ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ -୨୦୨୬ ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ

କଳାହାଣ୍ଡି ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ -୨୦୨୬ ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ

ଭବାନୀପାଟଣା ୨୧/୦୯/୨୦୨୬: ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ୨୦୨୬ ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇଛି। ଏହି ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାୱାର ସଚିନ ପ୍ରକାଶଙ୍କ ତତ୍ତ୍ୱାବଧାନରେ ଓସ୍ୱାନ ହଲ୍‌ରେ ରାଜନୈତିକ ଦଳ ପ୍ରତିନିଧିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ୭୭ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ପଞ୍ଜୀକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ,୮୦- ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ପଞ୍ଜୀକରଣ ଅଧିକାରୀ ତଥା ଉପ ଜିଲ୍ଲାପାଳ କସ୍ତୁରୀ ସା,ଡେପୁଟୀ କଲେକ୍ଟର ନିର୍ବାଚନ ଅବିନାଶ ଦଳେଇ,ସହକାରୀ ନିର୍ଦ୍ଦେଶକ ସଞ୍ଚୟ ଓ ଆର୍ଥିକ ସେବା ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ଉପସ୍ଥିତ ଥିଲେ।

ନିର୍ବାଚନ ଆୟୋଗ ଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲାର ୭୭–ଲାଞ୍ଜିଗଡ, ୭୮– ଜୁନାଗଡ଼, ୭୯–ଧର୍ମଗଡ,୮୦- ଭବାନୀପାଟଣା ଏବଂ ୮୧ –ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ SIR–୨୦୨୬ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଥିଲା। ଗତ ୫ ଜୁଲାଇ ୨୦୨୬ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିବାବେଳେ ୫ ଜୁଲାଇରୁ ନ୧୯ ଅଗଷ୍ଟ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯାଇଥିଲା ଏବଂ ଦାବି ଆପତ୍ତି ସମ୍ବନ୍ଧୀୟ ସମାଧାନ ୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ ହୋଇଥିଲା।

ଦାବି ଓ ଆପତ୍ତି ଅବଧିରେ ପ୍ରାପ୍ତ ମାମଲାଗୁଡ଼ିକରେ ଆବଶ୍ୟକ ନୋଟିସ୍ ଜାରି କରାଯାଇ AERO ସ୍ତରରେ ଶୁଣାଣି କରାଯିବା ସହିତ ଦାଖଲ ଦସ୍ତାବିଜ ଓ ସମ୍ପୃକ୍ତ ରେକର୍ଡ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ନିର୍ବାଚନ ନିୟମାବଳୀ ଓ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ମାମଲାଗୁଡ଼ିକରେ ନିଷ୍ପତ୍ତି ନିଆଯାଇଛି।

ସଂଶୋଧନ ପ୍ରକ୍ରିୟା ପରେ ଚୂଡ଼ାନ୍ତ ତାଲିକାରେ ଯୋଗ୍ୟ ନୂତନ ଭୋଟରଙ୍କ ନାମ ସାମିଲ କରାଯିବା ସହିତ ଆବଶ୍ୟକ ସଂଶୋଧନ କରାଯାଇଛି। ଏଥିସହ ଯାଞ୍ଚ ପରେ ମୃତ, ଏକାଧିକ ଥର ପଞ୍ଜୀକୃତ ଏବଂ ସ୍ଥାନାନ୍ତରିତ ଭୋଟରଙ୍କ ସମ୍ପର୍କିତ ଏଣ୍ଟ୍ରିଗୁଡ଼ିକୁ ନିୟମାନୁସାରେ ବାଦ ଦିଆଯାଇଛି।ଆଜି ଜିଲ୍ଲାର ୫ ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୧୭୦୫ ଟି ବୁଥ ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଲା।

ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ସଂଖ୍ୟାର ତୁଳନାତ୍ମକ ଚିତ୍ର ଅନୁଯାୟୀ, SIR ପୂର୍ବରୁ ଚିଠା ତାଲିକାରେ ମୋଟ ୧୨,୦୮,୬୪୫ ଜଣ ଭୋଟର ଥିବାବେଳେ ବର୍ତ୍ତମାନ ଚୂଡ଼ାନ୍ତ ତାଲିକାରେ ୧୧,୩୯,୯୭୦ ଜଣ ଭୋଟର ରହିଛନ୍ତି। SIR ପୂର୍ବରୁ ନିର୍ବାଚନମଣ୍ଡଳୀଭିତ୍ତିକ ଭାବେ ୭୭- ଲାଞ୍ଜିଗଡରେ ଚିଠା ତାଲିକାର ୨୨୯୫୪୦ ଜଣଙ୍କ ମଧ୍ୟରୁ ଚୂଡ଼ାନ୍ତ ତାଲିକାରେ ୨୧୪୦୦୫ଜଣ, ୭୮- ଜୁନାଗଡ଼ ରେ ୨୪୪୮୮୦ଜଣଙ୍କ ମଧ୍ୟରୁ ୨୩୪୮୪୪ଜଣ, ୭୯- ଧର୍ମଗଡ଼ ରେ ୨୬୩୦୪୯ଜଣଙ୍କ ମଧ୍ୟରୁ ୨,୪୯,୨୬୫ଜଣ,୮୦- ଭବାନୀପାଟଣା ରେ ୨୩୭୫୮୯ ଜଣଙ୍କ ମଧ୍ୟରୁ ୨୨୦୭୨୨ଜଣ ଏବଂ ୮୧- ନର୍ଲାରେ ୨୩୩୫୮୭ଜଣଙ୍କ ମଧ୍ୟରୁ ୨୨୧୦୯୪ ଜଣ ଭୋଟର ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଛନ୍ତି।

