ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଆଇ ଟି ଆଇରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ସରକାରୀ ଆଇ ଟି ଆଇରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ରାଉରକେଲା : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଗତ ୧୭ ସେପ୍ଟେମ୍ବର ରୁ ସମଗ୍ର ଦେଶରେ ଆସନ୍ତା ଏକ ମାସ ଧରି ସେବା ସଂକଳ୍ପ ଅଭିଯାନ-୨୦୨୬ ନାମରେ ଅନେକ ପ୍ରକାରର ସେବାକାର୍ଯ୍ୟ ସହିତ ଦେଶରେ ସମରସତା ଏବଂ ସାମାଜିକ ସୁରକ୍ଷା କୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ମଧ୍ୟ ଭାରତୀୟ ଜନତା ପାର୍ଟିର ନେତା ଓ କର୍ମୀ ମାନେ କାର୍ଯ୍ୟକ୍ରମ ମାନ ଆୟୋଜନ କରୁଛନ୍ତି । ଏହି କ୍ରମରେ ଆଜି ପାନପୋଷ ଜେଲ ରୋଡ଼ରେ ଥିବା ସରକାରୀ ଆଇ ଟି ଆଇ ପରିସରରେ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା ।ପାନପୋଷ ଏସଡ଼ିପିଓ ସୁଶାନ୍ତ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀଙ୍କ ନିର୍ଦ୍ଦେଶ କ୍ରମେ ଶୁଭେନ୍ଦୁ ମାଝୀ ଏବଂ ରଘୁ ଭାଇଙ୍କ ସଂଯୋଜନାରେ ଆୟୋଜିତ ହୋଇଥିବା ଏହି ଶିବିରରେ ରାଉରକେଲା ସରକାରୀ ଡାକ୍ତରଖାନାର ରକ୍ତଭଣ୍ଡାରର ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗରେ ୫୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଆଇ ଟି ଆଇର ଅଧ୍ୟକ୍ଷ ଆର କେ କର ,ଅ କଂସାରୀ, ଜି ସାହୁ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

ଉତ୍କଳ ଆଲୁମିନା ପକ୍ଷରୁ ରାୟଗଡାର ଚନ୍ଦ୍ରଗିରିରେ ମଲ୍ଟିସ୍ପେଶାଲିଟି ସ୍ବାସ୍ଥ୍ୟସେବା ଶିବିର

masiha

-କଳାହାଣ୍ଡି ଉତ୍ସବ ସାରା ଦେଶରେ ସର୍ବୋତ୍ତମ ମହୋତ୍ସବର ମାନ୍ୟତା ପାଇବ

masiha

Leave a Comment

error: Content is protected !!