ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅତିରୁ ଅତିପ୍ରବଳ ବର୍ଷା ଆଶଙ୍କାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ଅତିରୁ ଅତିପ୍ରବଳ ବର୍ଷା ଆଶଙ୍କାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ରାୟଗଡ, ୨୨/୦୯/୨୦୨୬: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାୟଗଡ ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟା ୫ଟାରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ OSWAN ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ବୈଠକରେ ଏଡିଏମ୍ (ସାଧାରଣ), ଏଡିଏମ୍ (ରାଜସ୍ୱ), ସିଡିଓ-ତଥା-ଇଓ, ଉପଜିଲ୍ଲାପାଳ ରାୟଗଡ ଓ ଗୁଣପୁର, ସମସ୍ତ ତହସିଲଦାର, ବିଡିଓ, ପୌରାଞ୍ଚଳର ଇଓ, ସିଡିଏଓ, ସିଡିଭିଓ, ସିଡିଏମଓ, ଡିଇଓ, ଆରଟିଓ, ସିଏସଓ, ଡିଏସଡବ୍ଲ୍ୟୁଓ, ଅଗ୍ନିଶମ ବିଭାଗ, ପୋଲିସ, ଜଳସମ୍ପଦ, ଆରଡବ୍ଲ୍ୟୁଡି, ଆର୍‌ ଆଣ୍ଡ ବି, ଟିପିଏସ୍‌ଓଡିଏଲ୍‌, ଡିଆଇପିଆରଓ, ୨ୟ ଆଇଆରବିଏନ୍‌ ଓଡ୍ରାଫ୍‌ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ।ବୈଠକରେ ଜିଲ୍ଲାର ସମସ୍ତ ତହସିଲଦାର, ବିଡିଓ ଓ ପୌରାଞ୍ଚଳ ଇଓମାନଙ୍କୁ ନିଜ ନିଜ ଅଞ୍ଚଳରେ ସଜାଗ ରହି ସମ୍ବେଦନଶୀଳ ଓ ବିପଦପ୍ରବଣ ଅଞ୍ଚଳ ଉପରେ ନିରନ୍ତର ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୩ ଓ ୨୪ ସେପ୍ଟେମ୍ବର ୨୦୨୬ରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନିଷ୍ପତ୍ତି କରଯାଇଛି। ଜରୁରୀ ପରିସ୍ଥିତି ଅବଧିରେ ସମସ୍ତ ଅଧିକାରୀଙ୍କ ପାଇଁ ମୁଖ୍ୟାଳୟ ଛାଡ଼ିବା ଉପରେ ଲାଗୁ ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରାଯିବ।ଭୂସ୍ଖଳନ ପ୍ରବଣ ଅଞ୍ଚଳ, ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନ ଓ ରାସ୍ତାଘାଟ ଉପରେ ନିରନ୍ତର ନଜର ରଖିବା ସହ ଗର୍ଭବତୀ ମହିଳା, ବୃଦ୍ଧ, ଶିଶୁ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ କୁହାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ଔଷଧ, ଆଣ୍ଟିଭେନମ୍‌ ଇଞ୍ଜେକ୍ସନ୍‌, ମେଡିକାଲ୍‌ ଟିମ୍‌ ଓ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରାଯିବ। ପୋଲିସ, ଅଗ୍ନିଶମ ବିଭାଗ ଓ ୨ୟ ଆଇଆରବିଏନ୍‌ ଓଡ୍ରାଫ୍‌କୁ ଉଦ୍ଧାର ଓ ସ୍ଥାନାନ୍ତରଣ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରତିକୂଳ ପାଣିପାଗ ଅବଧିରେ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ନିଷେଧ ରହିବ। ଜଳସମ୍ପଦ ବିଭାଗ ଜଳସ୍ତର ଉପରେ ନିରନ୍ତର ନଜର ରଖି ସମ୍ଭାବ୍ୟ ବିପଦ ସମ୍ପର୍କରେ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରକୁ ଅବଗତ କରିବ। ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ବିଦ୍ୟୁତ୍‌ ସୁରକ୍ଷା ଓ ଜରୁରୀକାଳୀନ ସେବା ସୁନିଶ୍ଚିତ କରାଯିବ। ଏଥିସହ ଆର୍‌ ଆଣ୍ଡ ବି ଓ ଆରଡବ୍ଲ୍ୟୁଡି ବିଭାଗକୁ ରାସ୍ତା, ବ୍ରିଜ୍‌, କଲଭର୍ଟ ଓ ଭୂସ୍ଖଳନ ପ୍ରବଣ ସ୍ଥାନଗୁଡ଼ିକର ନିରନ୍ତର ନିରୀକ୍ଷଣ କରି ଯାତାୟାତ ବ୍ୟବସ୍ଥା ସ୍ୱାଭାବିକ ରଖିବାକୁ କୁହାଯାଇଛି।ଜିଲ୍ଲାର ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ଯେକୌଣସି ଜରୁରୀ ପରିସ୍ଥିତିର ତ୍ୱରିତ ମୁକାବିଲା କରିବା ସହ ‘ଶୂନ୍ୟ ମୃତ୍ୟୁ’ (Zero Casualty) ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରୋଟାରୀ କ୍ଳବ୍ ଅଫ୍ ରାଇରଙ୍ଗପୁର ରୟାଲ ଆନୁକୁଲ୍ୟରେ ଗୋଲେଇ ଛକରେ ଶାନ୍ତି ସ୍ତୁପ ଏବଂ ଭରଣ୍ଡିଆ ୟୂପି ସ୍କୁଲର ଵିଶୁଦ୍ଧ ଜଳ ବ୍ୟବସ୍ଥା ସ୍ଥାପନା ଓ ସମ୍ବର୍ଦ୍ଧନା ଉତ୍ସବ 

masiha

ଭତ୍ତା ଟଙ୍କା ନପାଇ ଫଚାୟତରେ ତାଲା ପକାଇଲେ ହିତାଧୁକାରୀ

Sunil Chandra Nayak

ଜିଲ୍ଲା ସ୍ତରୀୟ ମଧୁବାବୁ ଜୟନ୍ତୀ ପାଳିତ   

Sunil Chandra Nayak

Leave a Comment

error: Content is protected !!