ଏହି ମୋଟ ଭୋଟର ସଂଖ୍ୟା ପାର୍ଥକ୍ୟରେ ମୃତ୍ୟୁ, ଏକାଧିକ ପଞ୍ଜୀକରଣ (Multiple Entry) ଏବଂ ସ୍ଥାନାନ୍ତରଣ (Shifted) ସମ୍ପର୍କିତ ମାମଲା ଅନ୍ତର୍ଭୁକ୍ତ ରହିଛି। ସମ୍ପୃକ୍ତ ERO ଓ AEROଙ୍କ ଦ୍ୱାରା ରେକର୍ଡ ଯାଞ୍ଚ ଓ ନିର୍ଦ୍ଧାରିତ ପ୍ରକ୍ରିୟା ପାଳନ ପରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି।ସୁଚନା ଅନୁଯାୟୀ ଜିଲ୍ଲା ର ମୋଟ ଜନସଂଖ୍ୟା ୧୭,୪୪,୬୭୯ ଏବଂ ଏଥି ମଧ୍ୟରୁ ପୁରୁଷ ୮୭୩୩୬୩ ଓ ମହିଳା ୮୭୧୩୧୬ ଅଛନ୍ତି। ଚୂଡ଼ାନ୍ତ ଭୋଟର ତାଲିକା ର ମୋଟ ଭୋଟର୧୧୩୯୯୭୦ ମଧ୍ୟରୁ ପୁରୁଷ ଭୋଟର ୫୭୬୫୬୫ ,ମହିଳା ଭୋଟର ୫୬୩୩୪୮ ଏବଂ ତୃତୀୟ ଲିଙ୍ଗ ଭୋଟର ୫୭ ଜଣ ଅଛନ୍ତି। ସେଭଳି ଆଜି ୭୯- ଧର୍ମଗଡ ଏବଂ ୭୮ – ଜୁନାଗଡ ନିର୍ବାଚନ ମଣ୍ଡଳୀ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ କାର୍ଯ୍ୟକ୍ରମ ଧର୍ମଗଡ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଉପ ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତି ରେ ସଂପନ୍ନ ହୋଇଥିଲା। ଜିଲ୍ଲାପାଳଙ୍କ ବାସଗୃହ କାର୍ଯ୍ୟଲୟ ନିକଟସ୍ଥ ଓସ୍ଵାନ ହଲ୍ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଭାରତୀୟ ଜନତା ପାର୍ଟି ର ସୁଧୀର ମୁଣ୍ଡ,ଭବାନୀ ନିଆଲ,ଭାରତୀୟ ଜାତୀୟ କଂଗ୍ରେସ ଦଳର ଉତ୍ସବ ସାହୁ, ବିଜୁ ଜନତା ଦଳର କ୍ଷୀରସିନ୍ଧୁ ସାହୁ,ସୀତାରାମ ନାୟକ, ଆଶୁତୋଷ ପୁରୋହିତ,ବହୁଜନ ସମାଜ ପାର୍ଟି ର ମୁସ୍ତାକ ଖାନ୍ ତଥା ବିଭିନ୍ନ ବିଭାଗୀୟ ଅଧିକାରୀ,ନିର୍ବାଚନ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ନୂଆ ବଜାର ବଣିକ ସଂଘ ର ବସନ୍ତ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

୨୫ତମ ମୁକ୍ତମଞ୍ଚ ନାଟକ ମହୋତ୍ସବ ସମ୍ପନ୍ନ  ଶ୍ରେଷ୍ଠ ପ୍ରାୟୋଜିତ ନାଟକ ତୋ କଥା ଭାରି ମନେ ପଡେ, ଶ୍ରେଷ୍ଠ ନିର୍ଦ୍ଦେଶକ ଗଙ୍ଗାଧର ରାଉତ, ଶ୍ରେଷ୍ଠ ଅଭିନେତା ଶୁଭେନ୍ଦୁ ସାମଲ ଓ ଶ୍ରେଷ୍ଠ ଅଭିନେତ୍ରୀ ମଧୁମିତା ମହାନନ୍ଦ ସମ୍ବର୍ଦ୍ଧିତ 

Sunil Chandra Nayak

ବନେଇମୁଣ୍ଡା ଆବାସିକ ସ୍କୁଲ ରେ ଛାତ୍ର କୁ ମାଡ଼ ଘଟଣା , ସପ୍ତାହ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

Sunil Chandra Nayak

Leave a Comment

error: Content is protected !!