ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ ବର୍ଣ୍ଣାଢ଼୍ୟ ସଂସ୍କୃତ ଦିବସ ସମାରୋହ -୨୦୨୬ ମହାସମାରୋହରେ ଅନୁଷ୍ଠିତ : 

ରାଜ୍ୟସ୍ତରୀୟ ବର୍ଣ୍ଣାଢ଼୍ୟ ସଂସ୍କୃତ ଦିବସ ସମାରୋହ -୨୦୨୬ ମହାସମାରୋହରେ ଅନୁଷ୍ଠିତ : 

ଢେଙ୍କାନାଳ ତା୨୦.୦୯.୨୦୨୬ ରିଖ :(ମ ନି ସ         )ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ବଳଦିଆବନ୍ଧସ୍ଥିତ ଗୌରାଙ୍ଗ ଚରଣ ବିଦ୍ୟାପୀଠ ଠାରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ, ଭୁବନେଶ୍ୱର ପକ୍ଷରୁ ରାଜ୍ୟ ସ୍ତରୀୟ ବର୍ଣ୍ଣାଢ଼୍ୟ ସଂସ୍କୃତ ଦିବସ -୨୦୨୬ ରାଜ୍ୟ ସଂଘର ସଭାପତି ପଣ୍ଡିତ ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ବରେ ପଣ୍ଡିତ ବୈକୁଣ୍ଠ ଚରଣ ସାହୁଙ୍କ ସୁନ୍ଦର ବଳିଷ୍ଠ ସଂଯୋଜନାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି।ମୁଖ୍ୟଅତିଥି ଭାବେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର କେନ୍ଦ୍ରାପଡ଼ା ଜିଲ୍ଲା ପ୍ରାକ୍ତନ ସଭାପତି ପଣ୍ଡିତ ଶରତ ପାଣି ତାଙ୍କର ଓଜସ୍ଵିନୀ ଅଭିଭାଷଣରେ ତଥ୍ୟ ପୂର୍ଣ୍ଣ ବିଷୟ ଉପସ୍ଥାପନ କରି ସଂସ୍କୃତ ବିଜ୍ଞାନ ସମ୍ମତ ଭାଷା ସବୁ ଭାଷାର ଜନନୀ ଆଗାମୀ ଯୁଗର କମ୍ପ୍ୟୁଟର କ୍ଷେତ୍ରରେ ପ୍ରୟୋଗାତ୍ମକ ଭାଷାର ମାନ୍ୟତା ପାଇ ପାରିଛି ବୋଲି କହି ମନ୍ତ୍ର ମୁଗ୍ଧ କରିଦେଇଥିଲେ।ମୁଖ୍ୟବକ୍ତା ଭାବେ କାମାକ୍ଷାନଗର ବ୍ଲକ୍ ସମ୍ପାଦକ ପଣ୍ଡିତ ଉପେନ୍ଦ୍ର କୁମାର ପଣ୍ଡା ଯୋଗଦାନ କରି ସଂଘୀୟ ଏକତା ହିଁ ଶକ୍ତି ଓ ସଫଳତାର ମୂଳମନ୍ତ୍ରବୋଲି ଦୃଢ଼ୋକ୍ତି ପ୍ରକାଶ କରିଥଲେ।ରାଜ୍ୟ ସଂଘର ସଭାପତି ପଣ୍ଡିତ ପ୍ରଫୁଲ୍ଲ କୁମାର ସାହୁ ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ମହାସଂଘର ବିଭିନ୍ନ ସମସ୍ୟା ସମ୍ପର୍କୀୟ ଦାବୀ ଓ ତାହାର କାର୍ଯ୍ୟକାରିତା ଉପରେ ଆଲୋକପାତ କରିବା ସହିତ ଶିକ୍ଷକ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ।ସଂସ୍କୃତ ବିଷୟ ତଥା ସଂସ୍କୃତ ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ହତାଦର ଭାବ ଯୋଗୁଁ ଉଦ୍ ବେଗ ପ୍ରକାଶ କରି।ହାଇସ୍କୁଲ୍ ସ୍ତରରେ ତୃତୀୟ ଭାଷାର ବିକଳ୍ପରେ ସ୍ଥାନିତ ଆଇ.ଟି.; ଅଟୋମେଟିଭ୍ ଇତ୍ୟାଦିକୁ ସ୍ଵତନ୍ତ୍ର ବିଷୟ ଭାବରେ ରଖିବା ଓ ସଂସ୍କୃତ ଶିକ୍ଷକ ମାନଙ୍କୁ କ୍ୟାଡ଼ର ଅନ୍ତର୍ଭୁକ୍ତ କରିବାପାଇଁ ସରକାରଙ୍କୁ ପୁନଃ ନିବେଦନ କରାଯାଇଛି।