଷରୁ ଆଜକୁ ତିନି ବର୍ଷ ଧରି ଜଳେଶ୍ବର ବ୍ଲକ ଶ୍ରୀରାମପୁର ଗ୍ରାମ ପଞ୍ଚାୟତର ଆର୍ଥିକ ଅନଗ୍ରସର ଶ୍ରେଣୀର ଥିବା ପରିବାରର ପିଲା ମାନଙ୍କୁ କିପରି ଶିକ୍ଷା କ୍ଷେତ୍ରରେ ଆଗକୁ ଯାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ସେ ନେଇ ଜଳେଶ୍ବର ବ୍ଲକର ଶ୍ରୀରାମପୁର ଗ୍ରାମ ପଞ୍ଚାୟତ ସହିତ ଆରୁହା ଗ୍ରାମ ପଞ୍ଚାୟତର ଶାଳୀକୋଠା ଓ ନାମ୍ପୋକୁ ମିଶାଇ ୮ ଟି ଛୋଟ ଛୋଟ ସେଣ୍ଟର ପ୍ରତିଷ୍ଠା କରି ଗରିବ ପିଲାଙ୍କୁ ସଂସ୍ଥା ପକ୍ଷରୁ ମାଗଣାରେ ଟିଉସନର ସୁବିଧା ସାଙ୍ଗକୁ କମ୍ପ୍ୟୁଟର ଶିକ୍ଷା, ଚିତ୍ରାଙ୍କନ, ନୃତ୍ୟ, ସଙ୍ଗୀତ ସହିତ କୁଇଜ୍ ପ୍ରତିଯୋଗିତା ପରି ଅନେକ ଶିକ୍ଷଣୀୟ ବିଷୟ ପିଲାମାନଙ୍କୁ ଅବଗତ କରାଇ ଆସୁଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଛତୁ ଚାଷ ଠାରୁ ଆରମ୍ଭ କରି ଧୂପକାଠି, ମହମବତୀ, ଆଚାର, ପାମ୍ପଡ ପ୍ରସ୍ତୁତି ପରି ଅନେକ କାର୍ଯ୍ୟକ୍ରମ ସାଙ୍ଗକୁ ଯୁବଶକ୍ତିକୁ ପ୍ରାଧ୍ୟାନ୍ୟ ନେଇ ଆଜି ନରଣପୁର ଗ୍ରାମରେ ସଂସ୍ଥା ପକ୍ଷରୁ କୁନି କୁନି ପିଲାଙ୍କୁ ଓ ଅଭିଭାବକ, ଶିକ୍ଷୟିତ୍ରୀ ଓ ସଂସ୍ଥାର କର୍ମକର୍ତ୍ତା ମାନଙ୍କୁ ନେଇ ବାର୍ଷିକ ଉତ୍ସବ( ଶିଶୁ ମେଳା) ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବରେ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଗୋପାଳ ସାମଲ, ପ୍ରକଳ୍ପ ସଂଯୋଜକ ଅନିରୁଦ୍ଧ ପାତ୍ର, ସଂସ୍ଥାର ଅତିରିକ୍ତ ନିର୍ଦ୍ଦେଶକ ରଞ୍ଜିତ୍ ଖାସ୍, ସହ ସଂଯୋଜକ ସଂଗ୍ରାମ ମୁର୍ମୁ,, ସଞ୍ଜିତା ବାର୍ଡ, ସନିଆ ମୁର୍ମୁ, ବରିଷ୍ଠ ସାମ୍ୱାଦିକ ଅମର ଆଚାର୍ଯ୍ୟ, ଅଶ୍ରୁମୋଚନ ଘୋଷ, ଆଲୋକ ଘଡେଇ ପ୍ରମୁଖ ଅତିଥି ମାନେ ଉପସ୍ଥିତ ରହି ପ୍ରତିଯୋଗୀ ପିଲାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ସୁକୁମାର ରଣା ଙ୍କ ରିପୋର୍ଟ୍

