ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନ ମହାବିଦ୍ୟାଳୟରେ ବିଶ୍ବ ଶାନ୍ତି ଦିବସ ପାଳନ

ଆଇନ ମହାବିଦ୍ୟାଳୟରେ ବିଶ୍ବ ଶାନ୍ତି ଦିବସ ପାଳନ 

ରାଉରକେଲା: ରାଉରକେଲା ଆଇନ ମହାବିଦ୍ୟାଳୟ ରେ ଭାରପ୍ରାପ୍ତ ଅଧ୍ୟକ୍ଷା ଡକ୍ଟର ସମ୍ପାଦିକା ମହାନ୍ତିଙ୍କ ଅଧକ୍ଷତାରେ ଓ ଯୁବ ରେଡକ୍ରସ୍ ସଂଯୋଜକ ଡକ୍ଟର ତନ୍ମୟ ରାଜ ପାଢ଼ୀଙ୍କ ତତ୍ୱାବଧାନରେ “ବିଶ୍ୱ ଶାନ୍ତି ଦିବସ “ପାଳିତ ହୋଇଯାଇଛି l ଅଧକ୍ଷା ଡ ମହାନ୍ତି ତାଙ୍କ ଭାଷଣରେ କହିଥିଲେ ଯେ ୧୯୮୧ ମସିହା ସେପ୍ଟେମ୍ବର ୨୧ ତାରିଖରେ ଜାତିସଙ୍ଘର ସାଧାରଣ ପରିଷଦ ରେ ପାରିତ ହୋଇ, ଏହି ଦିବସକୁ ବିଶ୍ଵବ୍ୟାପି ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା l ଏହି ଦିବସଟି ଶାନ୍ତି, ମୈତ୍ରୀ ଓ ଅହିଂସା ଉପରେ ଆଧାରିତ ଏବଂ ଏଥିରେ ନାଗରିକ ସମ୍ମାନ, ଅଧିକାର ଏବଂ ବାର୍ତ୍ତା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା କହିବାର ମୁଳ ଲକ୍ଷ୍ୟ ଥିଲା l ଏହି ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଚଳଚିତ୍ର ଆର୍ଟିକଲ ୩୭୦ (Article 370) ପଦର୍ଶିତ କରାଯାଇଥିଲା,ଶାନ୍ତି ପାଇଁ ଯୁଦ୍ଧ ଏକମାତ୍ର ବିକଳ୍ପ ନୁହେଁ l ଏହି ଚଳଚିତ୍ରର ଉଦ୍ଦେଶ୍ୟ ଥିଲା, ଛାତ୍ରଛାତ୍ରୀ ମାନଙ୍କ ମନରେ ଶାନ୍ତି ପ୍ରତିଷ୍ଠାର ଭାବନା ସୃଷ୍ଟି କରିବା l ଏହି କାର୍ଯ୍ୟକ୍ରମରେ ଛାତ୍ର ଧରିତ୍ରୀ ରଞ୍ଜନ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ ଓ ପ୍ରାଧ୍ୟାପକ ଡକ୍ଟର ତନ୍ମୟ ରାଜ ପାଢ଼ୀ ଧନ୍ୟବାଦ ଅର୍ପଣ କରି “ବିଶ୍ୱ ଶାନ୍ତି ଦିବସ “ପାଳନର ପରିସମାପ୍ତି ଘୋଷଣା କରିଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆବର୍ଜନା ମୁକ୍ତ ରାଉରକେଲା, ସମ୍ପୁର୍ଣ୍ଣ ସ୍ବଚ୍ଛ ଏନଆଇଟି ପରିସର 

masiha

ବୋଡ଼େନ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି :ବିଷାକ୍ତ ସାପ କାମୁଡାରେ ଯୁବତୀଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!