ମଞ୍ଚାସୀନ ବରିଷ୍ଠ ସଂସ୍କୃତ ବିଦ୍ୱାନ ମହାନୁଭବ ଅତିଥି ବୃନ୍ଦ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ,ଚନ୍ଦନ,ଧୂପ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମାରୋହକୁ ଉଦ୍ଘାଟନ କରିଥିଲେ।ଶତାୟୁ,ପି.ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ର ମଙ୍ଗଳାଚରଣ ଗାନ ଓ ପରିଶେଷରେ ଶାନ୍ତିପାଠ କରିଥିଲେ।ବେଦମନ୍ତ୍ର ପାଠ ଓ ଭଜନ ଗାନ କରିଥିଲେ ପଣ୍ଡିତ ଶତ୍ରୁଘ୍ନ ବେହେରା।ପ୍ରାରମ୍ଭରେ ସମସ୍ତ ମଞ୍ଚାସୀନ ଅତିଥିବୃନ୍ଦ,ସମସ୍ତ ସଂସ୍କୃତ ଶିକ୍ଷୟିତ୍ରୀ,ଶିକ୍ଷକ ବୃନ୍ଦ ଓ ବିଦ୍ୟାଳୟର କର୍ମଚାରୀବୃନ୍ଦଙ୍କୁ ପୁଷ୍ପ ଗୁଚ୍ଛ,ଉତ୍ତରୀୟ ଓ ବ୍ୟାଚ୍ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ସାଧାରଣ ସମ୍ପାଦକ ଟୁଟୁ ମିଶ୍ର ସ୍ୱକୀୟ ସଂପାଦକୀୟ ବିବରଣୀରେ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ।କାର୍ଯ୍ୟକାରୀ ସଭାପତି ଡ.ନିରଞ୍ଜନ ଦାଶ ସ୍ୱାଗତ ଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ।ଡ.ଦାଶଙ୍କ ଦ୍ୱାରା ଲିଖିତ ଦୁଇଟି ପୁସ୍ତକ କେଶବ ଧୃତ ବିପରୀତରୂପମ୍ ଓ ମହାଯୁଦ୍ଧେ ଶିଶୁନିବେଦନମ୍ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।ସମସ୍ତ ସଂସ୍କୃତ ଶିକ୍ଷୟିତ୍ରୀ,ଶିକ୍ଷକ ବୃନ୍ଦ ସ୍ଵ ସ୍ଵ ପରିଚୟ ପ୍ରଦାନ କରିଥିଲେ।ପ୍ରାରମ୍ଭରେ ଛାତ୍ରୀ ପୂର୍ଣ୍ଣିମା ବେହେରା,ଟିକିନା ପ୍ରଧାନ ଓ ଅଦିତି ବେହେରା ପ୍ରମୁଖ ଗୀତା ପାଠ,ମଝିରେ ମଝିରେ ବର୍ଣ୍ଣାଢ୍ୟ ରଙ୍ଗାରଙ୍ଗ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମରେ ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶନ ଦର୍ଶକ ମଣ୍ଡଳୀ ଦ୍ୱାରା ବେଶ୍ ଉପଭୋଗ୍ୟ ହୋଇପାରିଥିଲା।ସମ୍ମିଳନୀରେ ଢେଙ୍କାନାଳ ଜିଲ୍ଲାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ପଣ୍ଡିତ ଉଦୟନାଥ ପତି,ପଣ୍ଡିତ ସମୀର କୁମାର ସାହୁ,ପଣ୍ଡିତ ହରିହର ଦାଶ,ପଣ୍ଡିତ କୁମାର ପରୀକ୍ଷା ଓ କାର୍ଯ୍ୟକ୍ରମ ପର୍ଯ୍ୟବେକ୍ଷକ ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ କରାଯାଇଥିଲା।ମହାସଂଘର ରାଜ୍ୟ କାର୍ଯ୍ୟକାରୀ କମିଟିର ଉପଦେଷ୍ଟା କଳ୍ପତରୁ ଦାଶ,ସଭାପତି ପ୍ରଫୁଲ୍ଲ କୁମାର ସାହୁ,କାର୍ଯ୍ୟକାରୀ ସଭାପତି ଡ.