ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭକ୍ତ ର ଭଗବାନ ମଞ୍ଚସ୍ଥ 

ଭକ୍ତ ର ଭଗବାନ ମଞ୍ଚସ୍ଥ 

ରାଉରକେଲା: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବଲଣ୍ଡା ମୁକ୍ତାକାଶ ରଙ୍ଗମଞ୍ଚରେ ରେ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ପୂଜା ଓ ଗଣପର୍ବ ନୂଆଖାଇ ଉପଲକ୍ଷେ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ରସାତ୍ମକ ନାଟକ ଭକ୍ତର ଭଗବାନ ଦି ବିଲିଭର୍ସ ନାଟ୍ଯାନୁଷ୍ଠାନ ଦ୍ବାରା ପରିବେଷିତ ହୋଇଅଛି ‌। ନାଟକର କଥାବସ୍ତୁଟି ଭକ୍ତର ଭାବରେ ଡୋରିରେ ବନ୍ଧା କଳା ଠାକୁର । ଭକ୍ତର ଭାବରେ ବନ୍ଧା ଜଗନ୍ନାଥ ନିଜର ଭକ୍ତମାନଙ୍କର ଗଭୀର ପରୀକ୍ଷା ନିଅନ୍ତି ପୁଣି ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ କରାଇବାରେ ସହାୟକ ହୋଇଥାନ୍ତି । ଷୋଡ଼ଶ ଶତାବ୍ଦୀର ଆରମ୍ଭରେ କଳାପାହାଡ଼ ଶ୍ରୀମନ୍ଦିରକୁ ଆକ୍ରମଣ କରିଛି , ମନରେ ତାହାର ରହିଛି ଗଭୀର ରୋଷ, ପଣ୍ଡା ପଡିହାରୀ ଆଉ ବିଶେଷ କରି ଶ୍ରୀଜଗନ୍ନାଥଙ୍କ ଉପରେ । ତାହାର ପ୍ରତିଜ୍ଞା ଉତ୍କଳ କଳା ସ୍ଥାପତ୍ୟର ଘୋର କ୍ଷତି ସାଧନ କରିବା, ସେତେବେଳକୁ ଜଗନ୍ନାଥଙ୍କ କୃପାରୁ ବିଶର ମହାନ୍ତି ବ୍ରହ୍ମ ପଦାର୍ଥକୁ ଉଦ୍ଧାର କରିଛନ୍ତି, ସେ ବ୍ରହ୍ମ ପଦାର୍ଥ ତୁଳା ପରି ନରମ ନା ପଥର ପରି ଟାଣ ଏହିଭଳି କାହାଣୀ କୁ ନେଇ ନାଟକଟି ଗତିଶୀଳ ହୋଇଛି। ଏହି ନାଟକରେ କାହାଣୀ ବଦ୍ରି ମିଶ୍ର, ନାଟ୍ୟ ରୂପ ଓ ନିର୍ଦ୍ଦେଶକ ଚିନ୍ମୟ ତ୍ରିପାଠୀ‌, ସଂଗୀତ ସଂଯୋଜକ ଭାବେ ଦୀପକ କୁମାର ରାଉତ, ସହଯୋଗୀ ଲକ୍ଷ୍ମୀ ନାରାୟଣ ଦୋରା, ଚିତ୍ରାଳୟ ପ୍ରତ୍ୟୁଷ ପାଢୀ (ମୀରା ଚିତ୍ରାଳୟ) ଓ ବିଭିନ୍ନ ଚରିତ୍ରରେ ଚିନ୍ମୟ ତ୍ରିପାଠୀ, ପ୍ରତ୍ୟୁଷ ପାଢୀ, ଅକ୍ଷୟ ମାଝୀ,ରାଜେଶ ପ୍ରସାଦ,ଜର୍ଜ ବିଲୁଙ୍ଗ,ସୁଜଲ ଟପ୍ପୋ, ଆଶୀଷ ଅନୁରାଗ ଯାଦବ,ସାଗର ରଣା , ସୁଲିପ୍ତା ଜେନା, ବର୍ଷା ପ୍ରିୟଦର୍ଶିନୀ ରାଉତ ପ୍ରମୁଖ ଅଭିନୟ ତଥା ମଞ୍ଚ ସଂଯୋଜନା କରିଥିଲେ ଜିତାମିତ୍ର ହୋତା, ଶଶାଙ୍କ ଶେଖର ଯାଦବ । ଏହି ଅବସରରେ ଅତିଥି ଭାବେ ଯୋଗଦେଇ ଥିବା ବିଜୟ ବିହାରୀ ହୋତା, ଦୋଳଗୋବିନ୍ଦ ରଥ, ଗଦାଧର କର, ସ୍ଥାନୀୟ ସରପଞ୍ଚ ଯୋଗେଶ୍ୱର ମିଞ୍ଜ ତଥା ନାଟ୍ୟରଥି ଡଃ ନିବେଦିତା ଜେନା, ପ୍ରଫୁଲ୍ଲ ଚନ୍ଦ୍ର ସେଠୀ , ଉମାକାନ୍ତ ବିଶୋଇ,ସୁରେନ୍ଦ୍ର ପାଢୀ, ଏବଂ ଯୁବ ସଙ୍ଗୀତ ସଂଯୋଜକ ପ୍ରମୋଦ ସାହୁ ଓ ଗୁଲାବ ଶର୍ମାଙ୍କୁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା । ମଞ୍ଚରେ ଶଶାଙ୍କ ଶେଖର ଯାଦବ,ଜିତାମିତ୍ର ହୋତା,ସାଗର ରଣା, ଆୟୁଷ ଦାଶ,ଅଭିଳାଷ ଭଏଁସା ଆଦି କର୍ମକର୍ତ୍ତାଙ୍କ ସହଯୋଗ ରେ କାର୍ଯ୍ୟକ୍ରମଟି ଶତାଧିକ ଦର୍ଶକଙ୍କ ଆଗରେ ମଞ୍ଚସ୍ଥ କରାଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପୁରୁଣା ପରମ୍ପରା ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଅନନ୍ୟ ସମାହାର ଶୁଙ୍ଗେର ସାପ୍ତାହିକ ହାଟ ପୁରୁଣା ପରମ୍ପରା ଓ ଗ୍ରାମୀଣ ଜୀବନର ମୂକସାକ୍ଷୀ

Sunil Chandra Nayak

ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱ ଜନଗଣନା କାର୍ଯ୍ଯକ୍ରମ ଆରମ୍ଭ

Sunil Chandra Nayak

ପ୍ରଧାନ ଶିକ୍ଷକଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!