ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୬୪ତମ ବାଟାଲିୟନ CRPF ପକ୍ଷରୁ ସ୍ୱଚ୍ଛତା ଅଭିଯାନ

୬୪ତମ ବାଟାଲିୟନ CRPF ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ଭବାନୀପାଟଣାରେ ୬୪ତମ ବାଟାଲିୟନ CRPF ପକ୍ଷରୁ ସ୍ୱଚ୍ଛତା ଅଭିଯାନ। ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ସ୍ୱଚ୍ଛତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ସେପ୍ଟେମ୍ବର ୧୭ ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ CRPF ଅଧିକାରୀ ଓ ଜବାନମାନେ ସାମିଲ ହୋଇ ବିଦ୍ୟାଳୟ ପରିସର ସଫେଇ ସହ କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ଉପରେ ଗୁରୁତ୍ୱ ଦେଇଥିଲେ।

ଏଥିସହ ସ୍ୱଚ୍ଛତା ଟାର୍ଗେଟ ୟୁନିଟ୍ ଚିହ୍ନଟ, ସାର୍ବଜନୀନ ସ୍ଥାନକୁ ସ୍ୱଚ୍ଛ ଓ ସୁନ୍ଦର କରିବା, ବିଦ୍ୟାଳୟସ୍ତରରେ ସ୍ୱଚ୍ଛତା ସଚେତନତା ଏବଂ ଯୁବପିଢ଼ିଙ୍କ ଅଂଶଗ୍ରହଣ ଉପରେ ସଚେତନତା ସୃଷ୍ଟି କରାଯାଇଛି।

ସଫାଇ ମିତ୍ରଙ୍କ ସୁରକ୍ଷା ଓ ସମ୍ମାନ ନେଇ ମଧ୍ୟ ଅଭିଯାନରେ ବାର୍ତ୍ତା ଦିଆଯାଇଛି। ସ୍ୱଚ୍ଛତା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ ବୋଲି ସଚେତନ କରାଯାଇଛି।

‘ସ୍ୱଚ୍ଛତାରେ ଅଂଶଗ୍ରହଣ, ସ୍ୱଚ୍ଛ ଭାରତ, ବିକଶିତ ଭାରତ’ ବାର୍ତ୍ତା ସହ ଚଳିତବର୍ଷର ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଦିପାବଳି ଉତ୍ସବରେ ମାଇଭାରତର ସ୍ୱଚ୍ଛତା କାର୍ଯ୍ୟକ୍ରମ

masiha

ଯୁବକଙ୍କ ଆତ୍ମହତ୍ୟା 

Sunil Chandra Nayak

ଗରିବ ସେନା ପକ୍ଷରୁ ସ୍ୱାଭିମାନ ପଦଯାତ୍ରା , ୪୦ ଦିନରେ ୬୦୦ କିମି ପାଇଁ ଚାଲିଛି ଯାତ୍ରା

Sunil Chandra Nayak

Leave a Comment

error: Content is protected !!