ନିରଞ୍ଜନ ଦାଶ,ଉପସଭାପତି ଲକ୍ଷ୍ମୀଧର ରାଉତ,ସମ୍ପାଦକ ଟୁଟୁ ମିଶ୍ର,ସଂଗଠନ ସହ ସମ୍ପାଦକ ସତ୍ୟବାଦୀ ପଣ୍ଡା,କୋଷାଧ୍ୟକ୍ଷା ପଣ୍ଡିତ ସାବିତ୍ରୀ ମିଶ୍ର,ପଣ୍ଡିତ ସତ୍ୟବାଦୀ ପଣ୍ଡା,କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଥିବା ପଣ୍ଡିତ ବିଷ୍ଣୁ ଚରଣ ପାଣି,ପଣ୍ଡିତ ବିପିନ ବିହାରୀ ତ୍ରିପାଠୀ, ପଣ୍ଡିତ ଅଭିରାମ ସାହୁ,ପଣ୍ଡିତ ଜୟନ୍ତ କୁମାର ପଣ୍ଡା,ପଣ୍ଡିତ ଗୋଲକ ବିହାରୀ ରାଉତ,ପଣ୍ଡିତ ପ୍ରହଲ୍ଲାଦ ମିଶ୍ର,ପଣ୍ଡିତ ଉଦୟନାଥ ପତି,ପଣ୍ଡିତ ବୁଦ୍ଧଦେବ ସାହୁ,ପଣ୍ଡିତ ଡମ୍ବରୁଧର ସାହୁ,ପଣ୍ଡିତ ବୈକୁଣ୍ଠ ଚରଣ ସାହୁ,ସ୍ୱକୀୟ ମନ୍ତବ୍ୟ ପ୍ରଦାନ ପୂର୍ବକ ସଂଘର ଐକ୍ୟତା ଉପରେ ପ୍ରାଧାନ୍ୟ ଦେଇଥିଲେ।ପଣ୍ଡିତ ସୁଧାକର ନାୟକ,ପଣ୍ଡିତ ଭକ୍ତିଲତା ଆଚାର୍ଯ୍ୟ,ପଣ୍ଡିତ ଉପେନ୍ଦ୍ର ନାଥ ପଣ୍ଡା,ପଣ୍ଡିତ ରବିନାରାୟଣ ଆଚାର୍ଯ୍ୟ,ପଣ୍ଡିତ ରମେଶ ଚନ୍ଦ୍ର ଦାଶ,ପଣ୍ଡିତ ଅକ୍ଷୟ କୁମାର ଦଳବେହେରା,ପଣ୍ଡିତ ସୁବଳ ଚନ୍ଦ୍ର ବେହେରା,ପଣ୍ଡିତ ରଶ୍ମିତା ସାହୁ,ପଣ୍ଡିତ ରୀନା ସେଠୀ, ପଣ୍ଡିତ ଜଗବନ୍ଧୁ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟୁଟୁ ମିଶ୍ର,ବରିଷ୍ଠ ହିନ୍ଦୀ ଶିକ୍ଷୟିତ୍ରୀ ସୁରଜିତା ମିଶ୍ର,ପଣ୍ଡିତ ଭକ୍ତିଲତା ଆଚାର୍ଯ୍ୟ,ପର୍ଯ୍ୟବେକ୍ଷକ ଡା.ଦେବୀ ପ୍ରସାଦ ମିଶ୍ର,ପଣ୍ଡିତ ଡ.ଅନୁପମା ମିଶ୍ରଙ୍କ ବଳିଷ୍ଠ ମାର୍ଗଦର୍ଶନ ଓ ନେତୃତ୍ୱରେ,ଶିକ୍ଷକ ଦିବ୍ୟଜ୍ୟୋତି ବିଶ୍ୱାଳ,ବଳରାମ ବେହେରା,ଶିକ୍ଷୟିତ୍ରୀ ପଦ୍ମିନୀ ଧାନୱାନ୍,ବିଶ୍ୱଜିତ୍ ବିହାରୀ,ଚତୁର୍ଥ ଶ୍ରେଣୀ କର୍ମଚାରୀ ଗୌତମ ପ୍ରଧାନ,ବୈଷ୍ଣବ ଚରଣ ବଡୁ ପ୍ରମୁଖଙ୍କ ସମ୍ମିଳିତ ପ୍ରଚେଷ୍ଟାରେ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ସଭ୍ୟା,ସଭ୍ୟ ବୃନ୍ଦ,ବର୍ତ୍ତମାନର ଓ ପ୍ରାକ୍ତନ ଶତାଧିକ ଛାତ୍ରୀ,ଛାତ୍ର,ସେମାନଙ୍କ ମାତା,ପିତା,ଅଭିଭାବିକା,ଆଭିଭାବକ ଓ ଗ୍ରାମବାସୀ ବୃନ୍ଦଙ୍କ ଉପସ୍ଥିତି ତଥା ସହଯୋଗିତାରେ ସମସ୍ତ କାର୍ଯ୍ଯକ୍ରମର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା।ପଣ୍ଡିତ ବୈକୁଣ୍ଠ ଚରଣ ସାହୁଙ୍କ ସୁନ୍ଦର ବଳିଷ୍ଠ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ପରିଶେଷରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ବୁଦ୍ଧଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ଡାକ୍ତର ମନୋଜ ଙ୍କ ପାଇଁ ସୁସ୍ଥ ହେଲେ ଶ୍ୟାମ …

masiha

କଟକ ସଦର କନ୍ଦରପୁର ଗ୍ରାମରେ ଭାଗବତ ମେଳଣ ଅନୁଷ୍ଠିତ

masiha

ରାଜ୍ୟର ଵିଭିନ୍ନ ଜିଲ୍ଲାରେ ୨୧ ରୁ ଉର୍ଦ୍ଧ୍ଵ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପଦବୀ ନିଯୁକ୍ତି ଦାବି;ରାଇରଙ୍ଗପୁର ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ୬ ମାସରୁ ଉର୍ଦ୍ଧ୍ବ ଖାଲି

Sunil Chandra Nayak

Leave a Comment

error: Content is protected !!