ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ୟା ବାତ୍ୟାରେ ମାଛ ଚାଷୀଙ୍କ ବ୍ୟାପକ କ୍ଷତି

 ବନ୍ୟା ବାତ୍ୟାରେ ମାଛ ଚାଷୀଙ୍କ ବ୍ୟାପକ କ୍ଷତି

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡା ଗ୍ରାମ ପଞ୍ଚାୟତର ପିପଲଝାପର ଗାଁରେ ବନ୍ୟା ଓ ବାତ୍ୟା ଯୋଗୁଁ ମାଛ ଚାଷୀଙ୍କ ବ୍ୟାପକ କ୍ଷତି ହୋଇଛି। ପୋଖରୀରେ ଅଧିକ ପାଣି ପଶିବାରୁ ମାଛ ଭାସିଯାଇଥିବା ଅଭିଯୋଗ ହୋଇଛି। ଫଳରେ ଚାଷୀ ଡମ୍ବରୁଧର ମାଝୀ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି।ପିପଲଝାପର ଗାଁର ପୋଖରୀରେ ମାଛ ଚାଷ କରି ପରିବାର ଚଳାଉଥିଲେ ଚାଷୀ ଡମ୍ବରୁଧର ମାଝୀ। ପୋଖରୀରେ ପ୍ରାୟ ୯୦ କିଲୋଗ୍ରାମ ମାଛ ଜାଆଳା ରଖି ସେ ମାଛ ଚାଷ କରିଥିଲେ। ହେଲେ ଲଗାଣ ବର୍ଷା ସାଙ୍ଗକୁ ବନ୍ୟା ଓ ବାତ୍ୟା ପରିସ୍ଥିତି ଯୋଗୁଁ ପୋଖରୀରେ ଅତ୍ୟଧିକ ପାଣି ପଶିଥିଲା।ପାଣିର ପ୍ରବଳ ସ୍ରୋତରେ ପୋଖରୀ ଉଛୁଳି ପଡ଼ିବାରୁ ବହୁ ମାଛ ପୋଖରୀରୁ ବାହାରି ଯାଇଥିବା ଜଣାପଡ଼ିଛି। ଏହା ଯୋଗୁଁ ମାଛ ଚାଷୀଙ୍କୁ ବ୍ୟାପକ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି।ମାଛ ଚାଷ ହିଁ ତାଙ୍କ ଜୀବିକାର ଏକ ପ୍ରମୁଖ ମାଧ୍ୟମ ହୋଇଥିବାରୁ ଏହି କ୍ଷତି ତାଙ୍କ ପରିବାର ଉପରେ ମଧ୍ୟ ପ୍ରଭାବ ପକାଇଛି। ତେଣୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିବା ସହ ନିୟମାନୁସାରେ ଚାଷୀଙ୍କୁ ସରକାରୀ ସହାୟତା ଓ କ୍ଷତିପୂରଣ ଯୋଗାଇଦେବାକୁ ଦାବି ହୋଇଛି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଜିଓ ନେଟ୍ଓ୍ଵର୍କର ଗାତରେ ପଡି ଦୁଇ ଗୁରୁତର

Sunil Chandra Nayak

ଶ୍ରୀ ବଳଦେବଜିଉ କଳା ସଂସ୍କୃତି ପ୍ରତିଷ୍ଠାନର ବାର୍ଷିକ ଉତ୍ସବ. ତବଲା ବାଦନରେ ପ୍ରଥମ ସ୍ଥାନ ଋତୁରାଜ ନାୟକ

masiha

ଅନୁକଳ ବର୍ଷା ସତ୍ତ୍ବେ ଶ୍ରମିକ ଅଭାବରେ ସରୁନି ଧାନରୁଆ କାର୍ଯ୍ୟ

masiha

Leave a Comment

error: Content is protected !!